ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କ୍ୟୁ.ଏସ୍. ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 NOV 2025 9:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ଦଶନ୍ଧି ମଧ୍ୟରେ କ୍ୟୁ.ଏସ୍. ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ରେକର୍ଡ ବୃଦ୍ଧିକୁ ସ୍ୱାଗତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇ ଆମ ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିବଦ୍ଧ। ସମଗ୍ର ଭାରତରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସକ୍ଷମ କରି ଆମେ ଏହି କ୍ଷେତ୍ରରେ ସଂସ୍ଥାଗତ ସାମର୍ଥ୍ୟ ମଧ୍ୟ ନିର୍ମାଣ କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି। 
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି: 
"ଗତ ଦଶନ୍ଧି ମଧ୍ୟରେ କ୍ୟୁ.ଏସ୍. ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ରେକର୍ଡ ବୃଦ୍ଧି ଦେଖି ଖୁସି। ଆମ ସରକାର ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇ ଆମ ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। ସମଗ୍ର ଭାରତରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସକ୍ଷମ କରି ଆମେ ଏହି କ୍ଷେତ୍ରରେ ସଂସ୍ଥାଗତ ସାମର୍ଥ୍ୟ ମଧ୍ୟ ନିର୍ମାଣ କରୁଛୁ ।’’
HS


(ରିଲିଜ ଆଡି: 2186671) ପରିଦର୍ଶକ କାଉଣ୍ଟର : 29