ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 28 JAN 2026 9:35AM by PIB Bhubaneswar

ପଞ୍ଜାବ କେଶରୀ  ଲାଲା ଲଜପତ ରାୟଙ୍କ ଜନ୍ମତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଦାସତ୍ୱର ଶୃଙ୍ଖଳରୁ ମା ଭାରତୀଙ୍କୁ ମୁକ୍ତି କରିବା ପାଇଁ ସେ ସବୁକିଛି ଜଳାଞ୍ଜଳି ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ଦେଶର ପ୍ରତି ପିଢି ପାଇଁ ତାଙ୍କର ଉତ୍ସର୍ଗୀକୃତ ଜୀବନ ଏକ ପ୍ରେରଣା ସ୍ରୋତ ପାଲଟିବ ।

‘X’ରେ ପୋଷ୍ଟ କରି ମୋଦୀ ଉଲ୍ଲେଖ କରିଛନ୍ତି,

‘ଜନ୍ମତିଥିରେ ମାତୃଭୂମିର ଅମର ସନ୍ତାନ ପଞ୍ଜାବ କେଶରୀ ଲାଲ ଲଜପତ ରାୟଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ମା ଭାରତୀଙ୍କୁ ଦାସତ୍ୱର ଶୃଙ୍ଖଳାରୁ ମୁକ୍ତି ପାଇଁ ସେ ନିଜର ସର୍ବସ୍ୱ ତ୍ୟାଗ କରିଛନ୍ତି । ପ୍ରତି ପିଢି ପାଇଁ ତାଙ୍କର ବଳିଦାନ ଏକ ଆଦର୍ଶ ଓ ପ୍ରେରଣାର ସ୍ରୋତ ପାଲଟିବ ।’

PBD


(ରିଲିଜ ଆଡି: 2227357) ପରିଦର୍ଶକ କାଉଣ୍ଟର : 33