ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ପି.ଜି. ବରୁଆ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 DEC 2025 9:06AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ଦ ଆସାମ ଟ୍ରିବ୍ୟୁନ ଗ୍ରୁପ’ ର ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.ଜି. ବରୁଆ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। 
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି: 
"ଆସାମ ଟ୍ରିବ୍ୟୁନ ଗ୍ରୁପ୍ର ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.ଜି. ବରୁଆ ଜୀଙ୍କ ବିୟୋଗରେ ମୁଁ ମର୍ମାହତ। ଗଣମାଧ୍ୟମ ଜଗତକୁ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଆସାମର ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ରାଜ୍ୟର ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ମଧ୍ୟ ସେ ଆଗ୍ରହୀ ଥିଲେ। ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି " 
HS 


(ରିଲିଜ ଆଡି: 2204005) ପରିଦର୍ଶକ କାଉଣ୍ଟର : 32