ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହର କିଛି ଝଲକ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2025 4:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହର କିଛି ଝଲକ ସେୟାର କରିଛନ୍ତି ।

ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ସାମିଲ ହେବା ଗୌରବର ବିଷୟ । କାର୍ଯ୍ୟକ୍ରମର କିଛି ଝଲକ ଏଠାରେ ଅଛି ।”

“ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହରେ ତାଙ୍କୁ ସମର୍ପିତ ସ୍ମାରକ ମୁଦ୍ରା ଓ ଡାକଟିକଟ ଜାରି କରି ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି ।”

“ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ତ୍ତା ସମୟ ଏବଂ ସ୍ଥାନର ସୀମାରେ ସୀମାବଦ୍ଧ ନୁହେଁ । କରୁଣା, ସେବା ଏବଂ ସମସ୍ତଙ୍କ ପ୍ରତି ପ୍ରେମର ତାଙ୍କ ଶିକ୍ଷା ସମଗ୍ର ବିଶ୍ୱରେ ଲୋକଙ୍କୁ ରାସ୍ତା ଦେଖାଉଛି ।”

“ବିଗତ ୧୧ ବର୍ଷରେ ଆମ ଦେଶରେ ସାମାଜିକ ସୁରକ୍ଷାର ଢାଞ୍ଚା ଯଥେଷ୍ଟ ସୁଦୃଢ଼ ହୋଇପାରିଛି । ମୁଁ ବହୁତ ଖୁସିର ସହ ଏ କଥା କହିପାରିବି ଆଜି ପ୍ରାୟ୧୦୦ କୋଟି ଲୋକ ଏହା ପରିସରକୁ ଆସିପାରିଛନ୍ତି ।”

SR

 


(ରିଲିଜ ଆଡି: 2192013) ପରିଦର୍ଶକ କାଉଣ୍ଟର : 43