ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହର କିଛି ଝଲକ ସେୟାର କରିଛନ୍ତି

प्रविष्टि तिथि: 19 NOV 2025 4:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହର କିଛି ଝଲକ ସେୟାର କରିଛନ୍ତି

ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ସାମିଲ ହେବା ଗୌରବର ବିଷୟ କାର୍ଯ୍ୟକ୍ରମର କିଛି ଝଲକ ଏଠାରେ ଅଛି ।”

“ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ତାଙ୍କୁ ସମର୍ପିତ ସ୍ମାରକ ମୁଦ୍ରା ଡାକଟିକଟ ଜାରି କରି ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି ।”

“ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ତ୍ତା ସମୟ ଏବଂ ସ୍ଥାନର ସୀମାରେ ସୀମାବଦ୍ଧ ନୁହେଁ କରୁଣା, ସେବା ଏବଂ ସମସ୍ତଙ୍କ ପ୍ରତି ପ୍ରେମର ତାଙ୍କ ଶିକ୍ଷା ସମଗ୍ର ବିଶ୍ୱରେ ଲୋକଙ୍କୁ ରାସ୍ତା ଦେଖାଉଛି ।”

“ବିଗତ ୧୧ ବର୍ଷରେ ଆମ ଦେଶରେ ସାମାଜିକ ସୁରକ୍ଷାର ଢାଞ୍ଚା ଯଥେଷ୍ଟ ସୁଦୃଢ଼ ହୋଇପାରିଛି ମୁଁ ବହୁତ ଖୁସିର ସହ କଥା କହିପାରିବି ଆଜି ପ୍ରାୟ୧୦୦ କୋଟି ଲୋକ ଏହା ପରିସରକୁ ଆସିପାରିଛନ୍ତି ।”

SR

 


(रिलीज़ आईडी: 2192013) आगंतुक पटल : 17
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam