ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁନେତ୍ରା ପାୱାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
31 JAN 2026 5:57PM by PIB Bhubaneswar
ପ୍ରଥମ ମହିଳା ଭାବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁନେତ୍ରା ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ମୋର ବିଶ୍ୱାସ ଯେ ସେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ଏବଂ ସ୍ୱର୍ଗତ ଅଜିତଦାଦା ପାୱାରଙ୍କ ଦୂରଦୃଷ୍ଟି ପୂରଣ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।
ଶ୍ରୀ ମୋଦୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
"ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିବା ଅବସରରେ ସୁନେତ୍ରା ପାୱାରଙ୍କୁ ଶୁଭେଚ୍ଛା, ଯିଏକି ଏହି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ମହିଳା। ମୋର ବିଶ୍ୱାସ ଯେ ସେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ଏବଂ ସ୍ୱର୍ଗତ ଅଜିତଦାଦା ପାୱାରଙ୍କ ଦୂରଦୃଷ୍ଟି ପୂରଣ କରିବେ ।’’
HS
(ରିଲିଜ ଆଡି: 2221354)
ପରିଦର୍ଶକ କାଉଣ୍ଟର : 42
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam