ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 25 DEC 2025 8:41AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେ ସାରା ଜୀବନ ମାତୃଭୂମିର ସେବା ପାଇଁ ସମର୍ପିତ ରହିଥିଲେ। "ଦାସତ୍ୱର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ସାମାଜିକ ସଂସ୍କାର ସହିତ ଜାତୀୟ ଚେତନା ଜାଗ୍ରତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦେଶର ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ କେବେ ବି ଭୁଲି ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି।’’ 
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି: 
“ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ସେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ପାଇଁ ସାମାଜିକ ସଂସ୍କାର ସହିତ ଜାତୀୟ ଚେତନା ଜାଗ୍ରତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ କେବେ ଭୁଲି ହେବ ନାହିଁ।”
HS


(ରିଲିଜ ଆଡି: 2208634) ପରିଦର୍ଶକ କାଉଣ୍ଟର : 48