ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଆର କାନାକୋନା ଗସ୍ତର କିଛି ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 NOV 2025 10:11PM by PIB Bhubaneshwar

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକ ଉତ୍ସବ ‘ଶ୍ରାଦ୍ଧ ପଞ୍ଚଶତମନୋତ୍ସବ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର କାନାକୋନା ଗସ୍ତର କିଛି ଝଲକ ଶେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ବ୍ରୋଞ୍ଜରେ ନିର୍ମିତ ପ୍ରଭୁ ଶ୍ରୀ ରାମଙ୍କର ୭୭ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମଠ ଦ୍ୱାରା ବିକଶିତ ‘ରାମାୟଣ ଥିମ ପାର୍କ ଗାର୍ଡେନ’ ମଧ୍ୟ ଉଦ୍‌ଘାଟନ କରିିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଡାକ ଟିକଟ ଏବଂ ଏକ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଛନ୍ତି

ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ପାର୍ତ୍ତଗଳି ଏବଂ ଉଡୁପି ଉଭୟ ମଠ ଗୋଟିଏ ଆଧ୍ୟାତ୍ମିକ ଧାରାର ଜୀବନ୍ତ ପ୍ରବାହ ନମ୍ରତା, ସଂସ୍କାର ଏବଂ ସେବାର ପ୍ରତୀକ ଏହି ମଠଗୁଡିକରୁ ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ନିରନ୍ତର ଉର୍ଜା ମିଳୁଥିବ ବୋଲି ମୋର ବିଶ୍ୱାସ ।”

“ଯେତେବେଳେ ଗୋଆର ମନ୍ଦିର ଏବଂ ସ୍ଥାନୀୟ ପରମ୍ପରା ସଂକଟର ସମ୍ମୁଖୀନ ହୋଇଥିଲା, ତେବେ ପାର୍ତ୍ତଗଳି ମଠ ଭଳି ଅନୁଷ୍ଠାନଗୁଡିକ ସାଂସ୍କୃତିକ ପରିଚୟକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥିଲେ ।”

“ଆଜି ଭାରତ ଏକ ଅଦ୍ଭୁତ ସାଂସ୍କୃତିକ ପୁନର୍ଜାଗରଣର ସାକ୍ଷୀ ପାଲଟିଛି, ଯାହାର କେବଳ ଗୋଟିଏ ନୁହେଁ ବରଂ ଅନେକ ଉଦାହରଣ ରହିଛି...”

“ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ପାଳନ ଅବସରରେ କାନାକୋନାରେ ଏକ ସ୍ମରଣୀୟ କାର୍ଯ୍ୟକ୍ରମ ଏଠାରେ କିଛି ଝଲକ ଦିଆଯାଇଛି ।”

“ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠରେ ପ୍ରଭୁ ଶ୍ରୀ ରାମଙ୍କ ୭୭ ଫୁଟ ଉଚ୍ଚ ପ୍ରତିମା ଉନ୍ମୋଚନ କରାଯାଇଛି ମୁଁ ସମଗ୍ର ଦେଶରୁ ଭକ୍ତମାନଙ୍କୁ ଏଠାକୁ ଆସି ଏହି ପ୍ରତିମା ପରିଦର୍ଶନ କରିବାକୁ ଅନୁରୋଧ କରୁଛି ଏହା ନିଶ୍ଚିତ ଭାବରେ ଏକ ବିଶେଷ ଅଭିଜ୍ଞତା ହେବ ।”

 

SR


(ରିଲିଜ ଆଡି: 2196640) ପରିଦର୍ଶକ କାଉଣ୍ଟର : 49