ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲକ୍ଷ୍ନୌକୁ ୟୁନେସ୍କୋର ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ
Posted On:
01 NOV 2025 2:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌକୁ ୟୁନେସ୍କୋ ଦ୍ୱାରା ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ଖୁସି ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ନୌ ଏକ ସ୍ପନ୍ଦନଶୀଳ ସଂସ୍କୃତିର ସହର, ଯାହାର ସମୃଦ୍ଧ ରାନ୍ଧଣା ପରମ୍ପରା ରହିଛି । ସେ ଉଲ୍ଲେଖ କରିଛନ୍ତି ଯେ, ୟୁନେସ୍କୋର ମାନ୍ୟତା ମିଳିବା ସହରର ଏହି ସ୍ୱତନ୍ତ୍ର ବୈଶିଷ୍ଟ୍ୟକୁ ଉଜ୍ଜ୍ୱଳ କରୁଛି । ସେ ବିଶ୍ୱର ଲୋକମାନଙ୍କୁ ଲକ୍ଷ୍ନୌ ପରିଦର୍ଶନ କରିବାକୁ ତଥା ଏହାର ଅନନ୍ୟତା ଅନୁଭବ କରିବାକୁ ଆହ୍ୱାନ କରିଛନ୍ତି ।
କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କର ଏ ସମ୍ପର୍କରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି;
“ଲକ୍ଷ୍ନୌ ଏକ ସ୍ପନ୍ଦନଶୀଳ ସଂସ୍କୃତିର ସହର, ଯାହାର ଏକ ମହାନ ରାନ୍ଧଣା ସଂସ୍କୃତି ରହିଛି । ମୁଁ ଖୁସି ଯେ, ୟୁନେସ୍କୋ ଲକ୍ଷ୍ନୌର ଏହି ଦିଗକୁ ସ୍ୱୀକୃତି ଦେଇଛି ଏବଂ ମୁଁ ସମଗ୍ର ବିଶ୍ୱର ଲୋକଙ୍କୁ ଲକ୍ଷ୍ନୌ ପରିଦର୍ଶନ କରିବାକୁ ଏବଂ ଏହାର ଅନନ୍ୟତା ଆବିଷ୍କାର କରିବାକୁ ଆହ୍ୱାନ କରୁଛି ।”
SR
(Release ID: 2185664)
Visitor Counter : 3
Read this release in:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam