ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ଚିତା ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମ କିପରି ପ୍ରତିଫଳିତ କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରବନ୍ଧ ସେୟାର

प्रविष्टि तिथि: 04 DEC 2025 2:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ଚିତା ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମ କିପରି ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ତାହାକୁ ସେୟାର କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ଦେଶରେ ଚିତାଙ୍କ ସଂଖ୍ୟା ବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ। "ଭାରତରେ ଜନ୍ମିତ ଏକ ମାଈ ଚିତା ଦ୍ୱାରା ପାଞ୍ଚଟି ଶାବକ ଜନ୍ମ ହେବା ଏହି କଥାର ଦୃଢ଼ ପ୍ରମାଣ ଯେ ଚିତା ଭାରତୀୟ ପରିବେଶ ସହିତ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଇଛି" ଶ୍ରୀ ମୋଦୀ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଲେ:

"ଦେଶରେ ଚିତାଙ୍କ ବର୍ଦ୍ଧିତ ସଂଖ୍ୟା ବହୁତ ଉତ୍ସାହଜନକ। ଏକ ଭାରତୀୟ ଜନ୍ମିତ ମାଈ ଚିତା ଦ୍ୱାରା ପାଞ୍ଚଟି ଛୁଆ ଜନ୍ମ ଏକ ଦୃଢ଼ ପ୍ରମାଣ ଯେ, ଚିତାମାନେ ଭାରତୀୟ ପରିବେଶରେ ଭଲ ଭାବରେ ଖାପ ଖୁଆଇ ସାରିଛନ୍ତି। ଏହି ଲେଖାରେ, କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଜୀ ବ୍ୟାଖ୍ୟା କରିଛନ୍ତି ଯେ, ଚିତା ପୁନଃ ପ୍ରବର୍ତ୍ତନ କାର୍ଯ୍ୟକ୍ରମ କିପରି ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି। ‘’

HS


(रिलीज़ आईडी: 2198900) आगंतुक पटल : 2
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Gujarati , Kannada , Malayalam