ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୦୧ ସଂସଦ ଆକ୍ରମଣର ଶହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 13 DEC 2025 11:46AM by PIB Bhubaneshwar

୧୩ ଡିସେମ୍ବର ୨୦୦୧ରେ ଘଟିଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତୀୟ ସଂସଦକୁ ସୁରକ୍ଷା ଦେଇ ନିଜ ପ୍ରାଣ ଆହୁତି ଦେଇଥିବା ସାହସୀ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତିପ୍ରଧାନମନ୍ତ୍ରୀ କହିଥିଲେ ଯେ କର୍ତ୍ତବ୍ୟ ପାଳନ ସମୟରେ ଯେଉଁମାନେ ପ୍ରାଣବଳି ଦେଇଥିଲେ, ଦେଶ ସେମାନଙ୍କୁ ଗଭୀର ସମ୍ମାନର ସହିତ ସ୍ମରଣ କରୁଛି । ସେ କହିଥିଲେ ଯେ ଚରମ ବିପଦର ସାମ୍ନାରେ ସେମାନଙ୍କର ସାହସ, ସତର୍କତା ଏବଂ ଅଟଳ ଦାୟିତ୍ୱବୋଧ ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିରସ୍ଥାୟୀ ପ୍ରେରଣା ହୋଇ ରହିବ।

X ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:ଆଜିର ଏହି ଦିନରେ, 2001 ମସିହାରେ ଆମ ସଂସଦ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣ ସମୟରେ ଯେଉଁମାନେ ନିଜ ପ୍ରାଣ ଆହୁତି ଦେଇଥିଲେ, ସେମାନଙ୍କୁ ଦେଶ ସ୍ମରଣ କରୁଛିଗୁରୁତର ସଙ୍କଟ ସମୟରେ ସେମାନେ ଯେଉଁ  ସାହସ, ସତର୍କତା ଏବଂ ଅଟଳ କର୍ତ୍ତବ୍ୟବୋଧ ପ୍ରଦର୍ଶନ କରିଥିଲେ ତାହା ପ୍ରଶଂସନୀୟ ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ଭାରତ ସର୍ବଦା କୃତଜ୍ଞ ରହିବ

sws


(ରିଲିଜ ଆଡି: 2216768) ପରିଦର୍ଶକ କାଉଣ୍ଟର : 11