ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ପୀୟୁଷ ପାଣ୍ଡେଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 OCT 2025 11:29AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାପନ ଏବଂ ଯୋଗାଯୋଗ ଜଗତର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଶ୍ରୀ ପୀୟୁଷ ପାଣ୍ଡେଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଏକ ସମ୍ବେଦନଶୀଳ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ପାଣ୍ଡେଙ୍କ ଅସାଧାରଣ ସୃଜନଶୀଳତା ଏବଂ ଭାରତର ବିଜ୍ଞାପନ ପରିଦୃଶ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିଥିଲେ।
ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :
"ଶ୍ରୀ ପୀୟୁଷ ପାଣ୍ଡେ ଜୀ ତାଙ୍କର ସୃଜନଶୀଳତା ପାଇଁ ପ୍ରଶଂସିତ ହୋଇଥିଲେ। ବିଜ୍ଞାପନ ଏବଂ ଯୋଗାଯୋଗ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ବର୍ଷ ବର୍ଷ ଧରି ଆମର ବାର୍ତ୍ତାଳାପକୁ ମୁଁ ସବୁଦିନ ପାଇଁ ମନେ ରଖିବି। ତାଙ୍କ ବିୟୋଗରେ ମର୍ମାହତ। ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି "
HS
(ରିଲିଜ ଆଡି: 2186472)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam