ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଇମକୋଙ୍ଗ ଏଲ୍ ଇମଚେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
12 NOV 2025 7:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ବରିଷ୍ଠ ନେତା ଶ୍ରୀ ଇମକୋଙ୍ଗ ଏଲ. ଇମଚେନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ନାଗାଲାଣ୍ଡର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଇମଚେନ୍ ସ୍ମରଣୀୟ ହୋଇ ରହିବେ। ସେ ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଥିଲେ ଏବଂ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଗଭୀର ଭାବେ ପ୍ରତିବଦ୍ଧ ଥିଲେ। ତାଙ୍କ ବିଧାୟକ ଏବଂ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳର ପ୍ରଭାବ ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।
‘ଏକ୍ସ’ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ନାଗାଲାଣ୍ଡର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଇମକୋଙ୍ଗ ଏଲ. ଇମଚେନ ଜୀ ସ୍ମରଣୀୟ ହୋଇ ରହିବେ। ସେ ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଥିଲେ ଏବଂ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପ୍ରତି ବିଶେଷ ଆଗ୍ରହୀ ଥିଲେ। ତାଙ୍କ ବିଧାୟକ ଏବଂ ମନ୍ତ୍ରୀ କାର୍ଯ୍ୟକାଳକୁ ମନେ ପକାଯିବ। ନାଗାଲାଣ୍ଡରେ ବିଜେପିକୁ ମଜବୁତ କରିବାରେ ମଧ୍ୟ ସେ ଯୋଗଦାନ ଦେଇଥିଲେ। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ଅଛି । "
HS
(ରିଲିଜ ଆଡି: 2189523)
ପରିଦର୍ଶକ କାଉଣ୍ଟର : 34
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam