ଅର୍ଥ ମନ୍ତ୍ରଣାଳୟ
ଏଚଏସଏନଏସ ସେସ୍ ଆଇନ, 2026 ଏବଂ ଏଚଏସଏନଏସ ସେସ୍ ନିୟମ, 2026 ପାଇଁ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
प्रविष्टि तिथि:
02 JAN 2026 5:03PM by PIB Bhubaneshwar
ପ୍ରଶ୍ନ 1. ଏଚଏସଏନଏସ ସେସ୍ ନିୟମ ଅନୁଯାୟୀ କାହାକୁ ପଞ୍ଜିକୃତ କରିବାକୁ ପଡିବ?
ଉତ୍ତର: ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସେସ୍ ଆଇନ, 2025 (ଏଠାରେ 'ଆଇନ' ଭାବରେ ଉଲ୍ଲେଖ କରାଯାଇଛି)ର ଧାରା ୩ ଅନୁଯାୟୀ ପ୍ରତ୍ୟେକ କରଯୋଗ୍ୟ ବ୍ୟକ୍ତିଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ପଞ୍ଜୀକରଣ ପାଇଁ ଏସିଇଏସ ପୋର୍ଟାଲ ମାଧ୍ୟମରେ ଫର୍ମ ଏଚଏସଏନଏସ ଆରଇଜି-01 ରେ ଆବେଦନ କରାଯିବ। ଯେଉଁଠାରେ ଏକାଧିକ କାରଖାନାରେ ମେସିନ୍ ସ୍ଥାପିତ ହୋଇଥାଏ, ପ୍ରତ୍ୟେକ କାରଖାନା ପାଇଁ ପୃଥକ ପଞ୍ଜୀକରଣ ଆବଶ୍ୟକ ହେବ।
ପ୍ରଶ୍ନ 2. ମୁଁ ବର୍ତ୍ତମାନର ଜଣେ ପାନ ମସଲାର ଉତ୍ପାଦକ ଅଟେ। ନୂତନ ଏଚଏସଏନଏସ ସେସ୍ ନିୟମ ଅନୁଯାୟୀ ମୁଁ କେଉଁ ତାରିଖ ସୁଦ୍ଧା ପଞ୍ଜୀକରଣ ପାଇଁ ଆବେଦନ କରିବି?
ଉତ୍ତର: ଆଇନ ଏବଂ ଏଚଏସଏନଏସ ସେସ୍ ନିୟମ ଆରମ୍ଭ ହେବା ପରେ, ଅର୍ଥାତ୍ 1 ଫେବୃଆରୀ, 2026ରେ ଆପଣଙ୍କୁ ତୁରନ୍ତ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପଡିବ। ଯେହେତୁ ସେସ୍ ଦେବାର ଦାୟିତ୍ୱ ସେହି ତାରିଖରୁ ଆରମ୍ଭ ହୁଏ, ତେଣୁ ଆପଣଙ୍କୁ ଯଥାଶୀଘ୍ର ପୋର୍ଟାଲରେ ଏଚଏସଏନଏସ ଆରଇଜି-01 ଫର୍ମରେ ପଞ୍ଜୀକରଣ ଆବେଦନ ଦାଖଲ କରିବାକୁ ପଡିବ। ଆପଣଙ୍କର ପଞ୍ଜୀକରଣ ପ୍ରମାଣପତ୍ର ଆପଣ ଦାୟବଦ୍ଧ ହେବା ତାରିଖରୁ କାର୍ଯ୍ୟକାରୀ ହେବ, ଯାହା ବର୍ତ୍ତମାନର ଉତ୍ପାଦକଙ୍କ ପାଇଁ 1 ଫେବୃଆରୀ, 2026 ଅଟେ।
ପ୍ରଶ୍ନ 3. ମୁଁ ପଞ୍ଜୀକରଣ ପାଇଁ ଆବେଦନ କରିଥିଲି, କିନ୍ତୁ ଅଧିକାରୀ ଗତ ଦଶ ଦିନ ଧରି ଉତ୍ତର ଦେଇନାହାନ୍ତି। ମୁଁ ଉତ୍ପାଦନ ଆରମ୍ଭ କରିପାରିବି କି?
ଉତ୍ତର: ହଁ। ଏଚଏସଏନଏସ ସେସ୍ ନିୟମର ନିୟମ 5(3) ଅନୁଯାୟୀ, ଯଦି ଉପଯୁକ୍ତ ଅଧିକାରୀ ସାତଟି କାର୍ଯ୍ୟ ଦିବସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ଆବେଦନକୁ ମଞ୍ଜୁର କରାଯାଇଛି ବୋଲି ଧରାଯିବ। ଏଚଏସଏନଏସ ଆରଇଜି-02 ଫର୍ମରେ ପଞ୍ଜୀକରଣ ପ୍ରମାଣପତ୍ର ପୋର୍ଟାଲରେ ଉପଲବ୍ଧ କରାଯିବ।
ପ୍ରଶ୍ନ 4. ପଞ୍ଜୀକରଣ ପ୍ରମାଣପତ୍ର ନ ପାଇ ପଞ୍ଜୀକରଣ ପାଇଁ ଆବେଦନ କରିବା ପରେ ମୁଁ ମୋର ସେସ୍ ଦେୟତା ପୈଠ କରିପାରିବି କି?
ଉତ୍ତର: ହଁ, ଆପଣ ଫର୍ମ ଏଚଏସଏନଏସ ଆରଇଜି-01 ସଫଳ ଭାବରେ ଦାଖଲ କରିବା ପରେ ଅସ୍ଥାୟୀ ପଞ୍ଜିକରଣ ନମ୍ବର ପାଇବା ପରେ ଆପଣଙ୍କର ଦେୟତା ପୈଠ କରିପାରିବେ। ଆଇନ ଅନୁଯାୟୀ ପ୍ରତ୍ୟେକ କରଯୋଗ୍ୟ ବ୍ୟକ୍ତିଙ୍କଠାରୁ ପ୍ରତ୍ୟେକ ମାସର ଆରମ୍ଭରେ ସେସ୍ ସଂଗ୍ରହ କରାଯିବା ଆବଶ୍ୟକ, କିନ୍ତୁ ସେହି ମାସର 7 ତାରିଖ ପରେ ନୁହେଁ। ନୂତନ ଆବେଦନକାରୀ, ଯେଉଁମାନେ 1 ଫେବୃଆରୀ, 2026 ରେ ମେସିନ ମାଲିକାନା କିମ୍ବା ନିୟନ୍ତ୍ରଣରେ ରଖିଛନ୍ତି, ସେମାନଙ୍କ ପଞ୍ଜୀକରଣ ପ୍ରମାଣପତ୍ର ଏବେ ପ୍ରକ୍ରିୟାରେ ଥିବା ସ୍ଵତ୍ତେ (ଯାହା ସାତଟି କାର୍ଯ୍ୟ ଦିବସ ମଧ୍ୟରେ ଜାରି କରାଯିବ) ଅସ୍ଥାୟୀ ପଞ୍ଜୀକରଣ ନମ୍ବର ବ୍ୟବହାର କରି ପୋର୍ଟାଲରେ ସେସ୍ ପୈଠ କରାଯାଇପାରିବେ।
ପ୍ରଶ୍ନ 5. ମୋର ପଞ୍ଜୀକରଣ ହେବା ପରେ, ମୁଁ ମୋର ମେସିନଗୁଡ଼ିକ ସମ୍ପର୍କରେ କେବେ ଘୋଷଣାପତ୍ର ଦାଖଲ କରିବା ଉଚିତ୍?
ଉତ୍ତର: ଆପଣଙ୍କର ପଞ୍ଜୀକରଣ ମଞ୍ଜୁର ହେବାର ସାତ ଦିନ ମଧ୍ୟରେ ଆପଣଙ୍କୁ ପୋର୍ଟାଲରେ ଏଚଏସଏନଏସ ଡିଇସି-01 ଫର୍ମରେ ଘୋଷଣାପତ୍ର ଦାଖଲ କରିବାକୁ ପଡିବ। ଏହି ଘୋଷଣାପତ୍ରରେ ମେସିନଗୁଡ଼ିକର ପାରାମିଟର (ସର୍ବାଧିକ ରେଟେଡ୍ ସ୍ପିଡ୍, ନିର୍ଦ୍ଦିଷ୍ଟ ସାମଗ୍ରୀର ଓଜନ, ଇତ୍ୟାଦି) ଉଲ୍ଲେଖ କରାଯିବ ଦରକାର ଯାହା ସେସ୍ ଗଣନା ପାଇଁ ଆବଶ୍ୟକ ।
ଉଦାହରଣ: ‘ଏବିସି ଲିଃ’ ଫେବୃଆରୀ 10, 2026 ରେ ନିଜର ପଞ୍ଜୀକରଣ ପ୍ରମାଣପତ୍ର ଗ୍ରହଣ କରିବ। ଏହାକୁ ଫେବୃଆରୀ 17, 2026 ସୁଦ୍ଧା ଏଚଏସଏନଏସ ଡିଇସି -01 ଫର୍ମ ଦାଖଲ କରିବାକୁ ପଡିବ।
ପ୍ରଶ୍ନ 6. ଯଦି ମୁଁ ଏକ ନୂତନ ମେସିନ୍ ବସାଇବି ତେବେ କ’ଣ ହେବ? ମୋତେ ବିଭାଗକୁ ଜଣାଇବାକୁ ପଡିବ କି?
ଉତ୍ତର: ହଁ। ସେସ୍ ଗଣନା ପାଇଁ ପ୍ରାସଙ୍ଗିକ ପାରାମିଟରରେ କୌଣସି ପରିବର୍ତ୍ତନର ପନ୍ଦର ଦିନ ମଧ୍ୟରେ ଆପଣଙ୍କୁ ଆଇନର ଧାରା 9(2) ଏବଂ ଏଚଏସଏନଏସ ସେସ୍ ନିୟମର ନିୟମ 9(2) ଅନୁଯାୟୀ ଏକ ନୂତନ ଘୋଷଣା ଦାଖଲ କରିବାକୁ ପଡିବ, ଯେଉଁଥିରେ ଏକ ନୂତନ ମେସିନ୍ ସ୍ଥାପନ କିମ୍ବା ଯୋଗ କରିବା ଅନ୍ତର୍ଭୁକ୍ତ।
ଉଦାହରଣ: 1 ମାର୍ଚ୍ଚ, 2026 ରେ, ଆପଣ ଏକ ନୂତନ ପ୍ୟାକିଂ ମେସିନ୍ ସ୍ଥାପନ କରନ୍ତି। ଆପଣଙ୍କୁ 16 ମାର୍ଚ୍ଚ, 2026 ସୁଦ୍ଧା ଏହି ପରିବର୍ତ୍ତନକୁ ପ୍ରତିଫଳିତ କରି ଫର୍ମ ଏଚଏସଏନଏସ ଡିଇସି-01 ରେ ଏକ ନୂତନ ଘୋଷଣା ଦାଖଲ କରିବାକୁ ପଡିବ।
ପ୍ରଶ୍ନ 7. ପ୍ରଥମ ଘୋଷଣା ଦାଖଲ କରିବା ପରେ ମୁଁ ତୁରନ୍ତ ଏକ ନୂତନ ଘୋଷଣା ଦାଖଲ କରିପାରିବି କି ?
ଉତ୍ତର: ଏଚଏସଏନଏସ ସେସ୍ ନିୟମର ନିୟମ 9(2) ଅନୁଯାୟୀ, ଉପଯୁକ୍ତ ଅଧିକାରୀ ଆପଣଙ୍କ ପୂର୍ବ ଘୋଷଣା ସମ୍ପର୍କରେ ନିୟମ 11 ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି ନକରିବା ପର୍ଯ୍ୟନ୍ତ ଆପଣ ନୂତନ ଘୋଷଣା ଦାଖଲ କରିପାରିବେ ନାହିଁ।
ପ୍ରଶ୍ନ 8. ବିଭାଗ ମୋର ଘୋଷଣା କିପରି ଯାଞ୍ଚ କରିବ?
ଉତ୍ତର: ଏଚଏସଏନଏସ ସେସ୍ ନିୟମ (ଅଧ୍ୟାୟ III) ର ନିୟମ 10 ଅନୁଯାୟୀ 90 ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀ ଆପଣଙ୍କ ଘୋଷଣା ଯାଞ୍ଚ କରିବେ।
ପ୍ର9. ଯଦି ଅଧିକାରୀ ଜାଣିପାରନ୍ତି ଯେ ମୋ ମେସିନର ସର୍ବାଧିକ ରେଟେଡ୍ ସ୍ପିଡ୍ ମୁଁ ଘୋଷଣା କରିଥିବା ଗତିଠାରୁ ଅଧିକ, ତେବେ କଣ ହେବ?
ଉତ୍ତର: ଯଦି ସେସ୍ ହିସାବକୁ ପ୍ରଭାବିତ କରୁଥିବା କୌଣସି ଅସଙ୍ଗତି ଦେଖାଯାଏ:
ଅଧିକାରୀ ଆପଣଙ୍କୁ ଅସଙ୍ଗତି ବିଷୟରେ ଜଣାଇବେ।
ଆପଣଙ୍କୁ ଶୁଣାଣୀ ପାଇଁ ସୁଯୋଗ ଦେବା ପରେ, ଉପଯୁକ୍ତ ଅଧିକାରୀ ଯାଞ୍ଚର 30 ଦିନ ମଧ୍ୟରେ ସେସ୍ ହିସାବ ନିଶ୍ଚିତ କରି ଏକ ଆଦେଶ ଜାରି କରିବେ।
ଆପଣଙ୍କୁ ନିର୍ଧାରିତ ସେସ୍ ରାଶିକୁ ପରବର୍ତ୍ତୀ ଅବଧି ଏବଂ ପୂର୍ବ ଅବଧି ପାଇଁ ନିୟମ 11(3) ଅନୁଯାୟୀ ଦେବାକୁ ପଡିବ l ଏହି ନିୟମ ଅନୁସାରେ, ପ୍ରାରମ୍ଭିକ ଘୋଷଣାରେ ସ୍ଥାପନ ତାରିଖରୁ କିମ୍ବା ନୂତନ ଘୋଷଣାରେ ପରାମିଟର ପରିବର୍ତନ ତାରିଖରୁ, ପ୍ରକୃତ ଦେୟ ତାରିଖ ପର୍ଯ୍ୟନ୍ତ ସୁଧ ସହିତ ସେସ୍ ପରିମାଣରେ ଥିବା ପାର୍ଥକ୍ୟ ବାବଦ ଶୁଳ୍କ ଦେବାକୁ ଉତ୍ତରଦାୟୀ ଏବଂ ପରବର୍ତ୍ତୀ ଅବଧି ପାଇଁ ନିର୍ଣ୍ଣିତ ସେସ୍ ପରିମାଣ ମଧ୍ୟ ପ୍ରଦାନ କରିବାକୁ ବାଧ୍ୟ।
ଉଦାହରଣ: 1 ଫେବୃଆରୀରେ, ଜଣେ ନିର୍ମାତା 300 ପାଉଚ୍/ମିନିଟ୍ ବେଗରେ ଏକ ମେସିନ୍ ସ୍ଥାପନ କରନ୍ତି ଏବଂ ବିଭାଗକୁ ଏହାର ବିବରଣୀ ଘୋଷଣା କରନ୍ତି । 1 ଏପ୍ରିଲରେ, ଯାଞ୍ଚ ପରେ, ଉପଯୁକ୍ତ ଅଧିକାରୀ ସିଦ୍ଧାନ୍ତ ନିଅନ୍ତି ଯେ ମେସିନ୍ ର ସର୍ବାଧିକ ରେଟେଡ୍ ସ୍ପିଡ୍ ପ୍ରକୃତରେ 700 ପାଉଚ୍/ମିନିଟ୍। ଶୁଣାଣୀ ପାଇଁ ଏକ ଯୁକ୍ତିଯୁକ୍ତ ସୁଯୋଗ ଦେବା ପରେ ଉପଯୁକ୍ତ ଅଧିକାରୀ ଏପ୍ରିଲ୍ 30 ତାରିଖ ସୁଦ୍ଧା ସେସ୍ ହିସାବ ବିଷୟରେ ବିସ୍ତୃତ ଭାବରେ ଏକ ନିର୍ଦ୍ଦେଶ ଜାରି କରିବେ। ପଞ୍ଜିକୃତ ବ୍ୟକ୍ତି ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ୍ ପାଇଁ ସୁଧ ସହିତ ଫରକ୍ ଥିବା ସେସ୍ ପରିମାଣ ପ୍ରଦାନ କରିବେ, କାରଣ ଦେୟ ଦାୟିତ୍ୱ ପିଛିଲା ଭାବରେ ମେସିନ ସ୍ଥାପନ ତାରିଖ (1 ଫେବୃଆରୀ)ରୁ ଲାଗୁ ହେବ। ଏହାଛଡ଼ା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ସମୟ ପାଇଁ ନିର୍ଦ୍ଧାରିତ ସେସ୍ ମଧ୍ୟ ପ୍ରଦାନ କରିବେ।
ପ୍ରଶ୍ନ 10: ଯଦି ଅଧିକାରୀ ମୋର ଘୋଷଣା ସହିତ ସହମତ ହୁଅନ୍ତି, ତେବେ ମୋତେ କି ପୃଷ୍ଟିକରଣ ମିଳିବ?
ଉତ୍ତର: ହଁ। ଯଦି କୌଣସି ଅସଙ୍ଗତି ନ ମିଳେ, ତେବେ ଉପଯୁକ୍ତ ଅଧିକାରୀ ଯାଞ୍ଚ ତାରିଖରୁ 15 ଦିନ ମଧ୍ୟରେ ଆପଣଙ୍କ ଘୋଷଣାକୁ ପୃଷ୍ଟି କରି ଏକ ଆଦେଶ ପ୍ରଦାନ କରିବେ।
ପ୍ରଶ୍ନ 11. ଏଚଏସଏନଏସ ସେସ୍ କିପରି ଗଣନା କରାଯାଏ? ଏହା କ’ଣ ପ୍ରକୃତ ଉତ୍ପାଦନ ଉପରେ ଆଧାରିତ?
ଉତ୍ତର: ନା। ଆଇନର ସୂଚୀ II ର ସାରଣୀ 1 ଅନୁଯାୟୀ, ସ୍ଥାପିତ ପ୍ୟାକିଂ ମେସିନ୍ ସଂଖ୍ୟା ଏବଂ ସେଗୁଡ଼ିକର ସର୍ବାଧିକ ପ୍ୟାକିଂ ଗତିକୁ ଆଧାର କରି ମାସିକ ଆଧାରରେ ଏହା ଗଣନା ଏବଂ ଦେୟ କରାଯାଏ। ଯଦି ଏକ ସମ୍ପୂର୍ଣ୍ଣ ମାନୁଆଲ୍ ପ୍ରକ୍ରିୟା ୟୁନିଟ୍ ଥାଏ, ତେବେ ଆଇନର ସୂଚୀ II ର ସାରଣୀ 2 ଅନୁଯାୟୀ ଦେୟ ସେସ୍ ପ୍ରଦାନ କରାଯାଏ।
ପ୍ରଶ୍ନ 12. ମୁଁ ମାସର ମଧ୍ୟଭାଗରେ ଏକ ନୂତନ ମେସିନ୍ ସ୍ଥାପନ କରୁଛି। ମୁଁ କ’ଣ ସମ୍ପୂର୍ଣ୍ଣ ମାସ ପାଇଁ ସେସ୍ ପ୍ରଦାନ କରିବି?
ହଁ, ଯଦି ଆପଣ ଜଣେ ପଞ୍ଜିକୃତ ବ୍ୟକ୍ତି ଏବଂ ଆପଣ ମାସର ମଧ୍ୟଭାଗରେ ଏକ ନୂତନ ମେସିନ୍ ଯୋଡନ୍ତି କିମ୍ବା ସ୍ଥାପନ କରନ୍ତି, ତେବେ ସେହି ନୂତନ ମେସିନ୍ ପାଇଁ ଦେୟ ସେସ୍ ସମ୍ପୂର୍ଣ୍ଣ ମାସ ପାଇଁ ପାଞ୍ଚ ଦିନ ମଧ୍ୟରେ ପୈଠ କରିବାକୁ ପଡିବ।
ଉଦାହରଣ: ‘ମେସର୍ସ ଏବିସି ଲିମିଟେଡ୍’ (ପୂର୍ବରୁ ପଞ୍ଜିକୃତ ସଂସ୍ଥା) 4ଟି ମେସିନ୍ ପରିଚାଳନା କରେ। ଅଗଷ୍ଟ 20, 2026ରେ, ସେମାନେ 1,01,00,000 ଟଙ୍କାର ମାସିକ ସେସ୍ ଦେୟତା ସହିତ ଏକ ପଞ୍ଚମ ମେସିନ୍ ସ୍ଥାପନ କରନ୍ତି। ସେମାନଙ୍କୁ ଅଗଷ୍ଟ 25, 2026 ସୁଦ୍ଧା 1,01,00,000 ଟଙ୍କା ମାସିକ ସେସ୍ ପ୍ରଦାନ କରିବାକୁ ପଡିବ। ଦେୟରେ କୌଣସି ବିଳମ୍ବ ହେଲେ, 26 ଅଗଷ୍ଟ 2026ରୁ ପ୍ରକୃତ ଦେୟ ତାରିଖ ପର୍ଯ୍ୟନ୍ତ ସୁଧ ପ୍ରଦାନ କରିବାକୁ ପଡିବ।
ପ୍ରଶ୍ନ 13. ଦେୟ ଏବଂ ରିଟର୍ଣ୍ଣ ଫାଇଲିଂ ପାଇଁ ଧାର୍ଯ୍ୟ ତାରିଖଗୁଡ଼ିକ କ’ଣ?
ଉତ୍ତର: ଆପଣଙ୍କୁ ଚଳିତ ମାସର 7 ତାରିଖ ସୁଦ୍ଧା ଇଲେକ୍ଟ୍ରୋନିକ୍ ଭାବରେ ମାସିକ ସେସ୍ ଦେବାକୁ ପଡିବ। ଆପଣଙ୍କୁ ପରବର୍ତ୍ତୀ ମାସର 20 ତାରିଖ ସୁଦ୍ଧା ଫର୍ମ ଏଚଏସଏନଏସ ଆରଇଟି-01ରେ ମାସିକ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ।
ପ୍ରଶ୍ନ 14. ଯଦି ମୁଁ ବିଳମ୍ବରେ ମୋର ରିଟର୍ଣ୍ଣ ଦାଖଲ କରେ ତେବେ କ'ଣ ହେବ?
ଉତ୍ତର: ଯଦି ଆପଣ ଧାର୍ଯ୍ୟ ତାରିଖ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ଉପଯୁକ୍ତ ଅଧିକାରୀ ଏକ ନୋଟିସ ଜାରି କରିବେ ଯେଉଁଥିରେ ଆପଣଙ୍କୁ ଉକ୍ତ ନୋଟିସ ପାଇବାର ପନ୍ଦର ଦିନ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ କୁହାଯିବ। ଏହା ବ୍ୟତୀତ, ଆଇନର ଧାରା 18(1)(ଗ) ଅନୁଯାୟୀ, ଧାର୍ଯ୍ୟ ତାରିଖରେ ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହେଲେ 10,000 ଟଙ୍କା ଜରିମାନା ଦେବାକୁ ପଡିବ।
ପ୍ରଶ୍ନ 15: ଯଦି ମୁଁ ମୋର ରିଟର୍ଣ୍ଣରେ ତ୍ରୁଟି କରେ କିମ୍ବା ମିଥ୍ୟା ସୂଚନା ପ୍ରଦାନ କରେ ତେବେ କଣ ହେବ?
ଉତ୍ତର: ମୂଳ ରିଟର୍ଣ୍ଣ ଦାଖଲ ହୋଇଥିବା କ୍ୟାଲେଣ୍ଡର ମାସ ଶେଷ ହେବା ପୂର୍ବରୁ ଆପଣ ଆପଣଙ୍କର ରିଟର୍ଣ୍ଣରେ ଥିବା ଯେକୌଣସି ଭୁଲ କିମ୍ବା ଭୁଲ ବିବରଣୀକୁ ସଂଶୋଧନ କରିପାରିବେ। ତଥାପି, ଏହି ସଂଶୋଧନର ପରିଣାମ ସ୍ୱରୂପ ଯଦି ମୂଳ ଭାବରେ ଘୋଷିତ ସେସ୍ ଅପେକ୍ଷା ଅଧିକ ଦେୟତା ସୃଷ୍ଟି କରେ, ତେବେ ଆପଣଙ୍କୁ ସୁଧ ସହିତ ଫରକ୍ ଥିବା ପରିମାଣର ଅର୍ଥରାଶି ଦେବାକୁ ପଡିବ।
ପ୍ରଶ୍ନ16. ଏଚଏସଏନଏସ ସେସ୍ ନିୟମ ଅନୁଯାୟୀ ‘ଛାଡ଼’ କ'ଣ?
ଉତ୍ତର: କୌଣସି ମେସିନ୍ କିମ୍ବା ମାନୁଆଲ୍ ପ୍ରକ୍ରିୟା ୟୁନିଟ୍ ପନ୍ଦର ଦିନ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ଅଚଳ ରହିବା କ୍ଷେତ୍ରରେ ପଞ୍ଜିକୃତ ବ୍ୟକ୍ତିଙ୍କ ସେସ୍ ଦେୟତାର ଛାଡ଼ ଏକ ପ୍ରକାରର ଆଡଜଷ୍ଟମେଣ୍ଟ। ଯେହେତୁ ସେସ୍ ପ୍ରତି ମାସିକ ଭିତିରେ ହିସାବ କରାଯାଏ, ସେହିହେତୁ ଛାଡ ମାଧ୍ୟମରେ ଯେଉଁ ସମୟରେ ମେସିନ୍ ସିଲ୍ ଥିଲା ଏବଂ ବ୍ୟବହାରରେ ନଥିଲା, ସେହି ଅବଧି ପାଇଁ ପୂର୍ବରୁ ଦେୟ ହୋଇଥିବା ସେସର ସମନ୍ଵୟ ସୁନିଶ୍ଚିତ କରାଯାଏ l
ପ୍ରଶ୍ନ 17. ଛାଡ଼ ଦାବି କରିବା ପାଇଁ ସର୍ବନିମ୍ନ କେତେ ସମୟ ବନ୍ଦ ରହିବା ଆବଶ୍ୟକ?
ଉତ୍ତର: ଯଦି ମେସିନ୍ କିମ୍ବା ମାନୁଆଲ୍ ୟୁନିଟ୍ ପନ୍ଦର ଦିନ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ଅଚଳ ରହେ, କେବଳ ତେବେ ହିଁ ଆପଣ ଛାଡ଼ ଦାବି କରିପାରିବେ। ଯଦି ଗୋଟିଏ ମେସିନ୍ 10 ଦିନ ପାଇଁ ସିଲ୍ କରାଯାଏ, ତା’ପରେ ଦୁଇ ଦିନ ପାଇଁ ଖୋଲାଯାଏ ଏବଂ ପୁଣି ଆଉ 10 ଦିନ ପାଇଁ ସିଲ୍ କରାଯାଏ, ତେବେ ଆପଣ ଛାଡ଼ ଦାବି କରିପାରିବେ ନାହିଁ କାରଣ ନିରନ୍ତର ଅବଧି 15 ଦିନରୁ କମ୍ ରହିଛି।
ପ୍ରଶ୍ନ 18. ମୁଁ କ’ଣ ମେସିନ୍ ବନ୍ଦ କରି ପରେ ଛାଡ଼ ଦାବି କରିପାରିବି?
ଉତ୍ତର: ନା. ଆପଣଙ୍କୁ ଉଦ୍ଦିଷ୍ଟ ବନ୍ଦ ହେବାର ଅତି କମରେ 3 କାର୍ଯ୍ୟ ଦିବସ ପୂର୍ବରୁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇବାକୁ ପଡିବ। ଉପଯୁକ୍ତ ଅଧିକାରୀ ଆପଣଙ୍କ କାରଖାନା ପରିଦର୍ଶନ କରିବେ ଏବଂ ସୂଚନା ପାଇବାର ତିନି ଦିନ ମଧ୍ୟରେ ମେସିନ୍ କୁ ଆନୁଷ୍ଠାନିକ ଭାବରେ ସିଲ୍ କରିବେ ଯାହା ଦ୍ଵାରା ଏହା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ।
ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ମେସିନ୍ ସିଲ୍ ହୋଇଥିବା ସମୟ ମଧ୍ୟରେ ସେହି ମେସିନ୍ ରେ କୌଣସି ଉତ୍ପାଦନ ହେବନାହିଁ।
ପ୍ରଶ୍ନ 19. ଯଦି ମୋର ମେସିନ୍ କାମ କରୁନାହିଁ କିମ୍ବା କୌଣସି ଚାହିଦା ନାହିଁ, ତେବେ ମୁଁ ସେସ୍ ଦେବା ବନ୍ଦ କରିପାରିବି କି?
ଉତ୍ତର. ଯଦି ମେସିନ୍ 15 ଦିନ କିମ୍ବା ତା’ ଠାରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ଅଚଳ ରହେ, ତେବେ ଆପଣ କେବଳ ଛାଡ଼ (ଆଡଜଷ୍ଟମେଣ୍ଟ) ଦାବି କରିପାରିବେ। ଏଚଏସଏନଏସ ସେସ୍ ନିୟମର ଅଧ୍ୟାୟ V ଅନୁଯାୟୀ ଛାଡ଼ ଦାବି କରିବା ପାଇଁ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ।
ପ୍ରଶ୍ନ 20. ଛାଡ଼ ପରିମାଣ ହିସାବ କିପରି କରାଯାଏ?
ଉତ୍ତର: ନିମ୍ନରେ ଦିଆଯାଇଥିବା ସୂତ୍ରକୁ ଆଧାର କରି ପ୍ରୋ-ରାଟା ଆଧାରରେ ଛାଡ଼କୁ ହିସାବ କରାଯାଏ:
A=CN×D
ଯେଉଁଠି
A: ଛାଡ଼ ପରିମାଣ
C: ସେହି ମେସିନ ପାଇଁ ମୋଟ୍ ମାସିକ ସେସ୍ ଦେୟତା
N: ସେହି ମାସରେ ମୋଟ ଦିନ ସଂଖ୍ୟା (ଯଥା 28, 29, 30 କିମ୍ବା 31)
D: ସେହି ମାସରେ ମେସିନ୍ ଟି ନିରନ୍ତର କେତେ ଦିନ ଅଚଳ ଥିଲା।
ଉଦାହରଣ 1: ‘ଏବିସି ଲିମିଟେଡ’ ଏକ ହାଇ-ସ୍ପିଡ୍ ପାଉଚ୍ ପ୍ୟାକିଂ ମେସିନ୍ (700 ପିପିଏମ) ସ୍ଥାପନ କରିଛି। ତାହାର ମାସିକ ଦେୟତା (C) 2,02,00,000 ଟଙ୍କା। ମେସିନଟି ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 19 (19 ଦିନ) ପର୍ଯ୍ୟନ୍ତ ସିଲ୍ କରାଯାଇଛି। ଏହାକୁ ସେପ୍ଟେମ୍ବର 20 ରେ ଖୋଲାଯାଇଛି। ଯେହେତୁ ବନ୍ଦ (19 ଦିନ) 15 ଦିନରୁ ଅଧିକ ସମୟ ଅଟେ, ସେମାନେ ଛାଡ଼ ପାଇଁ ଯୋଗ୍ୟ, ଯାହା ନିମ୍ନଲିଖିତ ଭାବରେ ଗଣନା କରାଯିବ:
ଗୋଟିଏ ମାସରେ ମୋଟ୍ ଦିନଗୁଡ଼ିକର ସଂଖ୍ୟା (N): 30
ମାସରେ ମେସିନ୍ ଅଚଳ ଥିବାର ମୋଟ ଲଗାତାର ଦିନ ସଂଖ୍ୟା (D): 19
ଛାଡ଼ ପରିମାଣ (A)
A=2,02,00,00030×19=₹ 1,27,93,333
ଉଦାହରଣ 2: ‘ଏବିସି ଲିମିଟେଡ’ ଏକ ହାଇ-ସ୍ପିଡ୍ ପାଉଚ୍ ପ୍ୟାକିଂ ମେସିନ୍ (700 ପିପିଏମ) ସ୍ଥାପନ କରିଛି। ତାହାର ମାସିକ ଦେୟତା (C) 2,02,00,000 ଟଙ୍କା। ମେସିନଟି ଜୁଲାଇ 20 ତାରିଖରେ ସିଲ୍ ଏବଂ ଅଗଷ୍ଟ 9 ତାରିଖରେ ଖୋଲାଯାଇଛି। ଯେହେତୁ ବନ୍ଦ (21 ଦିନ) 15 ଦିନରୁ ଅଧିକ, ସେମାନେ ଛାଡ଼ ପାଇଁ ଯୋଗ୍ୟ ଯାହା ନିମ୍ନଲିଖିତ ଭାବରେ ପ୍ରତ୍ୟେକ ମାସ ପାଇଁ ପୃଥକ ଭାବରେ ହିସାବ କରାଯିବ:
ଜୁଲାଇ ପାଇଁ:
N: 31 ଦିନ
D: 12 ଦିନ (ଜୁଲାଇ 20-31)
ଛାଡ଼ (A1):
ଅଗଷ୍ଟ ପାଇଁ:
N: 31 ଦିନ
D: 9 ଦିନ (ଅଗଷ୍ଟ 1-9)
ଛାଡ଼ (A2):
ସେମାନେ ସେପ୍ଟେମ୍ବର 20 ତାରିଖ କିମ୍ବା ପୂର୍ବରୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରି 1,36,83,871 ଟଙ୍କା (A1 + A2) ମୂଲ୍ୟର ଛାଡ଼ ରାଶି ଦାବି କରିପାରିବେ। ଧରାଯାଉ, ସେମାନେ ଅଗଷ୍ଟ 25 ତାରିଖରେ ଦାବି ଦାଖଲ କରନ୍ତି ଏବଂ ହ୍ରାସ ନିର୍ଦ୍ଦେଶ 5 ସେପ୍ଟେମ୍ବରରେ ଜାରି ହୁଏ, ସେମାନେ ଅକ୍ଟୋବର ମାସ ପାଇଁ ସେମାନଙ୍କର ଦେୟତା ବାବଦରେ ଏହି ପରିମାଣକୁ ଛାଡ଼ କରିପାରିବେ।
ପ୍ରଶ୍ନ 21. ମୁଁ ଏହି ଟଙ୍କା କେବେ ଫେରସ୍ତ ପାଇବି?
ଉତ୍ତର: ଫେରସ୍ତ ନଗଦ ଆକାରରେ କରାଯିବ ନାହିଁ। ଆପଣ ଛାଡ଼ ଦାବି କରାଯାଇଥିବା ସମୟ ପରେ ମାସର 20 ତାରିଖରେ କିମ୍ବା ପୂର୍ବରୁ ଏକ ଦାବି ଦାଖଲ କରିବେ। ଦାବି ପାଇବାର 15 ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀ ଏକ ନିର୍ଦ୍ଦେଶ ଜାରି କରିବେ। ଛାଡ଼ ହୋଇଥିବା ପରିମାଣ ଉକ୍ତ ନିର୍ଦ୍ଦେଶ ଜାରି ହୋଇଥିବା ମାସର ପରବର୍ତ୍ତୀ ମାସ ପାଇଁ ଆପଣଙ୍କର ସେସ୍ ଦେୟତା ବାବଦରେ ଆଡଜଷ୍ଟ ହେବ।
ପ୍ରଶ୍ନ 22. ମୁଁ କିପରି ଏକ ସିଲ୍ ହୋଇଥିବା ମେସିନ୍ ପୁନଃ କାର୍ଯ୍ୟକ୍ଷମ କରିବି?
ଉତ୍ତର: ଆପଣ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିବାର ଅତି କମରେ 3 କାର୍ଯ୍ୟ ଦିବସ ପୂର୍ବରୁ ଆପଣଙ୍କୁ ଉପଯୁକ୍ତ ଅଧିକାରୀଙ୍କୁ ସୂଚିତ କରିବାକୁ ପଡିବ। ଅଧିକାରୀ ଆପଣଙ୍କ ପରିସରକୁ ଯାଇ ମେସିନ୍ ର ସିଲ୍ ଖୋଲିବେ ।
ପ୍ରଶ୍ନ 23. ମୋ କାରଖାନା ପାଇଁ କୌଣସି ବାଧ୍ୟତାମୂଳକ ନିରୀକ୍ଷଣ ଆବଶ୍ୟକତା ଅଛି କି?
ଉତ୍ତର: ହଁ l ଆପଣଙ୍କୁ ସମସ୍ତ ପ୍ୟାକିଂ ମେସିନ୍ ଏବଂ ମାନୁଆଲ୍ ପ୍ରକ୍ରିୟା ୟୁନିଟକୁ କଭର କରୁଥିବା ଏକ ସିସିଟିଭି ସିଷ୍ଟମ୍ ସଂଯୋଗ କରିବାକୁ ପଡିବ। ଫୁଟେଜ୍ 24 ମାସ ପାଇଁ ସଂରକ୍ଷିତ ରଖିବାକୁ ହେବ ଏବଂ ଅନୁରୋଧ କ୍ରମେ 48 ଘଣ୍ଟା ମଧ୍ୟରେ ଅଧିକାରୀମାନଙ୍କୁ ପ୍ରଦାନ କରିବାକୁ ପଡିବ।
ପ୍ରଶ୍ନ 24. ମୋର କାରଖାନାରୁ ପୁରୁଣା ମେସିନ୍ ବାହାର କରିପାରିବି କି?
ଉତ୍ତର: ହଁ l ଆପଣଙ୍କୁ 3 କାର୍ଯ୍ୟ ଦିବସ ପୂର୍ବରୁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇବାକୁ ପଡିବ। ଅଧିକାରୀ ଅନଇନଷ୍ଟଲ୍ ଏବଂ ଅପସାରଣ ତଦାରଖ କରିବେ। ଯଦି ଅପସାରଣ ସମ୍ଭବ ନୁହେଁ, ତେବେ ଏହାକୁ ସିଲ୍ କରାଯିବ।
ପ୍ରଶ୍ନ 25. ମୋ ମେସିନର ସର୍ବାଧିକ ରେଟେଡ୍ ଗତି 700 ପାଉଚ୍/ମିନିଟ୍, କିନ୍ତୁ ମୁଁ ଏହାକୁ କେବଳ 300 ପାଉଚ୍/ମିନିଟ୍ ରେ ଚଲାଏ। କେଉଁ ସୂଚୀ II ସ୍ଲାବ୍ ମୋ ପାଇଁ ପ୍ରଯୁଜ୍ୟ?
ଉତ୍ତର: ଆପଣଙ୍କୁ ବାସ୍ତବ ଚାଳନା ଗତି ନୁହେଁ ବରଂ ସର୍ବାଧିକ ରେଟେଡ୍ ଗତି ଆଧାରରେ ସେସ୍ ରାଶି ଦେବାକୁ ପଡିବ । ନିୟମ 12 ଅନୁଯାୟୀ, ଯେଉଁ ଗତିରେ ମେସିନ ବ୍ୟବହୃତ ହୋଇ ଯେକୌଣସି ଓଜନର ସାମଗ୍ରୀ ଉତ୍ପାଦନ କରିଥାଏ ତାହା ମେସିନର ବାସ୍ତବିକ ଗତି ନୁହେଁ l ଗୋଟିଏ ମେସିନର ସର୍ବାଧିକ ରେଟେଡ୍ ଗତି ସେହି ମେସିନ ର ସର୍ବାଧିକ ସମ୍ଭାବ୍ୟ ଗତି ଭାବରେ ଗ୍ରହଣ କରାଯିବ।
ପ୍ରଶ୍ନ 26. ଯଦି ମୁଁ ଗୋଟିଏ ମାସ ମଧ୍ୟରେ ନିର୍ଦ୍ଦିଷ୍ଟ ସାମଗ୍ରୀ ଉତ୍ପାଦନ ନକରେ, କିନ୍ତୁ ମେସିନ୍ ସିଲ୍ ହୋଇନଥାଏ, ତେବେ କ’ଣ ମୁଁ ସେସ୍ ଦେବି?
ଉତ୍ତର: ହଁ।
ପ୍ରଶ୍ନ 27. ମୋର ମେସିନ୍ ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା। ସେପ୍ଟେମ୍ବର 15 ସନ୍ଧ୍ୟାରେ, ଏହାକୁ ଖୋଲା ଯାଇଥିଲା। ମୁଁ କ’ଣ ଛାଡ଼ ଦାବି କରିବାକୁ ଯୋଗ୍ୟ?
ଉତ୍ତର: ନା। ଯେହେତୁ ମେସିନ୍ କେବଳ 14 ଦିନ ପାଇଁ ନିରନ୍ତର ଭାବରେ ଅଚଳ ଥିଲା, ଆପଣ ଛାଡ଼ ଦାବି କରିବାକୁ ଯୋଗ୍ୟ ନୁହଁନ୍ତି।
ପ୍ରଶ୍ନ. 28- ମୋର 5ଟି ମେସିନ୍ ଅଛି। 4ଟି 20ଦିନ ପାଇଁ ସିଲ୍ କରାଯାଇଥିଲା, କିନ୍ତୁ ଗୋଟିଏ ଚାଲୁଥିଲା। ମୁଁ କ’ଣ ୪ଟି ମେସିନ୍ ପାଇଁ ଛାଡ଼ ଦାବି କରିପାରିବି?
ଉତ୍ତର: ହଁ। ମେସିନ୍ ଅନୁସାରେ ଛାଡ଼ ଦାବି କରାଯିବ।
ପ୍ରଶ୍ନ 29 : ମୁଁ ଏକ ପୁରୁଣା ମେସିନକୁ ସ୍କ୍ରାପ୍ କରିବାକୁ ଚାହୁଁଛି। ମୁଁ କ’ଣ ଏହାକୁ ଭାଙ୍ଗିପାରିବି?
ଉତ୍ତର: ନା। ଆପଣଙ୍କୁ ନିୟମ 34 ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ ଯାହା ଆପଣଙ୍କୁ ଅନଇନଷ୍ଟଲ୍ କରିବାର ନିର୍ଦ୍ଦିଷ୍ଟ ତାରିଖଠାରୁ ଅତି କମରେ ତିନି କାର୍ଯ୍ୟ ଦିବସ ପୂର୍ବରୁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇବାକୁ ପଡିବ। ତା’ପରେ ଉପଯୁକ୍ତ ଅଧିକାରୀ କାରଖାନାରୁ ମେସିନ୍ ଅପସାରଣ ତଦାରଖ କରିବେ। ଯଦି ମେସିନ୍ ଅପସାରଣ କରିବା ସମ୍ଭବ ନୁହେଁ, ତେବେ ଅଧିକାରୀ ଏହାକୁ ଏପରି ଭାବରେ ସିଲ୍ କରିବେ ଯାହାକୁ ପରିଚାଳନା କରାଯାଇପାରିବ ନାହିଁ।
ପ୍ରଶ୍ନ 30. ଯଦି ମୋର କାରଖାନା ମେସିନ୍ ଏବଂ ମାନୁଆଲ୍ ପ୍ରକ୍ରିୟା ଉଭୟ ବ୍ୟବହାର କରେ ତେବେ ସେସ୍ କିପରି ହିସାବ କରାଯିବ?
ଉତ୍ତର: ଆଇନ ଅନୁଯାୟୀ, ଉତ୍ପାଦନ ସେଟ୍ଅପର ନିର୍ଦ୍ଦିଷ୍ଟ ପ୍ରକୃତିକୁ ଆଧାର କରି ସେସ୍ ଗଣନା କରାଯିବ। ଯଦି ପ୍ରକ୍ରିୟାର କୌଣସି ଅଂଶରେ ଗୋଟିଏ ମେସିନ୍ ସାମିଲ ଥାଏ, ତେବେ ଆଇନର ସୂଚୀ II ର ସାରଣୀ 1 ରେ ଥିବା ମେସିନ୍-ଆଧାରିତ ହାର ବ୍ୟବହାର କରି ସେସ୍ ଗଣନା କରାଯିବ। ଯଦି କାରଖାନାରେ ଉତ୍ପାଦନ କିମ୍ବା ଉତ୍ପାଦନର କୌଣସି ଅଂଶକୁ ସହାୟତା କିମ୍ବା ସମାପ୍ତ କରିବାକୁ ସକ୍ଷମ କୌଣସି ମେସିନ୍ ସ୍ଥାପିତ ନ ହୁଏ, ତେବେ ଏକ ପ୍ରକ୍ରିୟାକୁ କେବଳ ‘ସମ୍ପୂର୍ଣ୍ଣ ମାନୁଆଲ୍’ ଭାବରେ ବିବେଚନା କରାଯିବ। ଦେୟ ସେସ୍ ପରିମାଣ ଆଇନର ସୂଚୀ II ର ସାରଣୀ 2 (ପ୍ରତି ମାସରେ 11 ଲକ୍ଷ) ଅନୁଯାୟୀ ହେବ।
ପ୍ରଶ୍ନ 31. ମୁଁ ମାର୍ଚ୍ଚ 2026 ରେ ଏକ ନୂତନ ପାନ ମସଲା ଉତ୍ପାଦନ ୟୁନିଟ୍ ଆରମ୍ଭ କରିବାକୁ ଯୋଜନା କରୁଛି (ନିୟମଗୁଡ଼ିକ ସୂଚିତ ହେବା ପରେ)। ଯଦି ମୁଁ ମୋର ମେସିନ୍ ସ୍ଥାପନ କରେ ଏବଂ ମାସର 10 ତାରିଖରେ ଉତ୍ପାଦନ ଆରମ୍ଭ କରେ, ତେବେ ମୋତେ କ’ଣ ସମ୍ପୂର୍ଣ୍ଣ ମାସ ପାଇଁ ସେସ୍ ଦେବାକୁ ପଡିବ?
ଉତ୍ତର: ନା। ଏଚଏସଏନଏସ ନିୟମର ନିୟମ 12 ର ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ନୂତନ ପଞ୍ଜିକୃତ ବ୍ୟକ୍ତି ଏକ ମାସ ମଧ୍ୟରେ ମେସିନ୍ ସ୍ଥାପନ କରନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ମାସ ପାଇଁ ଦେୟ ସେସ୍ ପ୍ରୋ-ରାଟା ଆଧାରରେ ହିସାବ କରାଯିବ। ମେସିନ୍ ସ୍ଥାପନ ତାରିଖ କିମ୍ବା ମାନୁଆଲ୍ ପ୍ରକ୍ରିୟା ୟୁନିଟ୍ ଆରମ୍ଭ ହେବା ତାରିଖଠାରୁ (ପରିସ୍ଥିତି ଯେପରି ହୋଇଥିବ), ଆପଣ କେବଳ ସେହି ମାସରେ ବାକି ଥିବା ଦିନ ପାଇଁ ଦେୟ ଦେବେ। ଏହା ବ୍ୟତୀତ, ଆପଣଙ୍କୁ ମେସିନ୍ ସ୍ଥାପନ କିମ୍ବା ମାନୁଆଲ୍ ପ୍ରକ୍ରିୟା ୟୁନିଟ୍ ଆରମ୍ଭ ହେବାର ପାଞ୍ଚ ଦିନ ମଧ୍ୟରେ ଏହି ଆନୁପାତିକ ସେସ୍ ପରିମାଣ ଦେବାକୁ ପଡିବ।
ଉଦାହରଣ: ଯଦି ଆପଣ 16 ସେପ୍ଟେମ୍ବରରେ ଏକ ନୂତନ ୟୁନିଟ୍ ଆରମ୍ଭ କରନ୍ତି ଏବଂ ମେସିନ୍ ସ୍ଥାପନ କରନ୍ତି, ତେବେ ଆପଣ 21 ସେପ୍ଟେମ୍ବର ସୁଦ୍ଧା 15 ଦିନ (16-30 ସେପ୍ଟେମ୍ବର) ପାଇଁ ସେସ୍ ର ପ୍ରାପ୍ୟ ପରିମାଣ ପ୍ରଦାନ କରିବେ।
ପ୍ରଶ୍ନ 32. ମେସିନଗୁଡ଼ିକର ଯାଞ୍ଚ କେତେଥର କରାଯିବ?
ଉତ୍ତର: ଫର୍ମ ଏଚଏସଏନଏସ ଡିଇସି-01 ରେ ପ୍ରାରମ୍ଭିକ ଘୋଷଣା ଦାଖଲ କରିବାର 90 ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା କାରଖାନା ଏବଂ ମେସିନଗୁଡ଼ିକର ଭୌତିକ ଯାଞ୍ଚ କରାଯିବ। ସେସ୍ ହିସାବ ପାଇଁ କୌଣସି ପାରାମିଟରରେ ପରିବର୍ତ୍ତନ (ମେସିନ ସଂଯୋଗ କରିବା କିମ୍ବା ସ୍ଥାପନ କରିବା, ମେସିନର ସର୍ବାଧିକ ରେଟେଡ୍ ଗତି କିମ୍ବା ନିର୍ଦ୍ଦିଷ୍ଟ ସାମଗ୍ରୀର ଓଜନ) କରାଯାଏ, ଏପରି ପରିବର୍ତ୍ତନର 15 ଦିନ ମଧ୍ୟରେ ଏକ ନୂତନ ଘୋଷଣା ଦାଖଲ କରିବାକୁ ପଡିବ। ନୂତନ ଘୋଷଣାଗୁଡ଼ିକ ମଧ୍ୟ ଦାଖଲ କରିବାର 90 ଦିନ ମଧ୍ୟରେ ଯାଞ୍ଚ କରାଯିବ।
*******
(रिलीज़ आईडी: 2210883)
आगंतुक पटल : 8