ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୪ ଜାନୁୟାରୀରେ ରୋଜଗାର ମେଳା ଅଧୀନରେ ସରକାରୀ ଚାକିରି ପାଇଥିବା ଯୁବକମାନଙ୍କୁ ୬୧ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
प्रविष्टि तिथि:
23 JAN 2026 5:46PM by PIB Bhubaneswar
୨୪ ଜାନୁୟାରୀ ୨୦୨୬ ସକାଳ ୧୧ଟାରେ ଅଷ୍ଟାଦଶ ରୋଜଗାର ମେଳା ଅବସରରେ ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ଚାକିରି କରିଥିବା ନବନିଯୁକ୍ତ ଯୁବକମାନଙ୍କୁ ୬୧ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ପତ୍ର ବାଣ୍ଟିବେ । ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ ।
ନିଯୁକ୍ତି ସୃଷ୍ଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ଅନୁସାରେ ଅଭିଯାନକୁ ସାକାର ରୂପ ଦେବା ପାଇଁ ରୋଜଗାର ମେଳା ହେଉଛି ଏକ ପ୍ରମୁଖ ଅଭିଯାନ । ଏହି ଅଭିଯାନ ଆରମ୍ଭ ହେବା ଦିନଠାରୁ ସାରା ଦେଶରେ ଆୟୋଜିତ ହେଉଥିବା ରୋଜଗାର ମେଳା ମାଧ୍ୟମରେ ୧୧ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ଜାରି କରାଯାଇଛି ।
ସାରା ଦେଶରେ ୪୫ଟି ସ୍ଥାନରେ ଏହି ଅଷ୍ଟାଦଶ ରୋଜଗାର ମେଳା ଅନୁଷ୍ଠିତ ହେବ । ଭାରତର ବିଭିନ୍ନସ୍ଥାନରୁ ମନୋନୀତ ହୋଇଥିବା ନବ ନିଯୁକ୍ତ ଆବେଦନକାରୀମାନେ ଭାରତ ସରକାରଙ୍କର ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଶିକ୍ଷା ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ପାଇବେ ।
PBD
(रिलीज़ आईडी: 2224965)
आगंतुक पटल : 35
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam