ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୀତିମତ ପ୍ରୟାସ ଓ ପ୍ରଗତିର ଧାରା ବଜାୟ ରଖିବା ସହ ମଣିପୁର, ମେଘାଳୟ, ତ୍ରିପୁରାର ରାଜ୍ୟ ଦିବସର ଶୁଭେଚ୍ଛା ଜଣାଇ ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2026 9:28AM by PIB Bhubaneswar

ମଣିପୁର, ମେଘାଳୟ ଓ ତ୍ରିପୁରା ପରି ତିନିଟି ଦକ୍ଷିଣ ପୂର୍ବ ରାଜ୍ୟ ନିଜ ରାଜ୍ୟ ଦିବସ ପାଳନ ଅବସରରେ ସେଠାକାର ଲୋକଙ୍କୁ ଅଭିବାଦନ ଜଣାଇଲେ ।

ସମ୍ପୃକ୍ତ ଅଂଚଳର ଭାଇ ଓ ଉଭଣୀମାନେ ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ପାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି । 

ଏହି ଅବସରରେ ରୀତିମତ ପ୍ରୟାସ ଓ ପ୍ରଗତିର ଧାରାକୁ ଗୁରୁତ୍ୱ ଦେଇ ଏକ ସଂସ୍କୃତ ସୁଭାଷିତମ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

ସଂସ୍କୃତ କବିତାଟି –

ଚରୈବତି ଚରୈବତି ଚରନବୈ ମଧୁ ବିନ୍ଦତି ।

ସୂର୍ଯ୍ୟାସ୍ୟ ପଶ୍ୟ ଶ୍ରେମାଣଂ ନ ମାମାର ନ ଜିୟର୍ତି ।’

ସୂଚିତ କରେ ଯେ, ଜଣେ ନିରବଧି ଆଗକୁ ଆଗକୁ ପ୍ରଗତି କରିବା ଦରକାର । ଯେପରି ସସାଗରା ଧରାକୁ ନିଜର ଶକ୍ତି ବଳରେ ସୂର୍ଯ୍ୟ ଉଦଭାସିତ କରିଥାଏ ସେହିପରି କେବଳ ଜଣେ ନିରନ୍ତର ଚେଷ୍ଟା କଲେ ବିକାଶର ମଧୁରତାକୁ ଚାଖି ପାରିବ ।

ଏକ୍ସରେ ଶ୍ରୀ ମୋଦୀ ପୋଷ୍ଟ କରିଛନ୍ତି ଯେ,

‘ଆଜି ଦକ୍ଷିଣ ପୂର୍ବର ତିନିଟି ରାଜ୍ୟ ମଣିପୁର, ମେଘାଳୟ ଓ ତ୍ରିପୁରା ନିଜର ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହି ଅବସରରେ ଏଠାକାର ସମସ୍ତ ଭାଇ ଭଉଣୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା । ନିଜ ପ୍ରୟାସ ମାଧ୍ୟମରେ ଜୀବନର ପ୍ରତି ସୋପାନରେ ସଫଳତା ମିଳୁ ବୋଲି କାମନା । 

ଚରୈବତି ଚରୈବତି ଚରନବୈ ମଧୁ ବିନ୍ଦତି ।

ସୂର୍ଯ୍ୟାସ୍ୟ ପଶ୍ୟ ଶ୍ରେମାଣଂ ନ ମାମାର ନ ଜିୟର୍ତି ।’

PBD


(ରିଲିଜ ଆଡି: 2229230) ପରିଦର୍ଶକ କାଉଣ୍ଟର : 43