ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଶ୍ଚିମବଙ୍ଗର ମାଲଦା ଠାରେ ୩,୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 JAN 2026 5:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ମାଲଦାଠାରେ ୩୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଝଲକ ସେୟାର କରିଛନ୍ତି।
ଏକ୍ସରେ ଏକାଧିକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ପଶ୍ଚିମବଙ୍ଗର ମାଲଦା ଠାରୁ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
'ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍' କୁ ପତାକା ଦେଖାଇ ଶୁଭାରମ୍ଭ କରିବା ଯାତ୍ରୀ ସୁବିଧା ବୃଦ୍ଧି ଦିଗରେ ଏକ ପ୍ରମୁଖ ପଦକ୍ଷେପ’’
’’ପଶ୍ଚିମବଙ୍ଗକୁ ଆଉ ଚାରୋଟି ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ମିଳୁଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ’’
‘‘ମାଲଦା ରେଳ ଷ୍ଟେସନରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା, ଯାହା ହାୱଡ଼ାକୁ ଗୌହାଟୀ ସହିତ ସଂଯୋଗ କରିବ। ଷ୍ଟେସନରେ ଏବଂ ଟ୍ରେନରେ ଥିବା ପିଲାମାନଙ୍କ ସହ ମଧ୍ୟ ଏକ ସୁଖଦ ବାର୍ତ୍ତାଳାପ ହୋଇଥିଲା’’
HS
(ରିଲିଜ ଆଡି: 2215802)
ପରିଦର୍ଶକ କାଉଣ୍ଟର : 42
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Tamil
,
Telugu
,
Kannada
,
Malayalam