PIB Headquarters
azadi ka amrit mahotsav

ଭାରତରେ କୃଷି ଶିକ୍ଷା ଓ ପ୍ରଶିକ୍ଷଣ

Posted On: 04 NOV 2025 10:14AM by PIB Bhubaneshwar

କୃଷି ହେଉଛି ଭାରତର ପ୍ରାୟ ଅଧା ଜନସଂଖ୍ୟାର ପ୍ରମୁଖ ଜୀବୀକା ଓ ମୋଟ ଘରୋଇ ଉତ୍ପାଦରେ ଏହାର ଯୋଗଦାନ ହେଉଛି ୧୮ ପ୍ରତିଶତ। ଉତ୍ପାଦକକା ବୃଦ୍ଧି କରିବା ପାଇଁ, ନିବେଶ ଖର୍ଚ୍ଚ କମ୍ କରିବାରେ ଓ ଜାତୀୟ ଲକ୍ଷ୍ୟ ସଲ କରିବା ପାଇଁ ଉଚ୍ଚଶିକ୍ଷା, ଗବେଷଣା ଓ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଜରିଆରେ ମାନବ କ୍ଷମତା ନିର୍ମାଣ କରିବା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। କୃଷି ଶିକ୍ଷା, ଗବେଷଣା ଓ ଶିକ୍ଷା ସଂପର୍କିତ ସଂପ୍ରସାରଣକୁ ଏହି କ୍ଷେତ୍ରର ପ୍ରମୁଖ ସ୍ତମ୍ଭ ଭାବେ ଗ୍ରହଣ କରାଯାଏ ଯାହାକି ୫ ପ୍ରତିଶତ କୃଷି ଅଭିବୃଦ୍ଧି ହାରର ଲକ୍ଷ୍ୟକୁ ବଜାୟ ରଖିବାକୁ ଓ “ବିକଶିତ କୃଷି ଓ ସମୃଦ୍ଧ କୃଷକ”- ର ଜାତୀୟ ଲକ୍ଷ୍ୟ ପୂରଣ କରିବା ପାଇଁ ଆବଶ୍ୟକ ଆନୁଷ୍ଠାନିକ ଓ ବୈଜ୍ଞାନିକ ଆଧାର ପ୍ରସ୍ତୁତ କରିଥାଏ। ଏହି ବିକଶିତ କୃଷି ଓ ସମୃଦ୍ଧ କୃଷକ ହେଉଛି “ବିକଶିତ ଭାରତ”ର ମୂଳ ଦର୍ଶନ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ତିନିଟି ସ୍ତମ୍ଭକୁ “ଏକ ରାଷ୍ଟ୍ର-ଏକ କୃଷି-ଏକ ଟିମ୍” ର ମାର୍ଗଦର୍ଶକ ସିଦ୍ଧାନ୍ତ ଅନୁସାରେ ତାଳମେଳ ରଖିବା କାମ କରିବାକୁ ପଡ଼ିବ।

ଇଣ୍ଡିଆନ କାଉନସିଲ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍)

  • କୃଷି ଗବେଷଣା ଓ ଶିକ୍ଷାର ସର୍ବୋଚ୍ଚ ସଂସ୍ଥା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କୃଷି ଗବେଷଣା ଓ ଶିକ୍ଷା ବିଭାଗ ଅଧୀନରେ ୧୯୨୯ରେ ପ୍ରତିଷ୍ଠା କରାଯାଇଥିଲା ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ। କୃଷି ଗବେଷଣା ଓ ଉଚ୍ଚ ଶିକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏହା ହେଉଛି ଦେଶର ପ୍ରମୁଖ ଅନୁଷ୍ଠାନ। ଏହା କୃଷି, ଉଦ୍ୟାନକୃଷି, ମାଛ ଚାଷ ଓ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ମାର୍ଗଦର୍ଶନ କରିବା ହେଉଛି ଏହାର ପ୍ରମୁଖ ଦାୟିତ୍ୱ।
  • ଦେଶବ୍ୟାପୀ ନେଟଓ୍ୱର୍କ-ଆଇସିଏଆର୍‌ ଦେଶର ଏକ ବହୁତ ବଡ଼ ବ୍ୟବସ୍ଥାର ନିରୀକ୍ଷଣ କରିଥାଏ ଯାହାର ଅଧୀନରେ ରହିଛି ୧୧୩ଟି ଜାତୀୟ ଗବେଷଣା ଅନୁଷ୍ଠାନ(ବିସ୍ତୃତ ବିବରଣୀ https://icar.org.in/institutes ରେ ଦେଖିହେବ।) ଓ ସାରା ଭାରତରେ ଥିବା ୭୪ଟି କୃଷି ବିଶ୍ୱବିଦ୍ୟାଳୟ। ଏହି କାରଣରୁ ଆଇସିଏଆର୍ ହେଉଛି ବିଶ୍ୱର ପ୍ରମୁଖ କୃଷି ଗବେଷଣା ନେଟଓ୍ୱର୍କ ମଧ୍ୟରେ ଅନ୍ୟତମ। ଏହା ଦେଶରେ ସବୁଜ ବିପ୍ଲବର ନେତୃତ୍ୱ ନେଇଥିଲା ଓ ଏବେ ବି ଜଳବାୟୁ ଅନୁକୂଳ, ଅଧିକ ଅମଳକ୍ଷମ କିସମ ଓ କୃଷି ଟେକ୍ନୋଲଜିର ବିକାଶରେ ଏବେ ବି ଅଗ୍ରଣୀ ଭୂମିକା ଗ୍ରହଣ କରିଛି।
  • ସଂପ୍ରସାରଣ ଓ ଗୁଣବତ୍ତା-ଚାଷୀଙ୍କୁ ଟେକ୍ନୋଲଜି ହସ୍ତାନ୍ତରକ କରିବା ପାଇଁ ନିଜ ଅଧୀନରେ ଥିବା ଡିଭିଜନ ଜରିଆରେ ଆଇସିଏଆର୍‌ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ପରିଚାଳନା କରିଥାଏ।  “ଆଇସିଏଆର୍ ମଡେଲ୍ ଆଇନ (ସଂଶୋଧିତ୨୦୨୩) ଓ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାରେ ସର୍ବନିମ୍ନ ଆବଶ୍ୟକତା” ଜାରି କରି ଆଇସିଏଆର୍‌ ଶିକ୍ଷା ମାନକ ନିର୍ଦ୍ଧାରଣ କରିଥାଏ ଓ ଜାତୀୟ କୃଷି ଶିକ୍ଷା ଏକ୍ରିଡେସନ ବୋର୍ଡ ଜରିଆରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାନ୍ୟତା ପ୍ରଦାନ କରିଥାଏ।  

 

ସାର୍ବଜନୀନ ଓ ଘରୋଇ ଅନୁଷ୍ଠାନ

ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ- ଭାରତରେ ୬୩ଟି ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ (ଏସ୍‌ଏୟୁ), ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିଏୟୁ)-ପୁସା, ଇମ୍ଫାଲ, ଝାନ୍‌ସୀ, ୪ଟି ଡିମ୍‌ଡ ୟୁନିଭରସିଟି (ଆଇଏଆର୍‌ଆଇ-ଦିଲ୍ଲୀ, ଏନ୍‌ଡିଆର୍‌ଆଇ-କର୍ଣ୍ଣଲ, ଆଇଭିଆର୍‌ଆଇ-ଇଜ୍ଜତନଗର, ସିଆଇଏଫ୍‌ଇ-ମୁମ୍ୱାଇ) ଓ କୃଷି ବିଭାଗ ଥାଇ ୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି। ଆଇସିଏଆର୍‌ ନେଟଓ୍ୱର୍କରେ ୧୧ଟି ଏଟିଏଆର୍‌ଆଇ (ଏଗ୍ରିକଲ୍‌ଚରାଲ୍ ଟେକ୍ନୋଲଜି ଆପ୍ଲିକେସନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) କେନ୍ଦ୍ର ଅଛି।

ଘରୋଇ କ୍ଷେତ୍ର: କୃଷି ଶିକ୍ଷା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଆସୁଛି। ଏହି ରାଜ୍ୟଗୁଡ଼ିକର  ଘରୋଇ ଅନୁଷ୍ଠାନ ପ୍ରତିଷ୍ଠା ଓ ପ୍ରୋତ୍ସାହନ ପାଇଁ ନିଜସ୍ୱ ନୀତି ଅଛି। ରାଜ୍ୟ ସରକାରଗୁଡ଼ିକ ଅନୁରୋଧ କଲେ କୌଣସି ଶିକ୍ଷାନୁଷ୍ଠାନକୁ ସ୍ୱୀକୃତି ଦେବା ପର୍ଯ୍ୟନ୍ତ ଆଇସିଏଆର୍‌ର ଅଧିକାର ସୀମିତ। ଗତ ୫ ବର୍ଷରେ ଆଇସିଏଆର୍‌ ମାନ୍ୟତାପ୍ରାପ୍ତ ୧୭ଟି ଘରୋଇ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ୨୦୨୦-୨୧ରେ ଦେଶରେ ଏପରି ୫ଟି ଘରୋଇ କୃଷି ମହାବିଦ୍ୟାଳୟ ଥିବା ବେଳେ ୨୦୨୪-୨୫ରେ ଏହାର ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

ବର୍ତ୍ତମାନ ଦେଶରେ ୩ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ) ଚାଲୁଛି। ଆଞ୍ଚଳିକ ଆବଶ୍ୟକତାକୁ ଦେଖି ପ୍ରତ୍ୟେକ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପାର୍ଲାମେଣ୍ଟ ଦ୍ୱାରା ପ୍ରଣୀତ ହୋଇଥିବା ଆଇନ ଅନୁସାରେ ପ୍ରତିଷ୍ଠା କରାଯାଇଛି।

  • ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଏୟୁ, ପୁସା (ବିହାର)-୧୯୭୦ରେ ପ୍ରତିଷ୍ଠା ହୋଇଥିବା ପୂର୍ବର ରାଜେନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟକୁ ୨୦୧୬ ଅକ୍ଟୋବରରେ ଏକ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରାଯାଇଥାଲା। ଏହା ଅଧୀନରେ ୮ଟି କୃଷି ମହାବିଦ୍ୟାଳୟ ଅଛି।

୧- ତିରହୁତ୍ କୃଷି ମହାବିଦ୍ୟାଳୟ

୨-ସ୍ନାତକୋତ୍ତର କୃଷି ମହାବିଦ୍ୟାଳୟ

୩-କୃଷି ଇଂଜିନିୟରିଂ ଓ ଟେକ୍ନୋଲଜି ମହାବିଦ୍ୟାଳୟ

୪-କମ୍ୟୁନିଟି ସାଇନ୍‌ସ କଲେଜ  

୫-କଲେଜ ଅଫ୍‌ ବେସିକ ସାଇନ୍‌ସ ଆଣ୍ଡ ହ୍ୟୁମାନିଟିଜ୍

୬-ମତ୍ସ୍ୟପାଳନ ମହାବିଦ୍ୟାଳୟ

୭-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଉଦ୍ୟାନକୃଷି ଓ ବନ ମହାବିଦ୍ୟାଳୟ

୮-ସ୍କୁଲ ଅଫ୍ ଏଗ୍ରିବିଜନେସ୍ ଆଣ୍ଡ ରୁରାଲ୍ ମ୍ୟାନେଜମେଣ୍ଟ

 

୮ଟି ବିଷୟରେ ( କୃଷି, ଉଦ୍ୟାନକୃଷି, କୃଷି ଇଂଜନିୟରିଂ, କମ୍ୟୁନିଟି ସାଇନ୍‌ସ, ମତ୍ସ୍ୟପାଳନ, ବାୟୋଟେକ୍ନୋଲଜି, ବନ ଓ ଖାଦ୍ୟ ଟେକ୍ନୋଲଜି) ଆର୍‌ପିସିଏୟୁରେ ସ୍ନାତକ ପାଠ୍ୟକ୍ରମ ରହିଛି। ଏହା ସହିତ ଏହି ବିଶ୍ୱବିଦ୍ୟାଳୟରେ ରହିଛି ଅନେକ ସ୍ନାତକୋତ୍ତର ପାଠକ୍ରମ। ଏହା ପିଏଚ୍‌ଡି ମଧ୍ୟ ପ୍ରଦାନ କରିଥାଏ। ଅନେକ ସ୍ଥାନରେ ଏହି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅଛି। ସେଗୁଡ଼ିକ ମଧ୍ୟରେ ରହିଛି-ସମସ୍ତିପୁର ଜିଲ୍ଲାର ପୁସା, ମୁଜାଫରପୁର ଜିଲ୍ଲାର ଢୋଳି ଓ ପୂର୍ବ ଚମ୍ପାରନ ଜିଲ୍ଲାର ପିପ୍ରୋକୋଠି। କୃଷି ଗବେଷଣାକୁ ଚାଷୀଙ୍କ ସହିତ ଯୋଡୁଥିବା ୧୮ଟି କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ପରିଚାଳନା କରିଥାଏ ଏହି ବିଶ୍ୱବିଦ୍ୟାଳୟ। ଜାତୀୟ ଶିକ୍ଷା ନୀତି ଅନୁସାରେ ଏହି କୃଷି ବିଶ୍ୱବିଦ୍ୟାଳୟ ଅନେକ ସ୍ୱଳ୍ପକାଳୀନ ସାର୍ଟିଫିକେଟ ଓ ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିଛି। ଏହାର ଲକ୍ଷ୍ୟ ହେଲା ତୃଣମୂଳସ୍ତର ଓ ମଧ୍ୟ ପରିଚାଳନା ସ୍ତରରେ ଏପରି ପ୍ରତିଭା ବିକଶିତ କରାଯିବ ଯାହାକି ତୁରନ୍ତ ସିଧାସଳଖ ଭାବେ ଏହି କ୍ଷେତ୍ରରେ ଜଡ଼ିତ ହୋଇପାରିବ।

 

  • କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଇମ୍ଫାଲ (ମଣିପୁର): କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୯୨ ଅନୁସାରେ ଜାନୁଆରି ୧୯୯୩ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି କୃଷି ବିଶ୍ୱବିଦ୍ୟାଳୟ ଉତ୍ତର ପୂର୍ବ ରାଜ୍ୟର ୭ଟି ପାହାଡ଼ିଆ ରାଜ୍ୟ ଯଥା- ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ,ମିଜୋରମ, ସିକିମ, ନାଗାଲାଣ୍ଡ ଓ ତ୍ରିପୁରାକୁ ସେବା ପ୍ରଦାନ କରିଥାଏ। ସାତଟି ପାହାଡ଼ି ରାଜ୍ୟରେ ଥିବା ୧୩ଟି ମହାବିଦ୍ୟାଳୟ ( ପୂରା ତାଲିକା https://cau.ac.in/about-cau-imphal/ ରେ ଉପଲବ୍‌ଧ) ର ଶିକ୍ଷା, ଗବେଷଣା ଓ ଶିକ୍ଷା ସଂପର୍କିତ ସମସ୍ତ ବିଷୟକୁ ଏକାଠି କରି ସାମଗ୍ରିକ ଭାବେ ଗୋଟିଏ ଲକ୍ଷ୍ୟ ନେଇ କାମ କରିଥାଏ। ବର୍ତ୍ତମାନ ଏହା କୃଷି ଓ କୃଷି ସଂପର୍କିତ ୧୦ଟି ସ୍ନାତକ, ୪୮ଟି ସ୍ନାତକୋତ୍ତର ଓ ୩୪ଟି ପିଏଚ୍‌ଡି ପାଠ୍ୟକ୍ରମ ପରିଚାଳନା କରୁଛି।  ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ଶିକ୍ଷାନୁଷ୍ଠାନରେ ୨୯୮୨ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।
  • ରାଣୀ ଲକ୍ଷ୍ମୀ ବାଈ ସିଏୟୁ, ଝାନ୍‌ସୀ (ଉତ୍ତରପ୍ରଦେଶ): କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ (DARE) ଅଧୀନରେ ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ସଂସଦର ଏକ ଆଇନ (୨୦୧୪ର ଆଇନ ସଂଖ୍ୟା ୧୦) ଦ୍ୱାରା ଏହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳ ପ୍ରତିଷ୍ଠିତ ହୋଇଛି। ଏହି ବିଶ୍ୱବିଦ୍ୟାଳୟ କୃଷି ବିଜ୍ଞାନରେ ଉତ୍କର୍ଷତା କେନ୍ଦ୍ର ଭାବରେ କାର୍ଯ୍ୟ କରେ, ଯାହା ଭାରତରେ ଶିକ୍ଷା, ଗବେଷଣା ଏବଂ ସମ୍ପ୍ରସାରଣ ସେବାକୁ ଆଗକୁ ବଢାଇବା ପାଇଁ ଉତ୍ସର୍ଗୀକୃତଆର୍‌ଏଲ୍‌ବିସିଏୟୁ ର ପାଠ୍ୟକ୍ରମ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡି ଛାତ୍ରଛାତ୍ରୀମାନଙ୍କୁ କୃଷି ବିଜ୍ଞାନ, ଉଦ୍ୟାନ କୃଷି, ପ୍ରାଣୀ ଚିକିତ୍ସା ବିଜ୍ଞାନ  ଏବଂ କୃଷି ଇଞ୍ଜିନିୟରିଂ ଇତ୍ୟାଦି ବିଭିନ୍ନ ବିଭାଗ ଅଧୀନରେ ନୂତନତମ ଜ୍ଞାନ ଏବଂ ଦକ୍ଷତାରେ ପରିପୂର୍ଣ୍ଣ କରିବାକୁ ପାଇଁ ଡିଜାଇନ୍ କରାଯାଇଛିଏହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶର  ଝାନ୍‌ସୀରେ ଥିବା କୃଷି ମହାବିଦ୍ୟାଳୟ, ଉଦ୍ୟାନ କୃଷି ଓ ବନବିଦ୍ୟା ମହାବିଦ୍ୟାଳୟ, ମଧ୍ୟପ୍ରଦେଶ  ଦାତିଆରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଏବଂ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ

 
କୃଷିରେ ଇଣ୍ଟରନେଟ ଥିଙ୍ଗସ୍‌ (ଆଇଓଟି) ଓ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ-ଏଆଇ)- 

 
  • ଟେକ୍ନୋଲଜି ବ୍ୟବହାର: କୃଷିର ଆଧୁନିକୀକରଣ ପାଇଁ ସରକାର ଇଣ୍ଟରନେଟ୍ ଅଫ୍‌ ଥିଙ୍ଗ୍‌ସ (ଆଇଓଟି) ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ସକ୍ରିୟ ଭାବେ ପ୍ରୋତ୍ସାହନ ଦେଉଛନ୍ତି। ଏହାର ପ୍ରୟୋଗ ଦ୍ୱାରା ଠିକରେ ଚାଷ କାମ (ସେନ୍‌ସର୍‌ ଚାଳିତ ଜଳସେଚନ, ସ୍ୱୟଂଚାଳିତ ମେସିନ), ଫଟୋ ଉଠାଇବାକୁ ଓ ସିଞ୍ଜନ ପାଇଁ ଡ୍ରୋନ, ଗୃହପାଳିତ ପଶୁଙ୍କୁ ଜଗିବାରେ, ଜଳବାୟୁ ଅନୁକୂଳ ସବୁଜ ଘର, ଏଆଇ ପରିଚାଳିତ କୀଟ/ଫସଲ ନିରୀକ୍ଷଣ କରାଯିବା ସହିତ ରିମୋଟ ସେନ୍‌ସିଂ ମଧ୍ୟ ହୋଇପାରିବ।
  • ନବସୃଜନ କେନ୍ଦ୍ର-ଡିଏସ୍‌ଟିର ଆନ୍ତଃବିବିଧ ସାଇବର-ଭୌତିକ ପ୍ରଣାଳୀ ସମ୍ବନ୍ଧୀୟ ଜାତୀୟ ମିଶନ (NM-ICPS) ଅଧୀନରେ ଡିସେମ୍ବର ୨୦୨୨ ସୁଦ୍ଧା ସାରା ଦେଶରେ ୨୫ଟି ଟେକ୍ନୋଲଜି ନବସୃଜନ କେନ୍ଦ୍ର (TIHs) ପ୍ରତିଷ୍ଠା କରାଯାଇଥିଲା। ସେଥି ମଧ୍ୟରୁ ୩ଟି କୃଷିରେ ଆଇଓଟି ଓ ଏଆଇ ପ୍ରୟୋଗ ଉପରେ କେନ୍ଦ୍ରୀଭୂତ। ଉଦାହରଣସ୍ୱରୂପ, ଆଇଆଇଟି ରୋପାର ର  କୃଷି/ଜଳ ଟିଆଇଏଚ୍‌ କେଶର ଉତ୍ପାଦନ ପାଇଁ ଆଇଓଟି ସେନ୍‌ସର୍‌ ଉପରେ କାମ କରୁଥିଲା ଏବଂ ଏହା ସାରା ଦେଶକୁ ଯୋଗାଣ କରୁଥିଲା। ଆଇଆଇଟି ବମ୍ୱେର ଏକ ଟିଆଇଏଚ୍ ଅଛି ଯାହାକି, “ ଇଣ୍ଟରନେଟ୍ ଏଭ୍ରିଥିଙ୍ଗ୍” ଉପରେ କାମ କରୁଛି। ସେହିପରି ଏଆଇ/ଏମ୍ଏଲ୍ ସମାଧାନ (ଫସଲ ସ୍ୱାସ୍ଥ୍ୟ ପୂର୍ବାନୁମାନ, ଅମଳ ଅନୁମାନ) ଉପରେ କାମ କରୁଥିବା ଏକ AI4ICPS ପରିଚାଳନା କରୁଛି ଆଇଆଇଟି ଖଡ଼ଗପୁର। 
  • ଡିଜିଟାଲ ଭିତ୍ତିଭୂମି : ବେଙ୍ଗଳୁରୁ, ଗୁରୁଗ୍ରାମ, ଗାନ୍ଧିନଗର ଓ ବିଶାଖାପାଟଣା ପରି ସହରରେ ଆଇଓଟିରେ ସେଣ୍ଟର ଅଫ୍‌ ଏକ୍‌ସଲେନ୍‌ସ ପ୍ରତିଷ୍ଠା କରିଛି ଇଲେକ୍‌ଟ୍ରୋନିକ୍‌ସ ମନ୍ତ୍ରଣାଳୟ।  ଉଦାହରଣସ୍ୱରୂପ ବିଶାଖାପାଟଣା ଆଇଓଟି ସେଣ୍ଟର ଅଫ୍ ଏକ୍ସଲେନ୍‌ସ ଏଗ୍ରି-ଟେକ୍ ଉପରେ କାମ କରୁଛି ଓ ଏହା ଷ୍ଟାର୍ଟଅଫ୍, ଏ ସଂପର୍କିତ ଶିଳ୍ପ କ୍ଷେତ୍ର, ନିବେଶକ ଓ ଗବେଷକଙ୍କୁ ଯୋଡ଼ିଥାଏ। ଏହା ଫଳରେ ନବସୃଜନ ସମସ୍ତଙ୍କ ପାଖରେ ପହଞ୍ଚିପାରିଥାଏ। ଏଆଇ/ଏମ୍‌ଏଲ୍‌, ଆଇଓଟି, ବ୍ଲକଚେନ୍ ଇତ୍ୟାଦି ବ୍ୟବହାର କରି ଡିଜିଟାଲ କୃଷି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୃଷି ସଂପର୍କିତ ଜାତୀୟ ଇ-ଗଭର୍ଣ୍ଣାନ୍‌ସ ଯୋଜନାରେ ରାଜ୍ୟଗୁଡ଼ିକୁ ପାଣ୍ଠି ପ୍ରଦାନ କରାଯାଉଛି।

 
ଷ୍ଟାର୍ଟ ଅଫ୍ ବ୍ୟବସ୍ଥା : ୨୦୧୮-୧୯ ମସିହାରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିଓ୍ୱାଇ) ଅନ୍ତର୍ଗତ "ନବସୃଜନ ଓ କୃଷି-ଉଦ୍ୟୋଗିତା ବିକାଶ" କାର୍ଯ୍ୟକ୍ରମ ଆର୍ଥିକ ସହାୟତା ପ୍ରଦାନ କରି ଏବଂ କୃଷି-ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ ​​କରି ନବସୃଜନ ଏବଂ କୃଷି-ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିଆସୁଛି ଏହି ପଦକ୍ଷେପ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଷ୍ଟାର୍ଟ-ଅପ୍ଗୁଡ଼ିକୁ ସହଯୋଗ କରେ। ଏହାର ଦୁଇଟି ଲକ୍ଷ୍ୟ ରହିଛି। ସେଗୁଡ଼ିକ ହେଲା ନୂତନ ସୁଯୋଗ ମାଧ୍ୟମରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ଏବଂ ଗ୍ରାମୀଣ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାଏହି କାର୍ଯ୍ୟକ୍ରମ ଅଧୀନରେ ସମର୍ଥିତ ଷ୍ଟାର୍ଟ-ଅ ପ୍ ଗୁଡ଼ିକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି କୃଷି ପ୍ରକ୍ରିୟାକରଣ, ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟ ସଂଯୋଜନ, କୃତ୍ରିମ ବୁଦ୍ଧିମତ୍ତା (AI), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT), ସୂଚନା ଏବଂ ଯୋଗାଯୋଗ ଟେକ୍ନୋଲଜି (ICT), ସଠିକ୍ କୃଷି, ଡିଜିଟାଲ୍ କୃଷି, ବ୍ଲକଚେନ୍ ଟେକ୍ନୋଲଜି। 

 
କୃଷକମାନଙ୍କ ଦକ୍ଷତା ବୃଦ୍ଧି ଓ ତାଲିମ
ଭାରତରେ କୃଷି କ୍ଷେତ୍ରର ରୂପାନ୍ତରଣ ପାଇଁ କୃଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ତାଲିମ ହେଉଛି କେନ୍ଦ୍ରବିନ୍ଦୁ। ଆଧୁନିକ କୃଷିର ଆବଶ୍ୟକତାକୁ ବୁଝି ସରକାର କୃଷକମାନଙ୍କୁ ପ୍ରଯୁକ୍ତିବିଦ୍ୟା ନବସୃଜନ, ଜଳବାୟୁ ଏବଂ ବଜାର ପରିବର୍ତ୍ତନ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବା ପାଇଁ କ୍ଷମତା ବୃଦ୍ଧିକୁ ପ୍ରାଥମିକତା ଦେଇଛନ୍ତିଗ୍ରାମୀଣ ଯୁବଶକ୍ତିଙ୍କ ଦକ୍ଷତା ତାଲିମ (STRY), କୃଷି ଯାନ୍ତ୍ରିକୀକରଣ ଉପ-ମିଶନ (SMAM), ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (PMKVY) ପରି କାର୍ଯ୍ୟକ୍ରମ ଓ କୃଷି ବିଜ୍ଞାନ କେନ୍ଦ୍ର (KVKs) ଏବଂ କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା (ATMA) ପରି ଅଭିଯାନ  ମାଧ୍ୟମରେ ଚାଷୀମାନଙ୍କୁ ସ୍ଥାୟୀ କୃଷି ପାଇଁ ବ୍ୟାବହାରିକ ଜ୍ଞାନ ଏବଂ ବୃତ୍ତିଗତ ଦକ୍ଷତା ପ୍ରଦାନ କରୁଛି
କୃଷି ବିଜ୍ଞାନ କେନ୍ଦ୍ର (କେଭିକେ): ଚାଷୀଙ୍କ ତାଲିମ ପାଇଁ ICAR ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ହେଉଛନ୍ତି ପ୍ରମୁଖ ସଂସ୍ଥା। ୨୦୨୧-୨୨ ଓ ୨୦୨୩-୨୪ ମଧ୍ୟରେ କେଭିକେ ୫୮.୦୨ ଲକ୍ଷ ଚାଷୀଙ୍କୁ ତାଲିମ ଦେଇଥିଲେ ଏବଂ ପ୍ରତିବର୍ଷ ଏହି ସଂଖ୍ୟା ନିରନ୍ତର ଭାବେ ବୃଦ୍ଧି ପାଉଛି ୨୦୨୪-୨୫ ବର୍ଷର ପ୍ରଥମ ଦଶ ମାସରେ, ଅତିରିକ୍ତ ୧୮.୫୬ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯାଇଛି। KVK ପାଠ୍ୟକ୍ରମରେ ରହିଛି ସ୍ଥାନୀୟ ପରିସ୍ଥିତି ଅନୁସାରେ ଉନ୍ନତ କୃଷି ବିଜ୍ଞାନ, ପଶୁପାଳନ ଯତ୍ନ, ମୃତ୍ତିକା ସ୍ୱାସ୍ଥ୍ୟ, ଅମଳ ପରବର୍ତ୍ତୀ ପ୍ରଯୁକ୍ତିବିଦ୍ୟା 
  • ଏଟିଏମ୍ଏ (ସଂପ୍ରସାରଣ ସଂସ୍କାର ଯୋଜନା): କୃଷି ଟେକ୍ନୋଲଜି ପରିଚାଳନା ସଂସ୍ଥା (ATMA) ଯୋଜନା ବିକେନ୍ଦ୍ରୀକୃତ କୃଷି ପ୍ରସାରଣକୁ ସୁଦୃଢ଼​କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏହି ଅଭିଯାନରେ ୨୦୨୧-୨୨ରେ ୩୨.୩୮ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯାଇଥିଲା। ଏହା ପରେ ୨୦୨୨-୨୩ରେ ୪୦.୧୧ ଲକ୍ଷ ଓ ୨୦୨୩-୨୪ରେ ୩୬.୬୦ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯାଇଥିଲା ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାୟ ୧୮.୩୦ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯାଇଥିଲା ମୋଟାମୋଟି ଭାବରେ ୨୦୨୧-୨୫ରେ ଏଟିଏମ୍‌ଏ ମାଧ୍ୟମରେ ପ୍ରାୟ ୧.୨୭ କୋଟି ଚାଷୀଙ୍କୁ ତାଲିମ ଦିଆଯାଇଛି
  • ଗ୍ରାମୀଣ ଯୁବାବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ (ଏସ୍‌ଟିଆରଓ୍ୱାଇ): ଏସ୍‌ଟିଆର୍‌ଓ୍ୱାଇ କୃଷି/କୃଷି ସମ୍ପର୍କିତ ବାଣିଜ୍ୟ (ଉଦ୍ୟାନ କୃଷି, ଦୁଗ୍ଧ, ମତ୍ସ୍ୟଚାଷ  ଇତ୍ୟାଦି) ରେ ସ୍ପଳ୍ପକାଳୀନ ବୃତ୍ତିଗତ ପାଠ୍ୟକ୍ରମ (ପ୍ରାୟ ସାତ ଦିନିଆ) ପ୍ରଦାନ କରେ। ଏହା ୨୦୨୧-୨୨ରେ ୧୦, ୪୫୬ ଗ୍ରାମୀଣ ଯୁବକଙ୍କୁ, ୨୦୨୨-୨୩ରେ ୧୧, ୬୩୪ ଓ ୨୦୨୩-୨୪ରେ  ୨୦, ୯୪୦ ଜଣଙ୍କୁ ତାଲିମ ପ୍ରଦାନ କରିଛି। ଡିସେମ୍ବର ୨୦୨୪ ସୁଦ୍ଧା ୨୦୨୧ରୁ ୫୧, ୦୦୦ରୁ ଅଧିକ ଗ୍ରାମୀଣ ଯୁବକଙ୍କୁ ତାଲିମ ଦିଆଯାଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ବୃଦ୍ଧି କରିବା ଏବଂ ଦକ୍ଷ ମାନବସମ୍ୱଳ ସୃଷ୍ଟି କରିବା
  • କୃଷି ଯାନ୍ତ୍ରିକୀକରଣ (ଏସ୍‌ଏମ୍ଏଏମ୍): କୃଷି ଯାନ୍ତ୍ରିକୀକରଣ ଉପ-ମିଶନ (ଏସ୍‌ଏମ୍ଏଏମ୍) କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ତାଲିମ ପ୍ରଦାନ କରେ। ୨୦୨୧-୨୫ ଏସ୍ଏମ୍ଏଏମ୍ ପ୍ରଦର୍ଶନ ଏବଂ କଷ୍ଟମ୍ ନିଯୁକ୍ତି ସଚେତନତା ମାଧ୍ୟମରେ ୫୭, ୧୩୯ଜଣ ଚାଷୀଙ୍କୁ ଯାନ୍ତ୍ରିକୀକରଣ ବିଷୟରେ ସିଧାସଳଖ ତାଲିମ ଦେଇଥିଲା
  • ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନା : ଏହି କାର୍ଯ୍ୟକ୍ରମ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରେ ଏବଂ ଚାଷୀମାନଙ୍କୁ ସନ୍ତୁଳିତ ସାର ପ୍ରୟୋଗ  ବିଷୟରେ ଶିକ୍ଷା ଦିଏ ଜୁଲାଇ ୨୦୨୫ ସୁଦ୍ଧା ସାରା ଦେଶରେ ୨୫,୧୭ କୋଟିରୁ ଅଧିକ କାର୍ଡ ବଣ୍ଟନ କରାଯାଇଛି ସମାନ୍ତରାଳ ପ୍ରୟାସରେ ୯୩୦୦୦ରୁ ଅଧିକ ମୃତ୍ତିକା-ସ୍ୱାସ୍ଥ୍ୟ ତାଲିମ ଏବଂ ପୋଷକ ତତ୍ତ୍ୱ ପରିଚାଳନା ଶିଖାଇବା ପାଇଁ ୬.୮ ଲକ୍ଷ କ୍ଷେତରେ ଶିକ୍ଷାପ୍ରଦାନ କରାଯାଇଥିଲା।
  • କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ): ବଜାର-ମୁଖୀ କ୍ଷମତା ନିର୍ମାଣ ପାଇଁ ସରକାର ୧୦,୦୦୦ରୁ ଅଧିକ ଏଫ୍‌ପିଓ ପଞ୍ଜିକୃତ କରିଛନ୍ତି ଡିଜିଟାଲ ମଡ୍ୟୁଲ୍ ଏବଂ ଅନ୍‌ଲାଇନରେ ଆଲୋଚନାଚକ୍ର ଜରିଆରେ ଏଫ୍‌ପିଓରେ ଥିବା ଚାଷୀମାନେ କୃଷି-ବ୍ୟବସାୟ ପରିଚାଳନା, ମୂଲ୍ୟ ଶୃଙ୍ଖଳା ଏବଂ ମାର୍କେଟିଂ ଉପରେ ତାଲିମ ପାଆନ୍ତି (କ୍ଷୁଦ୍ର ଚାଷୀମାନଙ୍କୁ ଏକତ୍ରିତ କରି, ଏଫ୍‌ପିଓଗୁଡ଼ିକ ଗ୍ରାମାଞ୍ଚଳରେ ଲକ୍ଷ୍ୟଭିତ୍ତିକ ଦକ୍ଷତା ଏବଂ ପ୍ରସାରଣ ପ୍ରଦାନ କରିବାରେ ସାହାଯ୍ୟ କରନ୍ତି)

ଶେଷକଥା

ଭାରତର କୃଷି ଶିକ୍ଷା ଏବଂ ତାଲିମ ବ୍ୟବସ୍ଥା ଆଜି ଶିକ୍ଷା, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶକୁ ଯୋଡୁଥିବା ଏକ ସୁମନ୍ୱିତ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। "ଏକ ରାଷ୍ଟ୍ର - ଏକ କୃଷି - ଏକ ଦଳ"  ଲକ୍ଷ୍ୟରେ ପରିଚାଳିତ ହେଉଥିବା ଆଇସିଏଆର୍, କେନ୍ଦ୍ରୀୟ ଏବଂ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଭଳି ପ୍ରତିଷ୍ଠାନ କୃଷିକୁ ଅଧିକ ଉତ୍ପାଦନକ୍ଷମ, ସ୍ଥାୟୀ ଏବଂ ଜ୍ଞାନ-କେନ୍ଦ୍ରିତ କରିବାରେ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିଛିଗୁଣାତ୍ମକ ଶିକ୍ଷା, ମାନ୍ୟତା ସଂସ୍କାର ଏବଂ କୃଷକ-କୈନ୍ଦ୍ରିକ ତାଲିମ ଉପରେ ନିରନ୍ତର ଗୁରୁତ୍ୱ ବୈଜ୍ଞାନିକ ଗବେଷଣା ଏବଂ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରୁଛି

ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ସଠିକ୍ କୃଷି ଉପକରଣ ଭଳି ପ୍ରଯୁକ୍ତିବିଦ୍ୟାର ସାମିଲ ଓ ତଥ୍ୟ-ଆଧାରିତ କୃଷି ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରୁଛି। ଏଟିଏମ୍ଏ, ଏସ୍‌ଟିଆର୍‌ଓ୍ୱାଇ ଓ ଏସ୍‌ଏମ୍‌ଏଏମ୍ ଭଳି ପଦକ୍ଷେପ ମାଧ୍ୟମରେ, ଚାଷୀ ଏବଂ ଗ୍ରାମୀଣ ଯୁବକମାନଙ୍କୁ ଅତ୍ୟାବଶ୍ୟକୀୟ ବୈଷୟିକ ଏବଂ ଉଦ୍ୟୋଗୀ ଦକ୍ଷତା ସହିତ ସଜ୍ଜିତ କରାଯାଉଛି, ଯାହା ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛିମିଳିତ ଭାବରେ ଏହି ପ୍ରୟାସଗୁଡ଼ିକ ଉଚ୍ଚ ଉତ୍ପାଦନକ୍ଷମତା, ଉତ୍ତମ ଆୟ ଏବଂ ସମ୍ବଳର ସ୍ଥାୟୀ ବ୍ୟବହାରରେ ଯୋଗଦାନ ଦେଉଛି। ଭାରତ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ଏକ ସ୍ଥିର ଗ୍ରାମୀଣ ଅର୍ଥନୀତି ପାଇଁ ଲକ୍ଷ୍ୟ ରଖିଥିବାରୁ ଶିକ୍ଷା, ନବସୃଜନ ଏବଂ ଦକ୍ଷତା ମଧ୍ୟରେ ଏହି ସମନ୍ୱୟକୁ ସୁଦୃଢ଼ ​​କରିବା ଦେଶର କୃଷି ପ୍ରଗତିର କେନ୍ଦ୍ରବିନ୍ଦୁ ହୋଇରହିବ


 

References:

PIB:

ICAR:

CAU

 

 

BSP


(Release ID: 2187666) Visitor Counter : 9