ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶୀ ସାଂସଦ କ୍ରୀଡା ପ୍ରତିଯୋଗିତାର ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 NOV 2025 2:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ସାଂସଦ କ୍ରୀଡା ପ୍ରତିଯୋଗିତାର ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ, ଯୁବ ଅଂଶଗ୍ରହଣକାରୀଙ୍କ ଦ୍ୱାରା ପ୍ରଦର୍ଶିତ ଶକ୍ତି ଏବଂ ଉତ୍ସାହ ପ୍ରକୃତରେ ଉଲ୍ଲେଖନୀୟ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ପ୍ରଦର୍ଶନ ମାଧ୍ୟମରେ ସେମାନଙ୍କର ଅସାଧାରଣ କ୍ଷମତା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“କାଶି ସାଂସଦ କ୍ରୀଡା ପ୍ରତିଯୋଗିତାର ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ମୋର ଅନେକ ଶୁଭେଚ୍ଛା ଶୁଭକାମନା! ଏଥିରେ ଭାଗ ନେଇଥିବା ଯୁବ ପ୍ରତିଯୋଗୀମାନଙ୍କର ପ୍ରକୃତ ଶକ୍ତି ଏବଂ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ତାହା ଅଦ୍ଭୁତ ଥିଲା ସେମାନେ ନିଜର ଅସାଧାରଣ କ୍ଷମତା ଏବଂ କୌଶଳ ପ୍ରଦର୍ଶନ କରିଥିଲେ ।”

 

SR


(ରିଲିଜ ଆଡି: 2192764) ପରିଦର୍ଶକ କାଉଣ୍ଟର : 37