PIB Headquarters
azadi ka amrit mahotsav

ଇଲେକ୍‌ଟ୍ରୋନିକ୍ସ ବିକାଶ ପାଣ୍ଠି ୨୫୭.୭୭ କୋଟି ବିନିଯୋଗରେ ଏହି ପାଣ୍ଠି ସାରା ଦେଶରେ ୧୨୮ଟି ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରିଛି

Posted On: 15 NOV 2025 10:25AM by PIB Bhubaneshwar

 

 

ପ୍ରମୁଖ ବିନ୍ଦୁ

  • ପେସାଦାର ଭାବେ ପରିଚାଳିତ ୮ଟି ଡଟର୍ ଫଣ୍ଡରେ ୨୫୭ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି ଇଡିଏଫ୍‌।
  • ପରବର୍ତ୍ତୀ ବିନିଯୋଗରେ ଇଡିଏଫ୍‌ ୧,୩୫୯ କୋଟି ଟଙ୍କା ସଂଗ୍ରହ କରିଛି।
  • ସହାୟତା ପାଇଥିବା ୧୨୮ଟି ଷ୍ଟାର୍ଟଅପ୍ ଜରିଆରେ ୨୩, ୬୦୦ରୁ ଅଧିକ ଉଚ୍ଚ କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
  • ସହାୟତା ପାଇଥିବା ଷ୍ଟାର୍ଟଅପ୍ ୩୬୮ ନୂଆ ବୌଦ୍ଧିକ ସଂପତ୍ତି ସୃଷ୍ଟି କରିଛନ୍ତି ବା ଅଧିଗ୍ରହଣ କରିଛନ୍ତି।

 

ଉପକ୍ରମ

ଭାରତର ଇଲେକଟ୍ରୋନିକ୍ସ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ସରକାରଙ୍କ ଅନେକ ପଦକ୍ଷେପ ଓ ଶିଳ୍ପ ସଂସ୍କାର ଯୋଗୁଁ ହୋଇପାରିଛି ଏହି ଉଲ୍ଲେଖନୀୟ ପରିବର୍ତ୍ତନ। ଦ୍ରୁତ ଟେକ୍ନୋଲଜି ପରିବର୍ତ୍ତନ ଓ ନବସୃଜନ ପାଇଁ ବେଶ୍ ପରିଚିତ ଇଲେକ୍‌ଟ୍ରୋନିକ୍‌ସ ଡିଜାଇନ ଏବଂ ଉତ୍ପାଦନର ଏକ ବିଶ୍ୱ କେନ୍ଦ୍ର ଭାବରେ ଦୃଢ଼ତାର ସହିତ ଉଭା ହୋଇଛି ଭାରତ।   

ଏହି ଗତିକୁ ବଜାୟ ରଖିବା ପାଇଁ ଓ ନବସୃଜନର ଏକ ଦୃଢ଼ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ୧୫ ଫେବ୍ରୁଆରି ୨୦୧୬ରେ ଭାରତ ସରକାର ଇଲେକଟ୍ରୋନିକ୍ସ ବିକାଶ ପାଣ୍ଠି (ଇଡିଏଫ୍)ର ଶୁଭାରମ୍ଭ କରିଥିଲେ। ଏହି ପାଣ୍ଠିର ଲକ୍ଷ୍ୟ ହେଉଛି ଇଲେକ୍‌ଟ୍ରୋନିକ୍‌ସ, ନାନୋ ଇଲେକ୍‌ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା, ବିକାଶ ଓ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହନ ଦେବା।  

 

ଡଟର୍ ଫଣ୍ଡ କଣ ?

ଡଟର୍ ଫଣ୍ଡହେଉଛି ସେବିରେ ପଂଜୀକୃତ ହୋଇଥିବା ନିବେଶ ଫଣ୍ଡ ଯାହାକି ମଦର୍ ଫଣ୍ଡ ବା ଫଣ୍ଡସ୍ ଅଫ୍‌ ଫଣ୍ଡସ୍ ରୁ ଅର୍ଥ ନିଅନ୍ତି। ଏହାର ଉଦାହରଣ ହେଲା ଇଲେକଟ୍ରୋନିକ୍ସ ବିକାଶ ପାଣ୍ଠି। ଏହି ପାଣ୍ଠିଗୁଡ଼ିକ ଷ୍ଟାର୍ଟ ଅପ୍ ଓ ଇଲେକଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରର ନୂଆ ଟେକ୍ନୋଲୋଜିରେ କାମ କରୁଥିବା ନିର୍ଦ୍ଧାରିତ ବ୍ୟବସାୟରେ ପୁଂଜି ନିବେଶ କରନ୍ତି।  

 

 

 

 

 

 

 

 

 

 

 

ଇଡିଏଫ୍ ହେଉଛି ପାଣ୍ଠିଗୁଡ଼ିକର ଏକ ପାଣ୍ଠି। ପ୍ରାରମ୍ଭିକ ପର୍ଯ୍ୟାୟର ଏଞ୍ଜେଲ ଏବଂ ଭେଞ୍ଚର ଫଣ୍ଡ ଭଳି ପେସାଦାର ଭାବେ ପରିଚାଳିତ ଡଟର୍ ଫଣ୍ଡରେ ନିବେଶ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି। ଏହି ଡଟର୍ ଫଣ୍ଡଗୁଡ଼ିକ ପରବର୍ତ୍ତୀ ସମୟରେ ଷ୍ଟାର୍ଟଅପ୍ ଏବଂ ନୂତନ ଟେକ୍ନୋଲଜି ବିକାଶ କରୁଥିବା କମ୍ପାନୀଗୁଡ଼ିକୁ ରିସ୍କ କ୍ୟାପିଟାଲ ପ୍ରଦାନ କରନ୍ତି। ଏହା ଦ୍ୱାରା ଇଡିଏଫ୍‌ ଏକ ଆତ୍ମନିର୍ଭରଶୀଳ ଇଲେକଟ୍ରୋନିକ୍ସ ବ୍ୟବସ୍ଥା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଯାହା କି  ଦେଶ ମଧ୍ୟରେ ନବସୃଜନ, ଉତ୍ପାଦ ଡିଜାଇନ୍ ଏବଂ ବୌଦ୍ଧିକ ସମ୍ପତ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରୁଛି। 

 
ଲକ୍ଷ୍ୟ ଓ ରଣନୀତିକ ଉଦ୍ଦେଶ୍ୟ  
ଭାରତର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବସୃଜନ ଏବଂ ଗବେଷଣା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରତିଷ୍ଠା କରାଯାଇଛି ଇଡିଏଫ୍‌। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିକାଶରେ ନିୟୋଜିତ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡ଼ିକୁ ଏହା ରିସ୍କ କ୍ୟାପିଟାଲ ପ୍ରଦାନ କରୁଥିବା ପାଣ୍ଠିକୁ ସମର୍ଥନ କରି ଇକୋସିଷ୍ଟମକୁ ସୁଦୃଢ଼ ​​କରିବାକୁ ଲକ୍ଷ୍ୟ ରଖିଛି। 

 

ପ୍ରମୁଖ ଲକ୍ଷ୍ୟ:

  • ନବସୃଜନ ଏବଂ ଗବେଷଣା ତଥା ବିକାଶକୁ ପ୍ରୋତ୍ସାହନ:ବଜାର ଅନୁକୂଳ ଓ କ୍ଷେତ୍ର ପରିଚାଳିତ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରି ଇଲେକ୍‌ଟ୍ରୋନିକ୍ସ, ନାନୋ-ଇଲେକ୍‌ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ଉତ୍ସାହିତ କରିବା।
  • ଡଟର୍ ଫଣ୍ଡକୁ ସହଯୋଗ ପ୍ରଦାନ: ପ୍ରାରମ୍ଭିକ ଏଞ୍ଜେଲ ଓ ଭେନ୍‌ଚର୍‌ ଫଣ୍ଡ ପରି ପେସାଦାର ଭାବେ ପରିଚାଳିତ ହେଉଥିବା ଡଟର୍ ଫଣ୍ଡରେ ନିବେଶ କରିବା। ଏହା ଦ୍ୱାରା ଷ୍ଟାର୍ଟଅପ୍ ଓ ଟେକ୍ନୋଲଜି ଭେଞ୍ଜରଗୁଡ଼ିକୁ ପୁଞ୍ଜି ମିଳିଥାଏ।
  • ଉତ୍ପାଦ ଓ ଟେକ୍ନୋଲଜି ବିକାଶକୁ ପ୍ରୋତ୍ସାହନ: ଦେଶରେ ନୂଆ ଉତ୍ପାଦ, ପଦ୍ଧତି, ଟେକ୍ନୋଲଜି ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ସହଯୋଗ ପ୍ରଦାନ କରି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା।
  • ଘରୋଇ ଡିଜାଇନ କ୍ଷମତାକୁ ସୁଦୃଢ଼ୀକରଣ: ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ଉତ୍ପାଦନ (ଇଏସ୍‌ଡିଏମ୍‌)  କ୍ଷେତ୍ରରେ ଦେଶୀ ଡିଜାଇନ ଓ ବିକାଶରେ ଭାରତର ଦକ୍ଷତା ବୃଦ୍ଧି ।
  • ଏକ ଜାତୀୟ ଆଇପି ରିସୋର୍ସ ପୁଲ୍ ସ୍ଥାପନ: ପ୍ରମୁଖ ଟେକ୍ନୋଲଜି କ୍ଷେତ୍ରରେ ବୌଦ୍ଧିକ ସଂପତ୍ତିର ମଜଭୁତ ଭିତ୍ତି ପ୍ରସ୍ତୁତ କରିବା ଓ ଭାରତ ଭିତରେ ନବସୃଜନର ମାଲିକାନାକୁ ପ୍ରୋତ୍ସାହନ ଦେବା।  
  • ରଣନୀତିକ ଅଧିଗ୍ରହଣରେ ସହଯୋଗ ପ୍ରଦାନ: ଅଧିକ ପରିମାଣରେ ଆମଦାନୀ ହେଉଥିବା ବିଦେଶୀ ଟେକ୍ନୋଲୋଜି ଓ କମ୍ପାନିକୁ କ୍ରୟ କରିବାରେ ସହଯୋଗ କରିବା। ଏହା ଦ୍ୱାରା ଆମଦାନୀ ଉପରେ ନିର୍ଭରଶୀଳତା କମିବ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ।

ପାଣ୍ଠିର ପ୍ରମୁଖ ପରିଚାଳନାଗତ ବିଶେଷତ୍ୱ

ଇଲେକଟ୍ରୋନିକ୍ସ ବିକାଶ ପାଣ୍ଠି (ଇଡିଏଫ୍) ନମନୀୟ ଓ ପେସାଦାର ଭାବେ ପରିଚାଳିତ ହେଉଥିବା ଏକ ଢାଞ୍ଚା ଯାହାକି ଇଲେକଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ପ୍ରଭାବୀ ନିବେଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଡିଜାଇନ କରାଯାଇଛି। ଏହାର ଫ୍ରେମଓ୍ୱାର୍କରେ ରହିଛି ସ୍ୱଚ୍ଛତା, ବଜାର ଆବଶ୍ୟକତା ଓ ରଣନୀତିକ ଫଣ୍ଡ ଆବଣ୍ଟନ।

 

ପରିଚାଳନାଗତ ଢାଞ୍ଚା ଉପରେ ଏକ ନଜର

 

  • ଆଙ୍କର ନିବେଶକ:ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ,(ଏମ୍‌ଇଆଇଟିଓ୍ୱାଇ), ଭାରତ ସରକାର
  • ଟ୍ରଷ୍ଟି ଓ ସେଟଲର୍/ପ୍ରାୟୋଜକ: କାନାରା ବ୍ୟାଙ୍କ ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ
  • ନିବେଶ ମ୍ୟାନେଜର: କ୍ୟାନବ୍ୟାଙ୍କ ଭେଞ୍ଜର କ୍ୟାପିଟାଲ ଫଣ୍ଡ୍‌ସ ଲିମିଟେଡ (ସିଭିସିଏଫଏଲ-)- କାନାରା ବ୍ୟାଙ୍କର ଗୋଟିଏ ୧୦୦ ପ୍ରତିଶତ ସହାୟକ କମ୍ପାନୀ

 

 

 
 

 

 

 

 

 

 

 

 

 

 

 

 

ଏହି ଯୋଜନାରେ ସହାୟତା ପାଉଥିବା ପ୍ରତ୍ୟେକ ଡଟର୍ ଫଣ୍ଡ ଭାରତରେ ପଂଜୀକୃତ ହୋଇଥିବା ଆବଶ୍ୟକ ଓ କ୍ୟାଟେଗୋରି ୧ କିମ୍ୱା କ୍ୟାଟେଗୋରି ୨ ଏଆଇଏଫ୍ ଭାବେ ସମସ୍ତ ନିୟମ କାନୁନ ପାଳନ କରୁଥିବା ଦରକାର। ଏଥି ମଧ୍ୟରେ ସେବି (ବିକଳ୍ପ ନିବେଶ ଫଣ୍ଡ) ନିୟମ, ୨୦୧୨   ମଧ୍ୟ ରହିଛି। ଏହା ନିଶ୍ଚିତ କରେ ଯେ, ଅଂଶଗ୍ରହଣ କରୁଥିବା ସମସ୍ତ ଫଣ୍ଡ ଇଡିଏଫ୍ ର ବୃହତ୍ତର ଲକ୍ଷ୍ୟ ଗବେଷଣା, ଉଦ୍ୟୋଗୀ ଓ ଟେକ୍ନୋଲୋଜିର ବିକାଶ ଦିଗରେ କାମ କରିବା ସହିତ ଭଲ ଭାବେ ବ୍ୟାଖ୍ୟା ହୋଇଥିବା ନିୟାମକ ନୀତି ନିୟମ ଭିତରେ କାର୍ଯ୍ୟ ସଂପାଦନ କରିବେ।   

 

ପ୍ରମୁଖ ବିଶେଷତ୍ୱ :

  • ଅଣ-ଏକ୍ସକ୍ଲୁସିଭ ଭାବେ ଡଟର୍ ଫଣ୍ଡରେ ଅଂଶଗ୍ରହଣ କରିଥାଏ ଇଡିଏଫ୍। ଫଳରେ ସବୁ କ୍ଷେତ୍ରରେ ଏହା ବୃହତ୍ତର ସହଯୋଗିତା ଓ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥାଏ।
  • ଡଟର୍ ଫଣ୍ଡର ମୋଟ ରାଶିରେ ଇଡିଏଫ୍‌ର ଅଂଶ କେତେ ରହିବ ତାହା ବଜାରର ଆବଶ୍ୟକତା ଓ ଇଡିଏଫ୍‌ ର ନୀତିଗତ ମାର୍ଗଦର୍ଶିକା ଅନୁସାରେ ଫଣ୍ଡ ପରିଚାଳନା କରିବାର ନିବେଶ ମ୍ୟାନେଜରଙ୍କ କ୍ଷମତା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
  •  ପ୍ରତ୍ୟେକ ଡଟର୍ ଫଣ୍ଡରେ ଇଡିଏଫ୍‌ ସାଧାରଣତଃ ଅଳ୍ପସଂଖ୍ୟକ ଭାଗିଦାର ଭାବେ ରହିଥାଏ। ଯାହାକି ଅଧିକ ଘରୋଇ ନିବେଶ ଓ ପେସାଦାର ଫଣ୍ଡ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ।
  • ଅର୍ଥ ସଂଗ୍ରହ, ନିବେଶ ଓ ପୋର୍ଟଫୋଲିଓ ପ୍ରଦର୍ଶନର ନିରୀକ୍ଷଣ କରିବା ପାଇଁ ଡଟର୍ ଫଣ୍ଡର ନିବେଶ ମ୍ୟାନେଜରଙ୍କୁ ନମନଶୀଳ ଓ ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଇଥାଏ।
  • ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ଓ ଏ ସଂପର୍କିତ ବ୍ୟବସ୍ଥାର ସଂପୂର୍ଣ୍ଣ ମୂଲ୍ୟଯୁକ୍ତ ଶୃଙ୍ଖଳାରେ ଇଡିଏଫ୍‌ ର ଅଂଶଗ୍ରହଣ ଉପଲବ୍‌ଧ ଯାହାକି ବ୍ୟାପକ କ୍ଷେତ୍ରୀୟ କଭରେଜକୁ ସୁନିଶ୍ଚିତ କରିଥାଏ।
  • ନିବେଶ ମ୍ୟାନେଜର ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ ଦ୍ୱାରା ଡଟର୍ ଫଣ୍ଡ୍‌ସର ଚୂଡ଼ାନ୍ତ ଚୟନ କରାଯାଇଥାଏ।

ସଫଳତା ଓ ପ୍ରଭାବ

ଭାରତର ନବସୃଜନ ବ୍ୟବସ୍ଥାକୁ ବିକଶିତ କରିବାରେ ଇଲେକଟ୍ରୋନିକ୍ସ ବିକାଶ ଫଣ୍ଡ (ଇଡିଏଫ୍) ଉଲ୍ଲେଖନୀୟ ପ୍ରଗତି କରିଛି। ଏମ୍‌ଇଆଇଟିଓ୍ୱାଇରୁ ୨୧୦.୩୩ କୋଟି ଟଙ୍କା ସମେତ ଇଡିଏଫ୍ ନିଜର ଯୋଗଦାନକର୍ତ୍ତାଙ୍କଠାରୁ ମୋଟ ୨୧୬.୩୩ କୋଟି ଟଙ୍କା ସଂଗ୍ରହ କରିପାରିଛି।  

ସହାୟତା ପାଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ(ଆଇଓଟି), ରୋବୋଟିକ୍ସ, ଡ୍ରୋନ, ସ୍ୱୟଂଚାଳିତ ଯାନ, ସ୍ୱାସ୍ଥ୍ୟଟେକ୍‌, ସାଇବର ସୁରକ୍ଷା ଓ କୃତ୍ରିମ ବୁଦ୍ଧିମତା ଏବଂ ମେସିନ ଲର୍ଣ୍ଣିଂରେ କାମ କରୁଛନ୍ତି। ଫଳରେ ଉନ୍ନତ ଟେକ୍ନୋଲୋଜିକାଲ ନବସୃଜନରେ ଏକ ପ୍ରମୁଖ କେନ୍ଦ୍ର ହୋଇପାରିଛି ଭାରତ।

କ୍ରମିକ ନମ୍ୱର

ଡଟର୍ ଫଣ୍ଡର ନାଁ

ଇଡିଏଫ୍‌ ନିବେଶ କରିଥିବା ପରିମାଣ(ଟଙ୍କାକୋଟିରେ)

ଡଟର୍ ଫଣ୍ଡ ନିବେଶ (ଟଙ୍କା କୋଟିରେ )

ନିବେଶ ହୋଇଥିବା ମୋଟ ଷ୍ଟାର୍ଟଅପ୍

ୟୁନିକର୍ନ ଇଣ୍ଡିଆ ଭେଞ୍ଚରପ୍ସ ଟ୍ରଷ୍ଟ

୧୫.୮୨

୬୩.୬୪

୧୭

ଆରୁହା ଟେକ୍ନୋଲଜି ଫଣ୍ଡ -୧

୬.୭୫

୨୬.୨୨

୧୩

ଏଣ୍ଡିୟା ସିଡ୍ କୋ-କ୍ରିଏସନ୍ ଫଣ୍ଡ

୩୦.୦୦

୧୩୭.୦୩

୧୨

କରସେମଭେନ୍ ଫଣ୍ଡ

୨୪.୦୦

୮୩.୪୩

୧୭

ପିଆଇ ଭେଞ୍ଚର୍ସ ଫଣ୍ଡ ୧

୧୫.୦୦

୧୮୬.୫୩

୧୫

ୟୋରନେଷ୍ଟ ଇଣ୍ଡିଆ ଭିସି ଫଣ୍ଡ II

୪୩.୧୫

୧୮୫.୫୪

୧୯

ଭେଞ୍ଚରଇଣ୍ଟ ପ୍ରୋଆକ୍ଟିଭ ଫଣ୍ଡ-II

୯୭.୭୫

୪୨୫.୭

୧୮

ଏକ୍ସଫିନିଟି ଟେକ୍ନୋଲଜି ଫଣ୍ଡ ସିରିଜ –II

୨୫.୩୦

୨୨୭.୬୮

୧୭

ମୋଟ

 

୨୫୭.୭୭

୧୩୩୫.୭୭

୧୨୮

 

 

 

୩୦ ସେପ୍‌ଟେମ୍ୱର ୨୦୨୫ ସୁଦ୍ଧା :

  • ୮ଟି ଡଟର୍ ଫଣ୍ଡରେ ଇଡିଏଫ୍‌ ନିବେଶ କରିଛି ୨୫୭.୭୭ କୋଟି ।
  • ଏହି ଡଟର୍ ଫଣ୍ଡଗୁଡ଼ିକ ୧୨୮ଟି ଷ୍ଟାର୍ଟଅପ୍ ଓ ଭେଞ୍ଚରରେ ନିବେଶ କରିଛନ୍ତି ୧୩୩୫.୭୭ କୋଟି
  • ସହାୟତା ପାଇଥିବା ଷ୍ଟାର୍ଟଅପ୍ ଉଚ୍ଚ ଟେକ୍ନୋଲଜି କ୍ଷେତ୍ରରେ ସୃଷ୍ଟି କରିଛନ୍ତି ୨୩, ୬୦୦ ନିଯୁକ୍ତି
  • ସହାୟତା ପାଇଥିବା ଷ୍ଟାର୍ଟଅପ୍ ମୋଟ ୩୬୮ଟି ବୌଦ୍ଧିକ ସଂପତ୍ତି ସୃଷ୍ଟି କରିଛନ୍ତି ବା ଅଧିଗ୍ରହଣ କରିଛନ୍ତି.
  • ସହାୟତା ପାଇଥିବା ୧୨୮ଟି ଷ୍ଟାର୍ଟଅପ୍ ମଧ୍ୟରୁ ୩୭ଟିର ନିବେଶରୁ ଓହରି ଯାଇଛନ୍ତି ଡଟର୍ ଫଣ୍ଡ।
  • ସଂପୂର୍ଣ୍ଣ ଓହରି ଯିବା ଓ ଆଂଶିକ ଭାବେ ଓହରିଯିବା ଦ୍ୱାରା ଇଡିଏଫ୍ ସର୍ବମୋଟ ପାଇଛି ୧୭୩.୮୮ କୋଟି ଟଙ୍କା.

 
ଇଲେକଟ୍ରୋନିକ୍ସ ବିକାଶ ପାଣ୍ଠି ଭାରତର ଇଲେକଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ନବସୃଜନ ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରିସ୍କ କ୍ୟାପିଟାଲର ପ୍ରବେଶ କରାଇ ଏହା ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ସହଯୋଗ କରିଛି ଓ ଘରୋଇ ଡିଜାଇନ୍ ଏବଂ ବୌଦ୍ଧିକ ସମ୍ପତ୍ତି ସୃଷ୍ଟିକୁ ବିସ୍ତାର କରିବାରେ ସହାୟକ ହୋଇଛି। ପାଣ୍ଠିର ସ୍ୱଚ୍ଛତା ଏବଂ ପେସାଦାର ଭାବେ ପରିଚାଳିତ ଢାଞ୍ଚା ନିବେଶକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରିଛି ଏବଂ ଦେଶରେ ଏକ ସମ୍ବେଦନଶୀଳ, ଆତ୍ମନିର୍ଭରଶୀଳ ଇଲେକଟ୍ରୋନିକ୍ସ ବ୍ୟବସ୍ଥାର ମୂଳଦୁଆକୁ ମଜଭୁତ କରିଛି।  ... 

 

 

References:

 

MEITY:

 

 

BSP


(Release ID: 2190527) Visitor Counter : 6