ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବିଧାନ ଦିବସରେ ପ୍ୟାରିସସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନେଇ ପ୍ରଧାନମନ୍ତ୍ରୀଙ୍କ ଗର୍ବ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 26 NOV 2025 10:50PM by PIB Bhubaneswar

 

ସମ୍ବିଧାନ ଦିବସରେ ପ୍ୟାରିସ ସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଗର୍ବ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ଅବସର ଡକ୍ଟର ଆମ୍ବେଦେକର ଏବଂ ଭାରତର ସମ୍ବିଧାନ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଡକ୍ଟର ଆମ୍ବେଦେକରଙ୍କ ଚିନ୍ତାଧାରା ଏବଂ ଆଦର୍ଶ ବିଶ୍ୱର ଅଗଣିତ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରିଆସୁଥିବ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଆଜି ସମ୍ବିଧାନ ଦିବସରେ, ପ୍ୟାରିସ ସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଏହା ଡକ୍ଟର ଆମ୍ବେଦକର ଏବଂ ଆମ ସମ୍ବିଧାନ ନିର୍ମାଣରେ ତାଙ୍କ ଭୂମିକା ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି । ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଅଗଣିତ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରିଥାଏ ।

@UNESCO

@IndiaatUNESCO”

 

SR

 


(ରିଲିଜ ଆଡି: 2195416) ପରିଦର୍ଶକ କାଉଣ୍ଟର : 49