ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଧ୍ୱଜାରୋହଣ ଉତ୍ସବର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

Posted On: 25 NOV 2025 9:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିବା ଶ୍ରୀ ରାମଜନ୍ମଭୂମି ମନ୍ଦିର ଧ୍ୱଜାରୋହଣ ଉତ୍ସବର ଝଲକ ସେୟାର କରିଛନ୍ତି ଅଯୋଧ୍ୟାର ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ସେ ଔପଚାରିକ ଭାବେ ଗୈରିକ ଧ୍ୱଜା ସ୍ଥାପନ କରିଛନ୍ତି, ଯାହାକି ମନ୍ଦିର ନିର୍ମାଣ ସମାପନ ଏବଂ ସାଂସ୍କୃତିକ ଉତ୍ସବ ଜାତୀୟ ଏକତାର ନୂତନ ଅଧ୍ୟାୟକୁ କାଏମ କରିଛି ଶ୍ରୀ ମୋଦୀ ସପ୍ତମନ୍ଦିର ପରିଦର୍ଶନ କରିଥିଲେ ଏଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକୀ, ଦେବୀ ଅହଲ୍ୟା, ନିଶାଦରାଜ ଗୁହା ଏବଂ ମାତା ଶାବରୀଙ୍କ ମନ୍ଦିର ରହିଛି ଏହା ପରେ ସେ ଶେଷାବତାର ମନ୍ଦିର ଏବଂ ମାତା ଅନ୍ନପୂର୍ଣ୍ଣା ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ରାମ ଦରବାର ଗର୍ଭଗୃହରେ ଦର୍ଶନ ପୂଜା କରିବା ସହ ରାମ ଲଲା ଗର୍ଭ ଦର୍ଶନ କରିଥିଲେ

ଏକ୍ସର ଅନେକ ଗୁଡ଼ିଏ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଆଜି ଅଯୋଧ୍ୟାରେ ରାମଲଲା ମନ୍ଦିରର ଧ୍ୱଜାରୋହଣ ଉତ୍ସବ ପୂର୍ବରୁ ମନ୍ଦିର ପରିସରରେ ସପ୍ତମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବାର ସୌଭାଗ୍ୟ ମଧ୍ୟ ମିଳିଲା ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକୀ, ଦେବୀ ଅହଲ୍ୟା, ନିଷାଦରାଜ ଏବଂ ମାତା ଶବରୀଙ୍କ ସପ୍ତ ମନ୍ଦିରରେ ବୋଧ ଏବଂ ଭକ୍ତି ପ୍ରାପ୍ତ ହୋଇଥାଏ, ଯାହାକି ଆମକୁ ଭଗବାନ ପ୍ରଭୁ ରାମଙ୍କ ଚରଣ ପାଇଁ ଯୋଗ୍ୟ କରିଥାଏ ।”

“ସପ୍ତ ମନ୍ଦିରର ସମସ୍ତ ସାତ ଋଷି ଏବଂ ମହା ଭାଗବତଙ୍କ ଉପସ୍ଥିତିରେ ହିଁ ରାମଚରିତ ପୂର୍ଣ୍ଣ ହୋଇଥାଏ ମହର୍ଷି ବଶିଷ୍ଠ ଏବଂ ମହର୍ଷି ବିଶ୍ୱାମିତ୍ର ପ୍ରଭୁ ରାମଲଲାଙ୍କ ବିଦ୍ୟାଧ୍ୟୟନର ଲୀଳା ପୂରା କରିଥିଲେ ମହର୍ଷି ଅଗସ୍ତଙ୍କ ସହ ବନଗମନ ସମୟରେ ଜ୍ଞାନ ଚର୍ଚ୍ଚା ହୋଇଥିଲା ଏବଂ ରାକ୍ଷସୀ ଆତଙ୍କର ବିନାଶ ମାର୍ଗ ପ୍ରଶସ୍ତ ହୋଇଥିଲା      ଆଦିକବି ମହର୍ଷି ବାଲ୍ମିକୀ ବିଶ୍ୱକୁ ଅଲୌକିକ ରାମାୟଣ ପ୍ରଦାନ କରିଥିଲେ ଦେବୀ ଅହଲ୍ୟା, ନିଷାଦରାଜ ଏବଂ ମାତା ଶବରୀ ମହାନ ଭକ୍ତିର ଉଦାହରଣ ପ୍ରସ୍ତୁତ କରିଥିଲେ ଏବଂ ଆମେ ପ୍ରଭୁ ରାମଙ୍କ ଆଦର୍ଶ ସହିତ ପରିଚିତ ହୋଇପାରିଥିଲେ, ଯେଉଁଥିରେ ସେ ନିଜେ କହିଥିଲେ- କହ ରଘୁପତି ସୁନୁ ଭାମିନି ବାତା  ମାନଉଁ ଏକ ଭଗତି କର ନାତା ।”

“ଆଜି ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଧର୍ମ ଧ୍ୱଜାରୋହଣ ଉତ୍ସବ ପୂର୍ବରୁୁ ମନ୍ଦିର ପରିସରରେ ଥିବା ସପ୍ତ ମନ୍ଦିର କମ୍ପ୍ଲେକ୍ସରେ ପ୍ରାର୍ଥନା କରିବା ଏବଂ ଆଶୀର୍ବାଦ  ନେବାର ସୌଭାଗ୍ୟ ମିଳିଲା ।”

“ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକୀ, ଦେବୀ ଅହଲ୍ୟା, ନିଷାଦରାଜ ଏବଂ ମାତା ଶବରୀଙ୍କୁ ଉତ୍ସର୍ଗିତ ହୋଇଥିବା ଏହି ସାତଟି ମନ୍ଦିର ଆମକୁ ଜ୍ଞାନ ଏବଂ ଭକ୍ତିର ମାର୍ଗ ଦେଖାଇଥାଏ ଏହା ଆମକୁ ପ୍ରଭୁ ରାମଙ୍କ ଚରଣ ପାଇଁ ଯୋଗ୍ୟ କରାଇଥାଏ ।”  

“ଅଯୋଧ୍ୟାର ପବିତ୍ର ଧାମରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ ସମାରୋହରେ ଭାଗ ନେବା ମୋ ପାଇଁ ଅତ୍ୟନ୍ତ ଭାବବିଭୋର କରିବା ଭଳି ଅନୁଭବ ଶୁଭ ମୁହୂର୍ତ୍ତରେ ସମ୍ପନ୍ନ ହୋଇଥିବା ଏହି ଉତ୍ସବ ଆମର ସାଂସ୍କୃତିକ ଗୌରବ ଏବଂ ରାଷ୍ଟ୍ରୀୟ ଏକତାର ନୂତନ ଅଧ୍ୟାୟର ଉଦ୍ଘୋଷ ରାମ ମନ୍ଦିରର ଗୌରବଶାଳୀ ଧ୍ୱଜ, ବିକଶିତ ଭାରତର ନଗଜାଗରଣର ସଂସ୍ଥାପନା ଅଟେ ଏହି ଧ୍ୱଜ ନ୍ୟାୟ ଏବଂ ନୀତିର ପ୍ରତୀକ ହେଉ, ଏହି ଧ୍ୱଜ ସୁଶାସନରୁ ସମୃଦ୍ଧିର ପଥ ପ୍ରଦର୍ଶକ ହେଉ, ଏହି ଧ୍ୱଜ ବିକଶିତ ଭାରତର ଶକ୍ତି ହୋଇ ଏହି ରୂପରେ ସଦା ଆରୋହିତ ରହୁ...ଭଗବାନ ଶ୍ରୀ ରାମଙ୍କ ଏହି କାମନା ଜୟ ଜୟ ସିୟାରାମ ।”

“ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଧର୍ମ ଧ୍ୱଜାରୋହଣ ଉତ୍ସବର ମୁହୂର୍ତ୍ତକୁ ଭାରତ ଏବଂ ବିଶ୍ୱର କୋଟି କୋଟି ଲୋକ ଅପେକ୍ଷା କରି ରହିଥିଲେ ଅଯୋଧ୍ୟାରେ ଇତିହାସ ସୃଷ୍ଟି ହୋଇଛି ଏବଂ ଏହା ଆମକୁ ପ୍ରଭୁ ଶ୍ରୀରାମଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ପ୍ରେରଣା ଯୋଗାଉଛି ।”

“ଆଜି ଅଯୋଧ୍ୟାରେ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜା ଅର୍ଚ୍ଚନାର ସୌଭାଗ୍ୟ ପ୍ରାପ୍ତ ହେଲି ଦେବୀ ମା’ଙ୍କ ନିକଟରେ ସମସ୍ତ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସମୃଦ୍ଧି କାମନା କଲି ମାତା ଅନ୍ନପୂର୍ଣ୍ଣା ଅନ୍ନ, ଆନନ୍ଦ ଏବଂ ଅଭୟର ଅଧିଷ୍ଠାତ୍ରୀ ଦେବୀ ତାଙ୍କ ଆଶୀର୍ବାଦ, ବିକଶିତ ଭାରତର ସମସ୍ତ ପ୍ରୟାସକୁ ଯଶ ସୌଭାଗ୍ୟରେ ଯୋଡ଼ି ଗତି ପ୍ରଦାନ କରୁ, ଏହାହିଁ ମୋର ପ୍ରାର୍ଥନା ।”

“ଅଲୌକିକ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମ ପରିବାର ଦର୍ଶନର ଶୁଭ ଅବସର ମିଳିଲା ଏହି କ୍ଷଣ ଶ୍ରଦ୍ଧା ଭକ୍ତିରେ ଭାବବିଭୋର କରିଦେଲା ପ୍ରଭୁ ଶୀରାମ, ମାତା ଜାନକୀ, ଶେଷାବତାର ଲକ୍ଷ୍ମଣ ଜୀ ଏବଂ ସମସ୍ତ ପରିବାରର ଏହି ଦିବ୍ୟ ସ୍ୱରୂପ ଭାରତର ଚେତନାର ସାକ୍ଷାତ ପ୍ରତିମୂର୍ତ୍ତି ଏହା ଅସଂଖ୍ୟ ରାମଭକ୍ତଙ୍କ ତପସ୍ୟାର ପ୍ରତିଫଳ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଆଶିଷ ସମ୍ପୂର୍ଣ୍ଣ ଭାରତବାସୀଙ୍କ ଜୀବନକୁ ଯଶ କୀର୍ତ୍ତି ପ୍ରଦାନ କରନ୍ତୁ, ଏହା ହିଁ ମୋର ପ୍ରାର୍ଥନା ।”

“ଅଯୋଧ୍ୟାର ପବିତ୍ର ଭୂମିରେ ଦିବ୍ୟ-ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମ ଲଲାଙ୍କ ଦର୍ଶନ-ପୂଜନର ଅଲୌକିକ କ୍ଷଣ ମନରେ ଅଦ୍ଭୁତ ଆନନ୍ଦ ଭରିଦେଲା ରାମଲଲାଙ୍କ ଏହି ବାଲ ପ୍ରତିମା ଭାରତର ଚେତନା ଜାଗୃତର ସ୍ୱରୂପ ପ୍ରତ୍ୟେକ ଥର ରାମଲଲାଙ୍କ ଏହି ଦିବ୍ୟତମ ବିଗ୍ରହ, ମୋତେ ଏକ ଅସୀମ ଶକ୍ତି ଯୋଗାଇ ଦେବାର ମାଧ୍ୟମ ହୋଇଛି ଏହି ଶକ୍ତି ସମ୍ପୂର୍ଣ୍ଣ ବିଶ୍ୱର ରାମଭକ୍ତଙ୍କ ସଂକଳ୍ପର ଆଜିର ଧ୍ୱଜାରୋହଣ ପର୍ବ, ଏହି ସଂକଳ୍ପର ସିଦ୍ଧିର ଅବସର ହୋଇପାରିଛି ପ୍ରଭୁ କୀ କୃପା ଭୟଉ ସବୁ କାଜୁ ଜନ୍ମ ହମାର ସୁଫଳ ଭା ଆଜୁ ।”

“ଶ୍ରୀ ରାମଲଲା ମନ୍ଦିର ଗର୍ଭଗୃହର ଅନନ୍ତ ଉର୍ଜା ଏବଂ ଏହାର ଦିବ୍ୟ ପ୍ରତାପ ଧର୍ମଧ୍ୱଜା ରୂପରେ ଦିବ୍ୟତମ- ଭବ୍ୟତମ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ପ୍ରତିଷ୍ଠାପିତ ହୋଇଛି   ଏହି ଧର୍ମ ଧ୍ୱଜା କେବଳ ଏକ ଧ୍ୱଜ ନୁହେଁ, ବରଂ ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପ୍ରତୀକ ।”

“ରାମ ମନ୍ଦିରର ଦିବ୍ୟ ପ୍ରାଙ୍ଗଣ ଭାରତର ସାମୂହିକ ସାମର୍ଥ୍ୟର ଚେତନାସ୍ଥଳୀରେ ରୂପାନ୍ତର ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ସମସ୍ତ ଦେଶବାସୀଙ୍କୁ ମୋର ଅନୁରୋଧ, ଏଠାରେ ସପ୍ତମନ୍ଦିର ଦର୍ଶନ କରନ୍ତୁ, ଯାହାକି ଆମର ଆସ୍ଥା ସହିତ ମିତ୍ରତା, କର୍ତ୍ତବ୍ୟ ଏବଂ ସାମାଜିକ ସଦଭାବର ମୂଲ୍ୟକୁ ଦର୍ଶାଉଛି ।”

“ରାମ ଏକ ମୂଲ୍ୟ ଅଟେ, ଏକ ମର୍ଯ୍ୟାଦା ଅଟେ, ଏକ ଦିଶା ଅଟେ ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଏବଂ ସମାଜକୁ ସାମର୍ଥ୍ୟବାନ କରିବା ପାଇଁ ଆମକୁ ଆମ ଅନ୍ତରର ରାମଙ୍କର ପ୍ରାଣ - ପ୍ରତିଷ୍ଠା କରିବାକୁ ପଡ଼ିବ ।”

“ଏଥିପାଇଁ ମୁଁ କହୁଛି କି ଆମ ଦେଶକୁ ଆଗକୁ ବଢ଼ିବାକୁ ହେଲେ ଆମକୁ ଆମ ଐତିହ୍ୟ ଉପରେ ଗର୍ବ କରିବାକୁ ପଡ଼ିବ ।”

“ଭାରତର ପ୍ରତ୍ୟେକ ଘରେ, ପ୍ରତ୍ୟେକ ଭାରତୀୟଙ୍କ ମନରେ ଏବଂ ଭାରତ ବର୍ଷର ପ୍ରତ୍ୟେକ କୋଣରେ ରାମ ଅଛନ୍ତି କିନ୍ତୁ ଗୁଲାମୀର ମାନସିକତା ଏତେ ଜୋର୍ ହୋଇଯାଇଛି ଯେ ପ୍ରଭୁ ରାମଙ୍କୁ ବି କାଳ୍ପନିକ ଘୋଷଣା କରାଯାଉଛି ।”

“ଆମକୁ ଏଭଳି ଭାରତବର୍ଷ ନିର୍ମାଣ କରିବାକୁ ପଡ଼ିବ, ଯାହାକି ରାମରାଜ୍ୟରୁ ପ୍ରେରଣା ନେଉଥିବ ଏହା ସେତେବେଳେ ସମ୍ଭବ, ଯେତେବେଳେ ସ୍ୱୟଂହିତ ବଦଳରେ ରାଷ୍ଟ୍ରହିତକୁ ପ୍ରଥମରେ ରଖାଯିବ ଏବଂ ଦେଶହିତ ସର୍ବୋପରି ହେବ ।”

SR

 


(Release ID: 2194565) Visitor Counter : 3