ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିଲେ ପ୍ରଧାମନ୍ତ୍ରୀ

प्रविष्टि तिथि: 15 DEC 2025 10:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋର୍ଡାନର ମହାମହିମ ରାଜା ଅବଦୁଲ୍ଲାଙ୍କୁ ସାକ୍ଷାତ କରିଛନ୍ତି । ଅଲ ହୁସେନିୟା ପ୍ୟାଲେସରେ ସେ ପହଞ୍ଚିବା ମାତ୍ରେ ତାଙ୍କୁ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇବା ସହ ଔପଚାରିକ ସ୍ୱାଗତ କରିଥିଲେ ।
ଦୁଇ ନେତା ପ୍ରତିବନ୍ଧିତ ଏବଂ ପ୍ରତିନିଧିମଣ୍ଡଳ ସ୍ତରରେ ସାକ୍ଷାତ କରିଥିଲେ । ସେମାନେ ଅତୀତରେ ହୋଇଥିବା ସାକ୍ଷାତକାର ଓ ଆଲୋଚନାକୁ ସ୍ମରଣ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ରେଖାଙ୍କିତ କରିଥିଲେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ବୋଲି ଉଭୟେ ମତ ପୋଷଣ କରିଥିଲେ । ଭାରତ-ଜୋର୍ଡାନ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମହାମହିମଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ମହାମହିମ ଦୃଢ଼ ସମର୍ଥନ କରିବା ସହ ସମସ୍ତ ପ୍ରକାର ଏବଂ ସ୍ୱରୂପର ଆତଙ୍କବାଦକୁ ନିନ୍ଦା କରିଥିଲେ । ଆତଙ୍କବାଦ, ଉଗ୍ରବାଦ ଏବଂ ମୌଳବାଦୀଙ୍କ ମୁକାବିଲା କରିବା ଦିଗରେ ମହାମହିମଙ୍କ ନେତୃତ୍ୱ ଏବଂ ଏଭଳି ଦୁଷ୍ଟ ଶକ୍ତିଙ୍କ ବିରୋଧରେ ବୈଶ୍ୱିକ ଲଢ଼େଇରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ନବୀକରଣ ଶକ୍ତି, ସାର ଏବଂ କୃଷି, ନବାଚାର, ଆଇଟି ଏବଂ ଡିଜିଟାଲ ଟେକ୍ନୋଲୋଜି, ମହତ୍ୱପୂର୍ଣ୍ଣ ଖଣିଜ, ମୌଳିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଫାର୍ମା, ଶିକ୍ଷା ଏବଂ ଦକ୍ଷତା, ପର୍ଯ୍ୟଟନ ଓ ଐତିହ୍ୟ ଏବଂ ସଂସ୍କୃତି ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଥିଲେ । ଜୋର୍ଡାନକୁ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆସନ୍ତା ୫ ବର୍ଷ ମଧ୍ୟରେ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ୫ ବିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ସକାଶେ ପ୍ରସ୍ତାବ ଦେଇଥିଲେ । ଜୋର୍ଡାନର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏବଂ ଭାରତର ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ମଧ୍ୟରେ ସମନ୍ୱୟ ସକାଶେ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ସାର ଯୋଗାଣ କ୍ଷେତ୍ରରେ ଜୋର୍ଡାନ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଏ କ୍ଷେତ୍ରରେ ଜୋର୍ଡାନରେ ଅଧିକ ନିବେଶ ସହିତ ଭାରତର ଫସଫେଟିକ ଫର୍ଟିଲାଇଜର ଚାହିଦା ପୂରଣ ପାଇଁ ଦୁଇ ଦେଶର କମ୍ପାନିମାନେ ଆଲୋଚନା କରୁଛନ୍ତି । 
ଆଞ୍ଚଳିକ ଏବଂ ଅନ୍ୟାନ୍ୟ ବୈଶ୍ୱିକ ପ୍ରସଙ୍ଗରେ ବିକାଶର ଦୃଷ୍ଟିକୋଣ ସମ୍ପର୍କରେ ଦୁଇ ନେତା ମତ ବିନିମୟ କରିଥିଲେ । ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠାର ଗୁରୁତ୍ୱତାକୁ ଉଭୟେ ଦୋହରାଇଥିଲେ । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରତେଷ୍ଟା ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃନିଶ୍ଚିତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଉଭୟ ପକ୍ଷ ସଂସ୍କୃତି, ନବୀକରଣ ଶକ୍ତି, ଜଳ ପରିଚାଳନା, ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଏବଂ ପେଟ୍ରା ଓ ଏଲୋରା ମଧ୍ୟରେ ଯୁଗ୍ମ ବ୍ୟବସ୍ଥା କ୍ଷେତ୍ରରେ ଏମଓୟୁ ପାଇଁ ଚୂଡ଼ାନ୍ତ କରିଥିଲେ । ଭାରତ-ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କ ଓ ବନ୍ଧୁତ୍ୱକୁ ଏହି ବୁଝାମଣା ଅଧିକ ସୁଦୃଢ଼ କରିବ । ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ରାତ୍ରଭୋଜନର ଆୟୋଜନ କରିଥିଲେ । ମହାମହିମଙ୍କୁ ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଥିଲେ ଏବଂ ସେ ଏହାକୁ ଗ୍ରହଣ କରିଥିଲେ । 
SR


(रिलीज़ आईडी: 2204948) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Telugu , Kannada , Malayalam