ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
“ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୫” ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ
Posted On:
08 NOV 2025 4:33PM by PIB Bhubaneshwar
- ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି) ଏବଂ ସହରାଞ୍ଚଳ ନିବେଶ ୱିଣ୍ଡୋ (ୟୁଆଇଡବ୍ଲୁଆଇଏନ) ସମେତ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ
- ଡିଆରଏପି ୮୦ ପ୍ରତିଶତ ପୁରୁଣା ଆବର୍ଜନା ଥିବା ୨୧୪ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ପ୍ରାଥମିକତା ଦେବ
- କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି।
ଏହି ଦୁଇଦିନିଆ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହର ଯୋଜନାକାରୀ, ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ୨,୫୦୦ରୁ ଅଧିକ ଅଂଶଗ୍ରହଣକାରୀ "ନିରନ୍ତର ସହରୀ ବିକାଶ ଏବଂ ପ୍ରଶାସନ" ବିଷୟ ଅଧିନସ୍ଥ ୬ଟି କ୍ଷେତ୍ରୀୟ ବିଷୟ ଉପରେ ଗହନ ବିଚାରବିମର୍ଷ କରିବେ ।
ବିକଶିତ ଭାରତ ସହର ପ୍ରଦର୍ଶନୀ ଏହି ଅବସରରେ, କେନ୍ଦ୍ରମନ୍ତ୍ରୀ 'ବିକଶିତ ଭାରତ ସହର' ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ, ଯାହା ଏକ ପ୍ରକୃତ ବିକଶିତ, ଗତିଶୀଳ, ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ ସହରର ଦୃଷ୍ଟିକୋଣକୁ ପ୍ରକାଶ କରିଥାଏ। ଏହି ପ୍ରଦର୍ଶନୀରେ ଭାରତୀୟ ସହରଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଅଭିନବ ସହରାଞ୍ଚଳ ଯୋଜନା ମଡେଲ, ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ଏବଂ ନାଗରିକ-କୈନ୍ଦ୍ରିକ ଭିତ୍ତିଭୂମିର ପ୍ରଦର୍ଶନ କରାଯାଉଛି ।
ଶ୍ରୀ ଧରଙ୍କ ଅଭିଭାଷଣ ସାର୍ବଜନୀନ ନୀତି ବିଶେଷଜ୍ଞ ଶ୍ରୀ ଦେବାଶିଷ ଧର ଭାରତର ସହରାଞ୍ଚଳ ସୁଯୋଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ଗୁରୁତ୍ୱାରୋପ କରିଥିଲେ ଯେ, ସହରଗୁଡ଼ିକ ହେଉଛି ସମୃଦ୍ଧିର ଇଞ୍ଜିନ୍, ଯେଉଁଠାକୁ ଲୋକମାନେ ପ୍ରଗତି, ସୁଯୋଗ ଏବଂ ସ୍ୱାଧୀନତା ଖୋଜିବା ପାଇଁ ଆସନ୍ତି । ସେ ସହରଗୁଡ଼ିକୁ "ଶ୍ରମ ବଜାର" ଭାବରେ ବର୍ଣ୍ଣନା କରିଥିଲେ ଯାହା ଲୋକଙ୍କ ଭିଡ଼ ଏବଂ ସେମାନଙ୍କ ମଧ୍ୟରେ ନିରନ୍ତର ପ୍ରତିଯୋଗିତା ଦ୍ୱାରା ଆକୃତିପ୍ରାପ୍ତ ହୋଇଥାଏ । ସେ ମଧ୍ୟ ସହରକୁ ଡିପିଆଇ ବା "ଯୋଗ୍ୟ ସାର୍ବଜନୀନ ଭିତ୍ତିଭୂମି" ବୋଲି ବର୍ଣ୍ଣନା କରିଥିଲେ ଯାହା ଉପରେ ସମୃଦ୍ଧି ନିର୍ମିତ ହୁଏ।
ନିବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ବକ୍ତବ୍ୟ
ନିବାସ ଏବଂ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଶ୍ରୀନିବାସ କାଟିକିଥଲା ସ୍ଥାୟୀ ସହରାଞ୍ଚଳ ବିକାଶକୁ ହାସଲ କରିବାରେ ସମନ୍ୱିତ ଶାସନ ଏବଂ ସଂସ୍ଥାଗତ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ, ଏହି ସମ୍ମିଳନୀ ସହରାଞ୍ଚଳ ନେତା ଏବଂ ବିଶେଷଜ୍ଞମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଏବଂ ଭାରତର ସହରାଞ୍ଚଳ ଭବିଷ୍ୟତ ପାଇଁ ମିଳିତ ଭାବରେ ସମାଧାନ ବିକଶିତ କରିବା ପାଇଁ ଏକ ବହୁମୂଲ୍ୟ ପ୍ଲାଟଫର୍ମ ପ୍ରଦାନ କରିଛି।
ଶ୍ରୀ କାଟିକିଥଲା କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ସହରଗୁଡ଼ିକୁ ଅଧିକ ସୁଲଭ, ସୁରକ୍ଷିତ ଏବଂ ସ୍ଥାୟୀ କରିବା ପାଇଁ ଏକ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱରେ, ଏକ ବିକଶିତ ଭାରତ ପାଇଁ ଟିମ୍ ଅର୍ବାନର ଶୁଭାରମ୍ଭ କଥା ଉଲ୍ଲେଖ କରି ସେ ରାଷ୍ଟ୍ର ନିର୍ମାଣରେ ସହଯୋଗ ଏବଂ ସହଭାଗୀ ଦାୟିତ୍ୱର ଶକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ସମ୍ମିଳନୀ ହେଉଛି ବାର୍ଷିକ ଜାତୀୟ ସହରାଞ୍ଚଳ ଆଲୋଚନାର ଉଦଘାଟନୀ ସଂସ୍କରଣ, ଯାହା ୨୦୪୭ ସହରାଞ୍ଚଳ ଏଜେଣ୍ଡା ହାସଲ କରିବା ପାଇଁ ସ୍ପଷ୍ଟ ଉପାୟ ଏବଂ କାର୍ଯ୍ୟକାରୀ ଯୋଜନା ଚିହ୍ନଟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ।
ସମ୍ମିଳନୀର ଉଦଘାଟନୀ ଅଧିବେଶନରେ, କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକର ଶୁଭାରମ୍ଭ କରିଥିଲେ:
୧. ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି)ର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି) ମଧ୍ୟ ଆରମ୍ଭ କରିଥିଲେ। ଏହା ଏକ ବର୍ଷବ୍ୟାପୀ, ମିଶନ-ମୋଡ୍ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ହେଉଛି, ସହରାଞ୍ଚଳ ଭାରତରେ ଅବଶିଷ୍ଟ ଡମ୍ପସାଇଟ୍ ଗୁଡିକର ପୁନରୁଦ୍ଧାରକୁ ତ୍ବରାନ୍ବିତ କରିବା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସମୁଦାୟ ଏବଂ ଭିତ୍ତିଭୂମି ବିକାଶ ପାଇଁ ମୂଲ୍ୟବାନ ସହରାଞ୍ଚଳ ଜମି ପୁନରୁଦ୍ଧାର କରିବା, ସେପ୍ଟେମ୍ବର ୨୦୨୬ ସୁଦ୍ଧା "ଲକ୍ଷ୍ୟ ଜିରୋ ଡମ୍ପସାଇଟ୍" ହାସଲ କରିବାର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢାଇବା।
ବର୍ତ୍ତମାନ, ୧,୪୨୮ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ପ୍ରାୟ ୮୦ ପ୍ରତିଶତ ପୁରୁଣା ଆବର୍ଜନା ୨୦୨ଟି ପୌରସଂସ୍ଥାର ୨୧୪ ସ୍ଥାନରେ ଜମିରହିଛି। ଡିଆରଏପି ଏହି ଉଚ୍ଚ-ପ୍ରଭାବଶାଳୀ ସ୍ଥାନଗୁଡ଼ିକୁ ପ୍ରାଥମିକତା ଦେବ ଏବଂ ପ୍ରାୟ ୮୮ ନିୟୁତ ମେଟ୍ରିକ୍ ଟନ୍ ପୁରୁଣା ଆବର୍ଜନାକୁ ଅନ୍ତର୍ଭୁକ୍ତ କରିବ।
"ଲକ୍ଷ୍ୟ ଜିରୋ ଡମ୍ପସାଇଟ୍" ହାସଲ କରିବା ପାଇଁ, କେନ୍ଦ୍ର ସରକାର ସହରଗୁଡ଼ିକୁ ଟନ୍ ପିଛା ୫୫୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ପର୍ଯ୍ୟନ୍ତ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ୧୦,୨୨୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ୪,୧୮୧ କୋଟି ଟଙ୍କା ସିଏଫଏ ପ୍ରଦାନ କରିଛନ୍ତି, ଯାହା ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨,୪୮୪ଟି ପୌରସଂସ୍ଥାକୁ ଲାଭ ଦେଇଛି। ଏପର୍ଯ୍ୟନ୍ତ, ପ୍ରାୟ ୨୫୦ ନିୟୁତ ମେଟ୍ରିକ୍ ଟନ୍ ଆବର୍ଜନା ଥିବା ୨,୪୭୬ ଡମ୍ପସାଇଟ୍ ମଧ୍ୟରୁ ୧,୦୪୮ଟି ସମ୍ପୂର୍ଣ୍ଣ ଭାବରେ ନିଷ୍କାସନ କରାଯାଇଛି, ଏବଂ ଅନ୍ୟ କେତେକ ସମ୍ପୂର୍ଣ୍ଣ ହେବାର ବିଭିନ୍ନ ପର୍ଯ୍ୟାୟରେ ଅଛି। ମୋଟ ୧୪୩.୩ ନିୟୁତ ମେଟ୍ରିକ୍ ଟନ୍ ପୁରୁଣା ଆବର୍ଜନା ନିଷ୍କାସନ କରାଯାଇଛି, ଏବଂ ପ୍ରାୟ ୭,୫୮୦ ଏକର (୫୦ ପ୍ରତିଶତ) ଜମି ପୁନଃପ୍ରାପ୍ତ କରାଯାଇଛି।
ଡିଆରଏପି ବିଷୟରେ ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଡିଆରଏପି ସମ୍ବନ୍ଧୀୟ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ ପାଇଁ ଏଠାରେ କ୍ଲିକ୍ କରନ୍ତୁ।
୨. ସ୍ୱଚ୍ଛ ଭାରତ ମିଶନ - ଜ୍ଞାନ ପରିଚାଳନା ୟୁନିଟ୍ (କେଏମୟୁ)
ଶ୍ରୀ ମନୋହର ଲାଲ ସ୍ୱଚ୍ଛ ଭାରତ ମିଶନ - ଜ୍ଞାନ ପରିଚାଳନା ୟୁନିଟ୍ (କେଏମୟୁ) ମଧ୍ୟ ଆରମ୍ଭ କରିଥିଲେ। ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ମଧ୍ୟରେ ଏକ ସମର୍ପିତ ୟୁନିଟ୍ ଭାବରେ ପ୍ରତିଷ୍ଠିତ ଏହି ୟୁନିଟ୍, ସ୍ୱଚ୍ଛ ଭାରତ ମିଶନ-ସହରୀ ଢାଞ୍ଚା ଅଧୀନରେ କ୍ଷମତା ନିର୍ମାଣ, ଜ୍ଞାନ ସୃଷ୍ଟି ଏବଂ ସଂସ୍ଥାଗତ ଶିକ୍ଷା ପାଇଁ ଏକ ଜାତୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।
କେଏମୟୁ ସମ୍ବନ୍ଧରେ ବିସ୍ତୃତ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
୩. ସହରାଞ୍ଚଳ ନିବେଶ ୱିଣ୍ଡୋ (ୟୁଆଇଡବ୍ଲୁଆଇଏନ)ର ଶୁଭାରମ୍ଭ
ଏହି ଅବସରରେ ଆରମ୍ଭ ହୋଇଥିବା ଅନ୍ୟ ଏକ ପ୍ରମୁଖ ପଦକ୍ଷେପ ଥିଲା ସହରାଞ୍ଚଳ ନିବେଶ ୱିଣ୍ଡୋ (ୟୁଆଇଡବ୍ଲୁଆଇଏନ) । ଏହା ହେଉଛି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମାର୍ଗଦର୍ଶନରେ ହଡକୋର ଏକ ପଦକ୍ଷେପ। ୟୁଆଇଡବ୍ଲୁଆଇଏନ ଭାରତୀୟ ସହରଗୁଡ଼ିକ ପାଇଁ ଏକ-ଷ୍ଟପ୍ ନିବେଶ ପ୍ରୋତ୍ସାହନ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ଘରୋଇ ନିବେଶକୁ ଆକର୍ଷିତ କରିବା ଏବଂ ବିଶ୍ୱ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ ଭଳି ବହୁପକ୍ଷୀୟ ସଂସ୍ଥାଗୁଡ଼ିକରୁ ଦୀର୍ଘକାଳୀନ, ରିହାତି ଏବଂ ପ୍ରତିଯୋଗିତାମୂଳକ ଆର୍ଥିକ ସହାୟତା ପ୍ରାପ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି। ସ୍ଥାୟୀ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ଲାଟଫର୍ମ ସରକାରୀ-ଘରୋଇ ସହଭାଗୀତା (ପିପିପି) ଆଧାରିତ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରିବ।
ୟୁଆଇଡବ୍ଲୁଆଇଏନ ସମ୍ବନ୍ଧରେ ବିସ୍ତୃତ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
୪. ଜଳ ହିଁ ଜନନୀର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଦୈନନ୍ଦିନ ଜୀବନରେ ଜଳର ଗୁରୁତ୍ୱକୁ ଉଜାଗର କରିବା ପାଇଁ ଅମୃତ ସଂଗୀତ "ଜଳ ହିଁ ଜନନୀ"ର ମଧ୍ୟ ଶୁଭାରମ୍ଭ କରିଥିଲେ ଏବଂ ଭବିଷ୍ୟତ ପାଇଁ ଜଳ ସଞ୍ଚୟ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲଙ୍କ ଅଭିଭାଷଣ
ଏହି ଅବସରରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ସହରାଞ୍ଚଳ ପରିବର୍ତ୍ତନ ସ୍ଥାୟୀତ୍ୱ, ସମାବେଶୀ ଏବଂ ନବସୃଜନ ଦ୍ୱାରା ପରିଚାଳିତ ହେବା ଉଚିତ। ୨୦୪୭ ମସିହାରେ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଡିଆରଏପି, ୟୁଆଇଡବ୍ଲୁଆଇଏନ ଏବଂ କେଏମୟୁ ଭଳି ପଦକ୍ଷେପଗୁଡ଼ିକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ବାସଯୋଗ୍ୟ ସହର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନାଗରିକମାନଙ୍କ ପାଇଁ ସମାବେଶୀ ଅଭିବୃଦ୍ଧି ଏବଂ ଉନ୍ନତ ଜୀବନଧାରଣ ମାନ ସୁନିଶ୍ଚିତ କରିବା ପାଇଁ ଯୋଜନାବଦ୍ଧ ଏବଂ ସମନ୍ୱିତ ସହରାଞ୍ଚଳ ବିକାଶ ଜରୁରୀ। ଆଗାମୀ ବର୍ଷଗୁଡ଼ିକରେ, ସରକାରୀ-ବେସରକାରୀ ସହଭାଗୀତା ସମର୍ଥନରେ ଭାରତର ବର୍ଦ୍ଧିତ ସହରାଞ୍ଚଳ ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବା ପାଇଁ ସମର୍ପିତ ନିବେଶ ଆବଶ୍ୟକ ହେବ । ଏହା ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ହାସଲ ହେବ ।
ସେ କହିଥିଲେ ଯେ, ୨୦୪୭ ସୁଦ୍ଧା, ଭାରତର ସହରାଞ୍ଚଳ ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ହେବ, ଏବଂ ଏହାକୁ ହାସଲ କରିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକାଠି ହେବାକୁ ପଡିବ। କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନୁହେଁ ବରଂ ଘରୋଇ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଯଥେଷ୍ଟ ନିବେଶ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।
ସମ୍ମିଳନୀର ପ୍ରଥମ ଦିନରେ, ଚାରୋଟି ବ୍ରେକଆଉଟ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପ୍ରଥମ ଅଧିବେଶନରେ ଆଞ୍ଚଳିକ ଯୋଜନା, ପରିବହନ ଭିତ୍ତିକ ବିକାଶ (ଟିଓଡି) ଏବଂ ସହରାଞ୍ଚଳ ଯାତାୟାତ ବ୍ୟବସ୍ଥା ଉପରେ ବିଚାରବିମର୍ଷ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଜୀବିକା ସୁଯୋଗ ଏବଂ ଦାରିଦ୍ର୍ୟ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା। ତୃତୀୟ ଅଧିବେଶନ ନିର୍ମାଣ ଏବଂ ଭଙ୍ଗା ଆବର୍ଜନା ଉପରେ ଏକ ବୈଷୟିକ ଅଧିବେଶନ ଥିଲା। ଚତୁର୍ଥ ଏବଂ ଶେଷ ଅଧିବେଶନରେ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
TKM
(Release ID: 2187947)
Visitor Counter : 2