ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାବା ଆଢାବ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 08 DEC 2025 11:16PM by PIB Bhubaneshwar

ବାବା ଆଢାଭ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାବା ଆଢାଭ ଜୀ ସମାଜସେବା ପାଇଁ ବିଭିନ୍ନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ , ବିଶେଷକରି ବଞ୍ଚିତ ବର୍ଗଙ୍କ ସଶକ୍ତୀକରଣ ଏବଂ ଶ୍ରମିକ କଳ୍ୟାଣକୁ ଆଗେଇ ନେବାରେ ତାଙ୍କର ଅବଦାନ ସ୍ମରଣୀୟ ରହିବ।

X ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ବିଭିନ୍ନ ସାମାଜିକ କାର୍ଯ୍ୟ ମାଧ୍ୟମରେ ସମାଜସେବା ପାଇଁ ବାବା ଆଢାବ ଜୀଙ୍କ ଅବଦାନ, ବିଶେଷକରି ବଞ୍ଚିତ ବର୍ଗଙ୍କ  ସଶକ୍ତିକରଣ ଓ ଶ୍ରମିକ କଳ୍ୟାଣକୁ ଆଗେଇ ନେବାରେ, ସଦା ସ୍ମରଣୀୟ ରହିବ। ତାଙ୍କର ପରଲୋକରେ ମୁଁ ଗଭୀର ଦୁଃଖିତ। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହ ମୋର ସମବେଦନା ରହିଛି। ଓମ୍ ଶାନ୍ତି।”

sws


(ରିଲିଜ ଆଡି: 2223567) ପରିଦର୍ଶକ କାଉଣ୍ଟର : 9