ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବିଧାନ ଦିବସରେ ପ୍ୟାରିସସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନେଇ ପ୍ରଧାନମନ୍ତ୍ରୀଙ୍କ ଗର୍ବ ପ୍ରକାଶ

प्रविष्टि तिथि: 26 NOV 2025 10:50PM by PIB Bhubaneshwar

 

ସମ୍ବିଧାନ ଦିବସରେ ପ୍ୟାରିସ ସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଗର୍ବ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ଅବସର ଡକ୍ଟର ଆମ୍ବେଦେକର ଏବଂ ଭାରତର ସମ୍ବିଧାନ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ସେ ଗୁରୁତ୍ୱାରୋପ କରିଥିଲେ ଯେ, ଡକ୍ଟର ଆମ୍ବେଦେକରଙ୍କ ଚିନ୍ତାଧାରା ଏବଂ ଆଦର୍ଶ ବିଶ୍ୱର ଅଗଣିତ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରିଆସୁଥିବ

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ, ଆଜି ସମ୍ବିଧାନ ଦିବସରେ, ପ୍ୟାରିସ ସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ଏହା ଡକ୍ଟର ଆମ୍ବେଦକର ଏବଂ ଆମ ସମ୍ବିଧାନ ନିର୍ମାଣରେ ତାଙ୍କ ଭୂମିକା ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଅଗଣିତ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରିଥାଏ

@UNESCO

@IndiaatUNESCO”

 

SR

 


(रिलीज़ आईडी: 2195416) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Gujarati , Kannada , Malayalam