PIB Headquarters
ଏଭିଜିସି-ଏକ୍ସଆର୍ ବିପ୍ଲବର ସଶକ୍ତୀକରଣ
ମିଡିଆ ଓ ମନୋରଂଜନର ଭବିଷ୍ୟତକୁ ଭାରତର ଲମ୍ଫ ପ୍ରଦାନ
प्रविष्टि तिथि:
18 NOV 2025 10:59AM by PIB Bhubaneshwar
ଅଧିକ ପଢନ୍ତୁ
|
ପ୍ରମୁଖ ବିନ୍ଦୁ
|
- ଭାରତର ମିଡିଆ ଓ ମନୋରଂଜନ କ୍ଷେତ୍ର ହେଉଛି ଏକ ଉଦୀୟମାନ ଉଦ୍ୟୋଗ। ଡିଜିଟାଲ ନବସୃଜନ ଓ ସୃଜନଶୀଳ ଟେକ୍ ଅଭିବୃଦ୍ଧିରେ ଏହି ଉଦ୍ୟୋଗ ୨୦୩୦ ସୁଦ୍ଧା ଏହା ୧୦୦ ବିଲିଅନ ଆମେରିକୀୟ ଡଲାର ଅତିକ୍ରମ କରିବାର ଆକଳନ କରାଯାଉଛି।
- ନେଟଫ୍ଲିକ୍ସ, ଗୁଗୁଲ, ମାଇକ୍ରୋସଫ୍ଟ, ଏନ୍ଭିଡି ଓ ଅନ୍ୟ ସଂସ୍ଥାର ବିଶ୍ୱସ୍ତରୀୟ ସହଭାଗିତାରେ ଭାରତୀୟ ସୃଜନଶୀଳ ଟେକ୍ନୋଲଜି ସଂସ୍ଥାନ (ଆଇଆଇସିଟି) ଜରିଆରେ ସୃଜନଶୀଳ ଶିକ୍ଷାକୁ ଏକ ନୂଆ ଦିଗ ପ୍ରଦାନ କରୁଛି। ଏହିପରି ଭାବେ ଏହା ଏକ ବିଶ୍ୱସ୍ତରୀୟ ପ୍ରତିଭା ପରିବେଶର ନିର୍ମାଣ କରୁଛି।
ଭାରତୀୟ ଭିଏଫଏକ୍ସ ଓ ଆନିମେସନ ଷ୍ଟୁଡିଓ ବର୍ତ୍ତମାନ ବିଶ୍ୱସ୍ତରୀୟ ସିନେମାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଅବତାର, ଥୋର୍ : ଦି ଡାର୍କ ଓ୍ୱାର୍ଲଡ ଓ ଦି ଗେମ୍ ଅଫ୍ ଥୋର୍ନସ ପରି ବ୍ଲକ୍ବ୍ଲଷ୍ଟର ଫିଲ୍ମ ନିର୍ମାଣରେ ଭାରତୀୟ ଭିଏଫ୍ଏକ୍ସ ଓ ଆନିମେସନର ଅନେକ ଅବଦାନ ରହିଛି।
|
India’s Creative Economy at an Inflection Point
ଡିଜିଟାଲ୍ ନବସୃଜନ, ଯୁବ-ପରିଚାଳିତ ଚାହିଦା ଏବଂ ସୃଜନଶୀଳ ଉଦ୍ୟୋଗରେ ବୃଦ୍ଧି ଦ୍ୱାରା ଭାରତର ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ଶିଳ୍ପ ମଧ୍ୟରୁ ଏକ ଅନ୍ୟତମ କ୍ଷେତ୍ର ଭାବରେ ଉଭା ହୋଇଛି। ସେବା ଅର୍ଥନୀତିରେ ଏକ ସମ୍ଭାବନାମୟ କ୍ଷେତ୍ର ଭାବରେ ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ଏହି କ୍ଷେତ୍ର ପ୍ରାୟ ବାର୍ଷିକ ୭ ପ୍ରତିଶତ ଚକ୍ରବୃଦ୍ଧି ହାରରେ ଅଭିବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହା ୨୦୨୭ ସୁଦ୍ଧା ପ୍ରାୟ ₹ ୩,୦୬୭ ବିଲିୟନରେ ପହଞ୍ଚିବ। ଜାତୀୟ ଲକ୍ଷ୍ୟ ଅନୁସାରେ ୨୦୩୦ ସୁଦ୍ଧା ଏହି ବ୍ୟବସ୍ଥାକୁ ୧୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବାର ଆକଳନ କରାଯାଇଛି। ଏଥିରୁ ଜଣାପଡୁଛି ଭାରତ ଏକ କଣ୍ଟେଣ୍ଟ ବ୍ୟବହାରକାରୀ ଦେଶ ବଦଳରେ ବିଶ୍ୱବ୍ୟାପୀ ସୃଜନଶୀଳ ଓ ବୌଦ୍ଧିକ ସମ୍ପତ୍ତିର ରପ୍ତାନୀକାରୀ ଦେଶରେ ପରିଣତ ହେଉଛି।
୩ଟି ପ୍ରମୁଖ ସ୍ତମ୍ଭ ଉପରେ ନିର୍ଭର କରୁଛି ଏହି କ୍ଷେତ୍ରର ରଣନୀତିକ ଲକ୍ଷ୍ୟ:
ବର୍ତ୍ତମାନର ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଲା ଆନିମେସନ୍, ଭିଜୁଆଲ୍ ଇଫେକ୍ଟ, ଗେମିଂରେ ଘରୋଇ କ୍ଷମତାର ସୁଦୃଢୀକରଣ ଏବଂ ତାଲିମ, ଡିଜିଟାଲ୍ ଭିତ୍ତିଭୂମି ଓ ନବସୃଜନ-ଚାଳିତ ପ୍ରତିଷ୍ଠାନରେ ନିବେଶ ଜରିଆରେ ବାସ୍ତବତାର ସଂପ୍ରସାରଣ। ଏହା ସହିତ ସମସ୍ତ ଅଞ୍ଚଳରୁ ଓ ସମସ୍ତ ଭାଷାଭାଷୀ ଅଞ୍ଚଳରୁ ସାମଗ୍ରିକ ଅଂଶଗ୍ରହଣ ହେଉଛି ଏକ ପ୍ରମୁଖ ନୀତିଗତ ପ୍ରାଥମିକତା। ସୃଜନଶୀଳ ସୁଯୋଗ କେବଳ ମହାନଗର କ୍ଲଷ୍ଟରରେ ସୀମିତ ନ ରହି ଉଦୀୟମାନ ସାଂସ୍କୃତିକ ଅର୍ଥନୀତି ପର୍ଯ୍ୟନ୍ତ ଯେପରି ବ୍ୟାପେ, ତାକୁ ଏହା ସୁନିଶ୍ଚିତ କରିଥାଏ।
ଅର୍ଥନୈତିକ ଦୃଷ୍ଟିରୁ, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ମୂଲ୍ୟଯୁକ୍ତ ଏବଂ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଗତ ଦଶନ୍ଧି ମଧ୍ୟରେ ଏହାର ମୋଟ ମୂଲ୍ୟ-ଯୁକ୍ତ ଭାଗ ନିରନ୍ତର ଭାବେ ବୃଦ୍ଧି ପାଉଛି। ଭାରତ ଏକ ବିଶାଳ ଦକ୍ଷ ମାନବସମ୍ୱଳର ସହଯୋଗରେ ଆନିମେସନ୍ ଏବଂ ଭିଏଫ୍ଏକ୍ସ ସେବାରେ ୪୦ରୁ ୬୦ ପ୍ରତିଶତ ଶସ୍ତାରେ ସେବା ପ୍ରଦାନ କରୁଛି। ଦରର ଏହି ତୁଳନାତ୍ମକ ଚିତ୍ର ଯୋଗୁଁ ଅନ୍ତର୍ଜାତୀୟ ପ୍ରକଳ୍ପଗୁଡ଼ିକର କାମ ଭାରତକୁ ମିଳୁଛି ଓ ବିଶ୍ୱସ୍ତରୀୟ ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ପାଇଁ ଭାରତକୁ ସମସ୍ତେ ପସନ୍ଦ କରୁଛନ୍ତି। ଏହି କ୍ଷେତ୍ରର ବର୍ଦ୍ଧିତ ବିଶ୍ୱ ପ୍ରତିଫଳନ ଡିଜିଟାଲ୍ ମିଡିଆରେ ମଧ୍ୟ ସମାନ ଭାବରେ ଦୃଶ୍ୟମାନ ହେଉଛି ଯେଉଁଠି ଭାରତୀୟ ଓଟିଟି ବିଷୟବସ୍ତୁର ମୋଟ ଦର୍ଶକଙ୍କ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ହେଉଛନ୍ତି ବିଦେଶୀ ଦର୍ଶକ। ଏହା କେବଳ ଭାରତର ସୃଜନଶୀଳ ଉତ୍ପାଦନର ବାଣିଜ୍ୟିକ ଆକର୍ଷଣକୁ ପ୍ରତିଫଳିତ କରୁଛି ତାହା ନୁହେଁ, ବରଂ ଏହା ମଧ୍ୟ ସାଂସ୍କୃତିକ କୂଟନୀତିରେ ଏହାର ବ୍ୟାପକ ଭୂମିକାକୁ ପ୍ରତିଫଳିତ କରୁଛି। କାରଣ ଭାରତୀୟ କାହାଣୀଗୁଡ଼ିକ ସାରା ବିଶ୍ୱରେ ଭାବପ୍ରବଣତାପୂର୍ଣ୍ଣ ଏବଂ ସାଂସ୍କୃତିକ ସଂପର୍କ ସୃଷ୍ଟି କରିଚାଲିଛି।
ଏହି ସୃଜନଶୀଳ ପୁନରୁତ୍ଥାନ ଏଭିଜିସି-ଏକ୍ସଆର୍ କ୍ଷେତ୍ରରେ ସବୁଠାରୁ ସକ୍ରିୟ ଭାବ ପ୍ରକାଶ ପାଉଛି ଯେଉଁଠାରେ ଟେକ୍ନୋଲଜି, କାହାଣୀର ବର୍ଣ୍ଣନା ଏବଂ ନବସୃଜନ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟକୁ ପରିଭାଷିତ କରିବା ପାଇଁ ଏକତ୍ରିତ ହେଉଛନ୍ତି। ଏଠାରେ ହିଁ ଭାରତର ସୃଜନଶୀଳ ଉଚ୍ଚଭିଳାଷ ଏହାର ଡିଜିଟାଲ୍ କ୍ଷମତାକୁ ପୂରଣ କରୁଛି, ଯାହା ଦର୍ଶକଙ୍କ ପାଇଁ ବିଷୟବସ୍ତୁ ନିର୍ମାଣ କରିବା ଅପେକ୍ଷା ବିଶ୍ୱକୁ ଏକ ନୂଆ ପ୍ରକାରର ଅଭିଜ୍ଞତା ପ୍ରଦାନ କରୁଛି ।
ଉତ୍ପତ୍ତି ଓ ସଂସ୍ଥାଗତ ଢାଞ୍ଚା
ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (AVGC-XR) କ୍ଷେତ୍ରକୁ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ଭାବରେ ଆନୁଷ୍ଠାନିକ ସ୍ୱୀକୃତି ସହିତ ଭାରତର ସୃଜନଶୀଳ ଅର୍ଥନୀତି ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟରେ ପ୍ରବେଶ କରିଛି। ୨୦୨୨ ମସିହାରେ ଏଭିଜିସି ପ୍ରମୋସନ୍ ଟାସ୍କ ଫୋର୍ସ ଗଠନ ସହିତ ଏହି ନୀତିଗତ ଯାତ୍ରା ଗତି ପାଇଥିଲା। ଏହା ଭାରତର ଏଭିଜିସି-ଏକ୍ସଆର୍ ବ୍ୟବସ୍ଥାକୁ ସୃଜନଶୀଳ ଟେକ୍ନୋଲଜି ଏବଂ ଡିଜିଟାଲ୍ ବିଷୟବସ୍ତୁ ନିର୍ମାଣ ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ଗଢ଼ି ତୋଳିବା ପାଇଁ ଏକ ବ୍ୟାପକ ଜାତୀୟ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ଡିଜିଟାଲ୍ ବିଷୟବସ୍ତୁ ପ୍ରସ୍ତୁତି ଏବଂ ସୃଜନଶୀଳତାର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଦେଶକୁ ସ୍ଥାନିତ କରିବା ପାଇଁ "ଭାରତରେ ପ୍ରସ୍ତୁତ କରନ୍ତୁ" ଫୋକସ୍ ସହିତ ଏକ ଜାତୀୟ ଏଭିଜିସି –ଏକ୍ସଆର୍ ମିଶନ ପ୍ରତିଷ୍ଠା କରିବାକୁ ଟାସ୍କ ଫୋର୍ସ ସୁପାରିଶ କରିଥିଲା। ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସର ରିପୋର୍ଟରେ ଆଗାମୀ ଦଶ ବର୍ଷ ମଧ୍ୟରେ ପ୍ରାୟ ୨୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଇଥିଲା। ଏହି କ୍ଷେତ୍ର ପ୍ରସ୍ତୁତି, ରପ୍ତାନି ଏବଂ ଆନୁଷଙ୍ଗିକ ସେବା ମାଧ୍ୟମରେ ଭାରତର ଜିଡିପି ମଧ୍ୟ ବୃଦ୍ଧି କରିପାରିବ।

|
ଆଇଆଇସିଟି – ପରିକଳ୍ପନାରୁ କାର୍ଯ୍ୟ ପର୍ଯ୍ୟନ୍ତ
- ମେ ୨୦୨୫ : ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ସଂସ୍ଥାନ (ଆଇଆଇସିଟି) ଏକ ସେକ୍ସନ ୮ କମ୍ପାନୀ ଭାବେ ପ୍ରତିଷ୍ଠିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଶିକ୍ଷା, ଗବେଷଣା, ନବସୃଜନ ଜରିଆରେ ଭାରତର ଏଭିଜିସି-ଏକ୍ସଆର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା। ଏହା ଦ୍ୱାରା ପ୍ରସ୍ତୁତ ହୋଇଥିବା ନୀତିକୁ ଆନୁଷ୍ଠାନିକ କାର୍ଯ୍ୟରେ ରୂପାନ୍ତରିତ କରାଯାଇପାରିବ।
- ମେ ୨୦୨୫ : ଗୁଗୁଲ, ୟୁଟ୍ୟୁବ, ମେଟା, ଆଡୋବ, ମାଇକ୍ରୋସଫ୍, ଏନଭିଡିଆ, ଓ୍ୱାକମ୍ ଓ ଜିଓଷ୍ଟାର ସହିତ ସହିତ ସହଯୋଗିତା କରିଥିଲା ଆଇଆଇସିଟି। ଏହାର ଲକ୍ଷ୍ୟ ଥିଲା ପାଠ୍ୟକ୍ରମ ପ୍ରସ୍ତୁତିକରଣ, ଇଣ୍ଟର୍ନସିପ୍ ପ୍ରଦାନ ଓ ସୃଜନଶୀଳ ଟେକ୍ ଷ୍ଟାର୍ଟଅଫ୍ଗୁଡ଼ିକୁ ଉଦ୍ଭାବନ ଓ ମାର୍ଗଦର୍ଶନ ଜରିଆରେ ସହାୟତା ପ୍ରଦାନ।
- ଜୁଲାଇ ୧୫, ୨୦୨୫: ପ୍ରଥମ ଶିକ୍ଷା ବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଥିଲା। ଗେମିଂ, ପୋଷ୍ଟ ପ୍ରଡକ୍ସନ, ଏନିମେସନ, କମିକ୍ସ ଓ ଏକ୍ସଆର୍ ପରି ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ପାଠ୍ୟକ୍ରମ ରଖାଯାଇଥିଲା। ଏଥିପାଇଁ ଏହି କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯାଇଥିଲା। ୟୁନାଇଟେଡ୍ କିଙ୍ଗଡମ୍ ର ୟର୍କ ବିଶ୍ୱବିଦ୍ୟାଳୟ ସହିତ ଏହି ସଂସ୍ଥାନ ଏକ ବୁଝାମଣାପତ୍ର ବି ସ୍ୱାକ୍ଷର କରିଥିଲା। ଶିକ୍ଷକ ଆଦାନପ୍ରଦାନ, ମିଳିତ ଭାବେ ଗବେଷଣା ଓ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା।
- ଜୁଲାଇ ୧୮, ୨୦୨୫ : ଏନ୍ଏଫ୍ଡିସି କଂପ୍ଲେକ୍ସ, ମୁମ୍ୱାଇରେ ଆଇାଇସିଟିର ପ୍ରଥମ କ୍ୟାମ୍ପସକୁ ଉଦଘାଟନ କରାଯାଇଥିଲା। ଏଥିପାଇଁ ପ୍ରାରମ୍ଭିକ ବଜେଟ ଥିଲା ୪୦୦ କୋଟି। ଏହାର ଲକ୍ଷ୍ୟ ଥିଲା ପ୍ରଥମ ବ୍ୟାଚରେ ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ପେସାଦାର ଟ୍ରେନିଂ ପ୍ରଦାନ।
- ଅଗଷ୍ଟ ୩୦, ୨୦୨୫: ସୃଜନଶୀଳ ଉଦ୍ୟୋଗୀଙ୍କୁ ପରିପୋଷଣ କରିବା ପାଇଁ ଓ୍ୱେଭଏକ୍ସ ମିଡିଆ ଟେକ୍ ଷ୍ଟାର୍ଟ ଅଫ୍ ଇନକ୍ୟୁବେଟର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ଟି ଷ୍ଟାର୍ଟଅପ୍ କୁ ମାର୍ଗଦର୍ଶନ ସହିତ ଭିତ୍ତିଭୂମି ପ୍ରଦାନ ସହିତ ବିଶ୍ୱସ୍ତରୀୟ ସହଯୋଗୀର ସୁବିଧା ପ୍ରଦାନ କରାଯାଇଥିଲା। ଅକ୍ଟୋବର ୭, ୨୦୨୫ : ଏଫ୍ଆଇସିସିଆଇ ଓ ନେଟଫ୍ଲିକ୍ସ ସହିତ ଆଇଆଇସିଟି ସ୍ୱାକ୍ଷର କରିଛି ବୁଝାମଣାପତ୍ର। ପାଠ୍ୟକ୍ରମ ପ୍ରସ୍ତୁତି, ମାଷ୍ଟରକ୍ଲାସ ପରିଚାଳନା ଓ ବୃତ୍ତିପ୍ରଦାନ ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି।
|
ଭାରତର ଏଭିଜିସି-ଏକ୍ସଆର୍ ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ମଧ୍ୟରୁ ଗୋଟିଏ ହେଉଛି ପ୍ରତିଭା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ଢାଞ୍ଚା ସୃଷ୍ଟି କରିବା। ୨୦୨୪ ମସିହାରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଏଭିଜିସି –ଏକ୍ସଆର୍ ପାଇଁ ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନ୍ସିଓଇ) କୁ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ ଇମର୍ସିଭ୍ ମିଡିଆରେ ତାଲିମ, ଗବେଷଣା ଏବଂ ଶିଳ୍ପ ସହଯୋଗ ପାଇଁ ଦେଶର ସର୍ବୋଚ୍ଚ ସଂସ୍ଥା ଭାବରେ ଗଢ଼ାଯାଇଥିଲା।
୨୦୨୪ ମସିହାରେ ମହାରାଷ୍ଟ୍ରର ମୁମ୍ବାଇରେ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟିକୁ) କୁ ଏଭିଜିସି-ଏକ୍ସ ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର [୭] ଭାବରେ ଉନ୍ମୋଚିତ କରାଯାଇଥିଲା। ଏହା ହେଉଛି ଧାରା ୮ କମ୍ପାନୀ [୮] ଭାବରେ ପ୍ରତିଷ୍ଠିତ - ଏକ ଅଣ-ଲାଭଜନକ ସଂସ୍ଥା ଯାହା ନିଜ ସମ୍ପଦକୁ ସଂସ୍ଥାଗତ ଅଭିବୃଦ୍ଧିରେ ପୁନଃନିବେଶ କରେ। ଶିକ୍ଷାନୁଷ୍ଠାନ, ସଂପୃକ୍ତ କ୍ଷେତ୍ର ଏବଂ ସରକାରଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଥାଏ ଏହି ପ୍ରତିଷ୍ଠାନ । ଆଧୁନିକ ପାଠ୍ୟକ୍ରମ ବିକଶିତ କରି ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରି ଏବଂ ବିଶ୍ୱ କ୍ଷେତ୍ରକୁ ସଂଯୋଗକୁ ପ୍ରୋତ୍ସାହିତ କରି ଆଇଆଇସିଟି ନୂତନ ପିଢ଼ିର ସ୍ରଷ୍ଟା ଏବଂ ଉଦ୍ଭାବକଙ୍କୁ ତିଆରି କରୁଛି। ଏହା ଭାରତକୁ ବିଶ୍ୱ ସୃଜନଶୀଳ ଅର୍ଥନୀତିର ଆଗରେ ରଖୁଛି।
ନୀତିଗତ ଗତି
ବିଭିନ୍ନ ଜାତୀୟ ଅଭିଯାନର ପରିପୂରକ ଭାବେ ଅନେକ ରାଜ୍ୟ ଲକ୍ଷ୍ୟଭିତ୍ତିକ ନୀତି ଏବଂ ସଂସ୍ଥାଗତ ଢାଞ୍ଚା ମାଧ୍ୟମରେ ଏଭିଜିସି-ଏକ୍ସଆର୍ ଲକ୍ଷ୍ୟକୁ ଆଗକୁ ବଢ଼ାଉଛନ୍ତି। ଦକ୍ଷତା, ଇନକ୍ୟୁବେସନ୍ ଏବଂ ବିଶ୍ୱ ବଜାର ପ୍ରତିଯୋଗିତା ଉପରେ ଧ୍ୟାନ ଦେଇ କର୍ଣ୍ଣାଟକ ଏକ ସମର୍ପିତ ଏଭିଜିସି –ଏକ୍ସଆର୍ ନୀତି ୨୦୨୪-୨୦୨୯ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ରାଜ୍ୟ ମଧ୍ୟରୁ ଅନ୍ୟତମ। [9] ମହାରାଷ୍ଟ୍ର ମଧ୍ୟ ଚଳିତ ବର୍ଷ ସେପ୍ଟେମ୍ବରରେ ଏହାର ଏଭିସିଜି –ଏକ୍ସଆର୍ ନୀତି ୨୦୨୫ ଅନୁମୋଦନ ସହିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହା ହେଉଛି ₹ ୩୨୬୮ କୋଟି ଟଙ୍କାର ଏକ ଆର୍ଥିକ ଯୋଜନା ଏବଂ ୨୦୫୦ ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ରୋଡମ୍ୟାପ୍। ନିବେଶକୁ ଆକର୍ଷିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଉତ୍ସର୍ଗୀକୃତ କ୍ଲଷ୍ଟର ଏବଂ ତାଲିମ ପଦକ୍ଷେପ ମାଧ୍ୟମରେ ରାଜ୍ୟସ୍ତରୀୟ ଉତ୍ପାଦନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହା ଚେଷ୍ଟା କରୁଛି।
ସିନେମାଟୋଗ୍ରାଫ (ସଂଶୋଧନ) ଆଇନ, ୨୦୨୩
ସିନେମାଟୋଗ୍ରାଫ୍ (ସଂଶୋଧନ) ଆଇନ-୨୦୨୩ ହେଉଛି ଭାରତର ଚଳଚ୍ଚିତ୍ର ଆଇନରେ ଏକ ଐତିହାସିକ ସଂସ୍କାର। [୧୧]। ଏହି ସଂଶୋଧନ ସିନେମାଟୋଗ୍ରାଫ୍ ଆଇନ, ୧୯୫୨ [୧୨] ର ନିୟାମକ ଏବଂ ପ୍ରବର୍ତ୍ତନ ଢାଞ୍ଚାକୁ ସୁଦୃଢ଼ କରୁଛି। ଏହା ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ଅନଧିକୃତ ରେକର୍ଡିଂ ଏବଂ ବିତରଣକୁ ରୋକିବା ପାଇଁ କଠୋର ନକଲ ବିରୋଧୀ ବ୍ୟବସ୍ଥା ପ୍ରଣୟନ କରୁଛି। [୧୩]। ଧାରା ୬ଏଏ ଏବଂ ୬ଏବି ଡିଜିଟାଲ୍ ନକଲକୁ ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରୁଛି। ଏଥିରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଫିଲ୍ମର ଅଡିଟ୍ ହୋଇଥିବା ମୋଟ ନିର୍ମାଣ ମୂଲ୍ୟର ୫ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ହୋଇପାରେ। ନୂଆ ଭାବରେ ପ୍ରଚଳିତ ଧାରା ୭(୧ବି) (ii) ସରକାରଙ୍କୁ ଡିଜିଟାଲ୍ ଉଲ୍ଲଂଘନ ବିରୁଦ୍ଧରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରି ସେମାନଙ୍କ ପ୍ଲାଟଫର୍ମରେ ହୋଷ୍ଟ ହୋଇଥିବା ପାଇରେଟେଡ୍ ଫିଲ୍ମ ବିଷୟବସ୍ତୁକୁ ହଟାଇବା କିମ୍ବା ନିଷେଧ କରିବା ପାଇଁ ଅନଲାଇନ୍ ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅଧିକାର ଦେଇଛି [୧୪]।
ଏହି ଆଇନ ବୟସ-ଭିତ୍ତିକ ବିଷୟବସ୍ତୁ ପ୍ରଚଳନ କରି ଟେଲିଭିଜନ ଏବଂ ଓଟିଟି ରିଲିଜ୍ ପାଇଁ ପୁନଃପ୍ରମାଣପତ୍ରକୁ ସୁଗମ କରିଥାଏ। ଏହା ସହିତ ଚଳଚ୍ଚିତ୍ର ପାଇଁ ସ୍ଥାୟୀ ପ୍ରମାଣପତ୍ର ବୈଧତାକୁ ସକ୍ଷମ କରେ। ଏହି ବ୍ୟବସ୍ଥାଗୁଡ଼ିକ ଦର୍ଶକ ସୁରକ୍ଷା ଏବଂ ବିଷୟବସ୍ତୁ ଅଖଣ୍ଡତା ସହିତ ସୃଜନଶୀଳ ସ୍ୱାଧୀନତା ମଧ୍ୟରେ ରଖିଥାଏ ତାଳମେଳ। ସରକାରଙ୍କ ବ୍ୟାପକ ଗଣମାଧ୍ୟମ-ସଂସ୍କାର ଏଜେଣ୍ଡା ଅନ୍ତର୍ଗତ ପ୍ରମୁଖ ନୀତିଗତ ମାଇଲଖୁଣ୍ଟ ମଧ୍ୟରୁ ଏହି ସଂଶୋଧନ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ନବସୃଜନ-ଅନୁକୂଳ ସିନେମାଟିକ୍ ଇକୋସିଷ୍ଟମ ପ୍ରତି ଭାରତର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରୁଛି। [୧୫]।
ଜାତୀୟ ବ୍ରଡକାଷ୍ଟିଂ ନୀତି
ଭାରତର ପ୍ରସାରଣ ବ୍ୟବସ୍ଥା ପାଇଁ ଏକ ଆଧୁନିକ, ସାମଗ୍ରିକ ଏବଂ ଅଭିବୃଦ୍ଧି ମୁଖୀ ଢାଞ୍ଚା ସୃଷ୍ଟି କରିବା ପାଇଁ ଜାତୀୟ ପ୍ରସାରଣ ନୀତି ପ୍ରସ୍ତୁତ କରାଯାଉଛି। ନୈତିକ ମାନଦଣ୍ଡ, ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ଏବଂ ଦର୍ଶକଙ୍କ ବିଶ୍ୱାସକୁ ସୁନିଶ୍ଚିତ କରିବା ସହିତ ବିଷୟବସ୍ତୁ ବିବିଧତା, ନିରପେକ୍ଷ ପ୍ରତିଯୋଗିତା ଏବଂ ଡିଜିଟାଲ୍ ଭିତ୍ତିଭୂମିରେ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ଏହା ଧ୍ୟାନ ଦେବ। ଏହି ନୀତିର ଲକ୍ଷ୍ୟ ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ଯୋଗାଯୋଗ ପରିବେଶ ନିର୍ମାଣ କରିବା ପାଇଁ ନବସୃଜନକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ବିଷୟବସ୍ତୁ ପ୍ରସ୍ତୁତିକୁ ସହଯୋଗ କରିବା ଏବଂ ଉଦୀୟମାନ ଡିଜିଟାଲ୍ ପ୍ଲାଟଫର୍ମ ସହିତ ପାରମ୍ପରିକ ପ୍ରସାରଣକୁ ସମନ୍ୱିତ କରି ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ଟେକ ରଖିବା।
ଭାରତୀୟ ସିନେ କ୍ଲବ
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ପ୍ରସ୍ତୁତ ହୋଇଥିବା ଏବଂ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏପ୍ଡିସି ) ଦ୍ୱାରା ପରିଚାଳିତ ଇଣ୍ଡିଆ ସିନେ ହବ୍ (ଆଇସିଏଚ୍ ) ସାରା ଭାରତରେ ଚଳଚ୍ଚିତ୍ର ସୁବିଧା ପାଇଁ ସରକାରଙ୍କ ଏକକ-ୱିଣ୍ଡୋ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି। ଏହା ସମସ୍ତ ପଦ୍ଧତିକୁ ସୁଗମ କରିଥାଏ, ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଭାରତକୁ ବିଶ୍ୱସ୍ତରୀୟ ଚଳଚ୍ଚିତ୍ରର ଗନ୍ତବ୍ୟସ୍ଥଳ କରିବାରେ କାମ କରିଥାଏ।

ଓ୍ୱେଭ୍ସ : ସୃଜନଶୀଳ ସହଯୋଗ ପାଇଁ ଭାରତର ବିଶ୍ୱସ୍ତରୀୟ ପ୍ଲାଟଫର୍ମ
ଓ୍ୱାର୍ଲଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ଓ୍ୱେଭ୍ସ) ହେଉଛି ଭାରତର ସମନ୍ୱିତ ପ୍ଲାଟଫର୍ମ ଯାହାକି ବିଶ୍ୱସ୍ତରରେ ଦେଶର ସୃଜନଶୀଳ ଅର୍ଥନୀତି ପ୍ରଦର୍ଶନ କରିଥାଏ ଓ ଏହାକୁ ସୁଦୃଢ଼ କରିଥାଏ। ଏହା ହେଉଛି ନୀତିନିୟାମକ, ସଂପୃକ୍ତ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ବା ସଂସ୍ଥା, ସୃଜନକର୍ତ୍ତା ଓ ନିବେଶକଙ୍କୁ ଏକାଠି କରିଥାଏ। ଫିଲ୍ମ, ଟିଭି, ଓଟିଟି, ଏନିମେସନ, ଭିଏଫ୍ଏକ୍ସ, ଗେମିଂ ଓ ଏକ୍ଆର୍ ପରି ସମସ୍ତ କ୍ଷେତ୍ର ପାଇଁ େହା ପ୍ରଯୁଜ୍ୟ।

ଏହାର ପ୍ରଥମ ସଂସ୍କରଣ ୧ ରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ [୧୮] ଅନୁଷ୍ଠିତ ହୋଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ [୧୯] ଏହାକୁ ଉଦଘାଟନ କରିଥିଲେ। ଏଥିରେ ଏକତ୍ରିତ ହୋଇଥିଲେ ବିଷୟବସ୍ତୁ, ପ୍ରଯୁକ୍ତିବିଦ୍ୟା ଏବଂ ନିବେଶ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ଅଂଶଗ୍ରହଣକାରୀ। ଚାରି ଦିନିଆ ଶିଖର ସମ୍ମିଳନୀରେ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ଆଲୋଚନା, ବଜାର ସ୍କ୍ରିନିଂ, ନିବେଶକ ମଞ୍ଚ, ମାଷ୍ଟରକ୍ଲାସ ଏବଂ ବିଟୁବି ନେଟୱାର୍କିଂ ସାମିଲ ହୋଇଥିଲା। ଏହା ପ୍ରସ୍ତୁତ କରିଥିଲା ବିଶ୍ୱର ଗଣମାଧ୍ୟମ ପରିଦୃଶ୍ୟରେ ଭାରତର ନେତୃତ୍ୱର ମଂଚ ।
ଏହାର ପ୍ରମୁଖ ଆକର୍ଷଣଗୁଡ଼ିକ ମଧ୍ୟରେ ରହିଛି ଗ୍ଲୋବାଲ୍ ମିଡିଆ ସହଯୋଗ ଉପରେ ଓ୍ୱେଭ୍ସ ଘୋଷଣାନାମା ଗ୍ରହଣ, ଓ୍ୱେଭ୍ସ ବଜାର ମାଧ୍ୟମରେ ସୃଷ୍ଟି ହୋଇଥିବା ₹୧୩୨୮ କୋଟି ଟଙ୍କାର ବ୍ୟବସାୟ ପାଇପଲାଇନ୍ ଏବଂ ମିଡିଆ-ଟେକ୍ ଷ୍ଟାର୍ଟ-ଅପ୍ ପାଇଁ ଓ୍ୱେଭ୍ ଏକ୍ସରେ ₹୫୦ କୋଟି ଟଙ୍କାର ନିବେଶ ପୁଲ୍ ଉନ୍ମୋଚନ। ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ନେଇ ୱେଭ୍ସ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ କାହାଣୀ ବର୍ଣ୍ଣନା ଏବଂ ଆନ୍ତର୍ଜାତୀୟ ସହ-ପ୍ରସ୍ତୁତି ସହଭାଗିତାର ଏକ କେନ୍ଦ୍ର ଭାବରେ ଭାରତର ବର୍ଦ୍ଧିତ ଭୂମିକାକୁ ଗୁରୁତ୍ୱ ଦିଏ। [୨୦]।

Achievements and Impact
ଏହି କ୍ଷେତ୍ରରେ ଭାରତର ପ୍ରଯୁକ୍ତିବିଦ୍ୟା ବିକାଶ ପରୀକ୍ଷଣରୁ ଉତ୍କର୍ଷତା ଆଡ଼କୁ ଏକ ଦଶନ୍ଧି ଧରି ଚାଲିଥିବା ଅଗ୍ରଗତିକୁ ପ୍ରଦର୍ଶିତ କରିଥାଏ। ରାଓ୍ୱାନ (୨୦୧୧), ବାହୁବଳି: ଦି ବିଗିନିଂ (୨୦୧୫), ଏବଂ ବ୍ରହ୍ମାସ୍ତ୍ର (୨୦୨୨) ଇତ୍ୟାଦି ଚଳଚ୍ଚିତ୍ରରେ ସ୍ପିଡ୍ କ୍ୟାପଚର ଏବଂ ସିଜିଆଇ ବ୍ୟବହାର ଉଚ୍ଚମାନର ପ୍ରସ୍ତୁତିରେ ପ୍ରାରମ୍ଭିକ ଭାବେ ଦେଶର କ୍ଷମତା ପ୍ରଦର୍ଶନ କରିଥିଲା [୨୧]। ସେହି ଦିନରୁ ଭାରତୀୟ ଷ୍ଟୁଡିଓଗୁଡ଼ିକ ଦ୍ରୁତ ଗତିରେ ଅଗ୍ରଗତି କରିଛନ୍ତି। ବୁଡ଼ି ରହିବା ଭଳି କାହାଣୀ ବର୍ଣ୍ଣନାର ଅଭିଜ୍ଞତା ପ୍ରସ୍ତୁତି ପାଇଁ ରିଅଲ୍-ଟାଇମ୍ ରେଣ୍ଡରିଂ, ଭଲ୍ୟୁମେଟ୍ରିକ୍ କ୍ୟାପଚର୍ ଏବଂ ଭର୍ଚୁଆଲ୍-ପ୍ରଡକ୍ସନ୍ ପାଇପଲାଇନ୍ ଗ୍ରହଣ କରିଛନ୍ତି। ଏହି ବର୍ଦ୍ଧିତ ବୈଷୟିକ ପରିପକ୍ୱତା ବିଶ୍ୱସ୍ତରୀୟ ପୋଷ୍ଟ-ପ୍ରଡକ୍ସନ୍ ଏବଂ ଭିଏଫ୍ଏକ୍ସ ବଜାରରେ ଭାରତକୁ ଏକ ଦୃଢ଼ ପ୍ରତିଯୋଗୀ କରିପାରିଛି। ତା ସହିତ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ଷ୍ଟୁଡିଓ ଉନ୍ନତ ସୃଜନଶୀଳ କାର୍ଯ୍ୟକୁ ଭାରତକୁ ଆଉଟସୋର୍ସିଂ କରୁଛନ୍ତି।
ସ୍କିଲିଂ ଓ ମାନବ ସମ୍ୱଳ ବିକାଶ
ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ କାଉନସିଲ୍ (ଏମ୍ଇଏସ୍ସି) କାର୍ଯ୍ୟକ୍ରମ ଜରିଆରେ ଏନିମେସନ, ଭିଏଫ୍ଏକ୍ସ, ଗେମିଂ ଓ ପୋଷ୍ଟ ପ୍ରଡକ୍ସନରେ ଲୋକଙ୍କୁ ଟ୍ରେନିଂ ପ୍ରଦାନ କରାଯାଉଛି। କ୍ଷେତ୍ର-ଶିକ୍ଷା ବ୍ୟବସ୍ଥା ମଧ୍ୟରେ ସହଯୋଗ ଯୋଗୁଁ ଉନ୍ନତ ମାନ ଓ ସହଜ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି ଯାହାକି ପ୍ରଦର୍ଶିତ କରୁଛି ଅନ୍ତର୍ଜାତୀୟ ମାନ।
ବ୍ୟବସ୍ଥା ଅଭିବୃଦ୍ଧି ଓ ବିଶ୍ୱସ୍ତରୀୟ ଦୃଶ୍ୟମାନ

- ଆର୍ଆର୍ଆର୍ : ଏଥିରେ ରହିଛି ୨୮୦୦ ଟି ଭିଏଫ୍ଏକ୍ସ ସଟ୍। ରେଡିଓ ନିୟନ୍ତ୍ରିତ କାର୍ ବ୍ୟବହାର କରି ସମସ୍ତ ଜୀବଜନ୍ତୁଙ୍କୁ ସମନ୍ୱିତ କରାଯାଇଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଗତିରେ କାର୍ଯ୍ୟକ୍ଷମ କରିବାକୁ ସେମାନଙ୍କୁ ପ୍ରୋଗାମ୍ କରାଯାଇଥିଲା। ଏହା ଭାରତର ଭିଏଫ୍ଏକ୍ସର ଉତ୍କର୍ଷତାକୁ ପ୍ରତିପାଦନ କରୁଛି।
- ଥର୍ : ଦି ଡାର୍କ ଓ୍ୱାର୍ଲଡ : ମୁମ୍ୱାଇର ଏକ ଷ୍ଟୁଡିଓରେ ଏହାର ଅଧା ଭିଏଫ୍ଏକ୍ସ କରାଯାଇଥିଲା। ଏହା ପ୍ରଦର୍ଶିତ କରୁଛି ଯେ, ଅନ୍ତର୍ଜାତୀୟ ପ୍ରସ୍ତୁତିରେ ବି ଭାରତର ବହୁତ ବଡ଼ ଭୂମିକା ଅଛି।
- ଗେମ୍ ଅଫ୍ ଥ୍ରୋନ୍ସ : ଏହି ବିଶିଷ୍ଟ ଡ୍ରାଗନ୍ (ଖଲିଲ୍ ଡ୍ରାଗନ) ସବୁକୁ ଭାରତରେ ହିଁ ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରଦର୍ଶିତ କରୁଛି ଉଚ୍ଚ ମାନର ଏନିମେସନ ଓ ସୃଜନଶୀଳ ଡିଜାଇନରେ ଭାରତର ଟେକ୍ନିକାଲ ଦକ୍ଷତା ଓ ବିଶ୍ୱସନୀୟତା
- ଅବତାର : ଅବତାରରେ ୨୦୦ରୁ ଅଧିକ ଭିଏଫ୍ଏକ୍ସରୁ ସଟ୍ ପ୍ରସ୍ତୁତ ହୋଇଥିଲା ଏକ ଭାରତୀୟ କମ୍ପାନି ଦ୍ୱାରା। ଏହା ପ୍ରଦର୍ଶିତ କରୁଛି ବିଶ୍ୱର ପ୍ରମୁଖ ପ୍ରଡକ୍ସନ ସଂସ୍ଥା ସହିତ ଭାରତର ସହଭାଗିତା।
|
ନବସୃଜନ ଓ ଉଦ୍ୟୋଗ
- ବିଜିଏମ୍ଆଇ (ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ) ଓ ଏଫ୍ଏୟୁ-ଜି (ଫିଅରରେସ୍ ଆଣ୍ଡ ୟୁନାଇଟେଡ୍ ଗାର୍ଡ ) ପରି ନାଁ ରେ ଭାରତର ଗେମିଂ କ୍ଷେତ୍ର ପ୍ରତିପାଦନ କରୁଛି ସ୍ୱଦେଶରେ ପ୍ରସ୍ତୁତ ହେଉଥିବା ଗେମିଂ ବ୍ୟବସ୍ଥା ଓ ସ୍ଥାନୀୟ ଆଇପି ସୃଷ୍ଟି
- ଭାରତୀୟ ଗେମିଂ ଶିଳ୍ପ ସୁପ୍ପାଣ୍ଡି, ଚାଚା ଚୌଧୁରୀ, ତେନାଲି ରାମା ଓ ଶିକାରୀ ଶମ୍ଭୁ ପରି ବିଶିଷ୍ଟ ଚରିତ୍ର ଜରିଆରେ ଦିନକୁ ଦିନ ଅଭିବୃଦ୍ଧି ହେଉଛି। ଏମାନଙ୍କୁ ନେଇ ଅନେକ ଏନିମେଟେଡ୍ ସିରିଜ୍ ଓ ଫିଲ୍ମ ପ୍ରସ୍ତୁ ତ କରାଯାଉଛି।
ପାଠ୍ୟକ୍ରମ ଓ ଶିଳ୍ପ ସମନ୍ୱୟ
ସ୍ୱତନ୍ତ୍ର ଏଭିଜିସି ହବ୍ ସୃଷ୍ଟି ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା (ଆଇଆଇସିଟି) ପ୍ରତିଷ୍ଠା ଦୀର୍ଘକାଳୀନ ଶିକ୍ଷାଗତ-ଶିଳ୍ପ ସହଯୋଗକୁ ସକ୍ଷମ କରିଛି। ଏଗୁଡ଼ିକ ଡିଜିଟାଲ୍ କ୍ରିଏଟରଙ୍କ ପାଇଁ ଇନକ୍ୟୁବେସନ୍ ଗ୍ରାଉଣ୍ଡ ଭାବରେ କାର୍ଯ୍ୟ କରନ୍ତି। ସ୍ୱତନ୍ତ୍ର ପାଠ୍ୟକ୍ରମ ଏବଂ ସହଯୋଗୀ ସ୍ଥାନ ପ୍ରଦାନ କରନ୍ତି ଯାହା ଛାତ୍ରଛାତ୍ରୀମାନଙ୍କୁ ପ୍ରଡକ୍ସନ୍ ଷ୍ଟୁଡିଓ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ କରିଥାଏ। ଅନେକ ରାଜ୍ୟସ୍ତରୀୟ ପଦକ୍ଷେପ ଆନିମେସନ୍ ଏବଂ ଗେମିଂ ପାଇଁ ଆଞ୍ଚଳିକ କ୍ଲଷ୍ଟରଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଏହା ନିଶ୍ଚିତ କରୁଛି ଯେ, ସୃଜନଶୀଳ ସୁଯୋଗଗୁଡ଼ିକ ମହାନଗର କେନ୍ଦ୍ର ବାହାରେ ବି ବ୍ୟାପକ ଭାବେ ଚାଲିଛି।
ଏନିମେସନ ଓ ଭିଜୁଆଲ୍ ଇଫେକ୍ଟସ (ଭିଏଫ୍ଏକ୍ସ)
- ଏହା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରେ ଓ ଆର୍ଥିକ ସହାୟତା ପ୍ରଦାନ କରେ। ବିଶ୍ୱର ଭିଏଫ୍ଏସ୍ ଓ ପୋଷ୍ଟ ପ୍ରଡକ୍ସନ କ୍ଷେତ୍ରରେ ଭାରତର ସ୍ଥାନକୁ ମଜଭୁତ କରିବା ପାଇଁ ଏହି ସବୁ କାମ କରିଥାଏ।
- ସହ-ପ୍ରସ୍ତୁତି ଓ ଅନ୍ତର୍ଜାତୀୟ ସହଯୋଗିତାକୁ ପ୍ରୋତ୍ସାହନ ଦେଇଥାଏ। ଭାରତର ପ୍ରତିଭାକୁ ବିଶ୍ୱରେ ପ୍ରଦର୍ଶିତ କରିବାର ଲକ୍ଷ୍ୟ ନେଇ ଏପରି କରାଯାଏ।
- ଆଇପି ଚାଳିତ ଏନିମେସନ ପ୍ରକଳ୍ପକୁ ଏହା ପ୍ରୋତ୍ସାହନ ପ୍ରଦାନ କରେ।
ଗେମିଂ ଓ ଇସ୍ପୋର୍ଟ୍ସ
- ଏହା ଗେମିଂ ଢାଞ୍ଚା ଓ ଇସ୍ପୋର୍ଟସ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଥାଏ। ଅସଲି ଭାରତୀୟ ଗେମିଂ ଓ ପେସାଦାର ଟୁର୍ଣ୍ଣାମେଣ୍ଟକୁ ଏହା ସହାୟତା କରେ।
- ଷ୍ଟାର୍ଟ ଅଫ୍ ଇନକ୍ୟୁବେନକୁ ଏହା ବୃଦ୍ଧି କରିଥାଏ। ମନୋରଂଜନ, ଶିକ୍ଷାରେ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମିଂ ଟେକ୍ନୋଲଜିରେକୁ ପ୍ରୋତ୍ସାହିତ କରିଥାଏ।
- ନୀତିଗତ ଗେମ୍ ପ୍ଲେ ଓ ମନିଟାଇଜେସନକୁ ଏହା ଆନୁଷ୍ଠାନିକ କରିଥାଏ। ବିଶ୍ୱସ୍ତ ଓ ଦାୟିତ୍ୱବାନ ଗେମିଂ କ୍ଷେତ୍ର ପ୍ରସ୍ତୁତି ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।
ଏକ୍ସଟେଣ୍ଡେଡ୍ ରିଏଲିଟି (ଏକ୍ସଆର୍ ) ଓ ଆଗକୁ ଆସୁଥିବା ଟେକ୍ନୋଲଜି
- ମନୋରଂଜନ ବ୍ୟତୀତ ଶିକ୍ଷା, ପର୍ଯ୍ୟଟନ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ୍ସଆର୍ ପ୍ରୟୋଗ।
- ସୁଲଭତା ପାଇଁ ନିର୍ଦ୍ଦିଷ୍ଟ ମାନ ପ୍ରସ୍ତୁତ କରିବା ଓ ପରସ୍ପର ମଧ୍ୟରେ ସହଯୋଗକୁ ନିଶ୍ଚିତ କରିବା ଏହାରଲକ୍ଷ୍ୟ।
କମିକ୍ସ ଓ ବୌଦ୍ଧିକ ସଂପତ୍ତି
- ଭାରତୀୟ କମିକ୍ସକୁ ଡିଜିଟାଲ କରିବା ଓ ତାକୁ ପୁଣି ଥରେ ପ୍ରସ୍ତୁତ କରିବା। ଏନିମେସନ, ଗେମିଂ ଓ କ୍ରସ୍ ପ୍ଲାଟଫର୍ମରେ କାହାଣୀ ବର୍ଣ୍ଣନା ଏହାର ମୁଖ୍ୟ ଲକ୍ଷ୍ୟ।
- ବିଶ୍ୱସ୍ତରୀୟ ବଜାର ଆକର୍ଷଣ ସହିତ ସାଂସ୍କୃତିକ ମିଶ୍ରଣ ପାଇଁ ଆ ଟ୍ରାନ୍ସ ମିଡିଆ ଫ୍ରାଞ୍ଚାଇଜ୍କୁ ପ୍ରୋତ୍ସାହନ
- ସୃଜନକୁ ପ୍ରୋତ୍ସାହନ ଦେବା ପାଇଁ କଳାକାର, ପ୍ରକାଶକ ଓ ଷ୍ଟୁଡିଓ ମଧ୍ୟରେ ସହଯୋଗିତା
ରଣନୀତିକ ଏନାବେଲର୍ସ ଓ ବିଭିନ୍ନ କ୍ଷେତ୍ରର ପ୍ରାଥମିକତା
- ଏଭିଜିସି-ଏକ୍ସ ପାଠ୍ୟକ୍ରମକୁ ଅନ୍ୟ ମୁଖ୍ୟସ୍ରୋତର ଉଚ୍ଚ ଶିକ୍ଷା ପାଠ୍ୟକ୍ରମ ସହିତ ମିଶ୍ରଣ କରିବା, ଧନ୍ଦାମୂଳକ ଶିକ୍ଷାର ଟ୍ରେନିଂ।
- ବୌଦ୍ଧିକ ସଂପତ୍ତି ନିୟମକୁ ଆହୁରି ସୁଦୃଢ଼ କରିବା ଓ ଭାରତରେ ପ୍ରସ୍ତୁତି ଓ ବ୍ରାଣ୍ଡ ଭାରତ ଜରିଆରେ ବିଶ୍ୱବଜାରରେ ପ୍ରବେଶ କରିବା।
ମୋଟାମୋଟି ଭାବେ ଏହି ସବୁ ପଦକ୍ଷେପ ଦ୍ୱାରା ନୀତିଗତ ସଂସ୍କାର, ମାନବ ସମ୍ୱଳ ଓ ସୃଜନଶୀଳ ଟେକ୍ନୋଲଜିକୁ ନେଇ ଏକ ସାମଗ୍ରିକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ଯାହାକି ଭାରତକୁ ଏଭିଜିସି-ଏକ୍ସଆର୍ କ୍ଷେତ୍ରରେ ଏକ ସବୁଜ ଶକ୍ତିଶାଳୀ ଦେଶ ଭାବେ ପ୍ରସ୍ତୁତ କରିବ।
***
BSP
(रिलीज़ आईडी: 2191552)
आगंतुक पटल : 27