ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଛତିଶଗଡ ବିଧାନସଭାର ନୂତନ ଭବନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର କିଛି ମୁହୂର୍ତ୍ତ
प्रविष्टि तिथि:
01 NOV 2025 4:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୟା ରାୟପୁରରେ ଛତିଶଗଡ ବିଧାସଭାର ନୂତନ ଭବନ ଉଦ୍ଘାଟନ ଅବସରରେ ନିଜ ଅଭିଭାଷଣର କିଛି ଝଲକ ଶେୟାର କରିଛନ୍ତି ।
ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଜି ଯେତେବେଳେ ଛତିଶଗଡ ବିଧାନସଭାର ଭବ୍ୟ ଏବଂ ଆଧୁନିକ ନୂଆ ଭବନ ସହ ପୂଜ୍ୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଛି, ସେହି ସମୟରେ ମନରେ ଏହି ଭାବନା ଆସୁଛି..”
“ ଡିଜିଟାଲ ସୁବିଧା ସହିତ ସଜ୍ଜିତ ନୂତନ ଛତିଶଗଡ ବିଧାନସଭା ଭବନ ଆଗାମୀ ଦଶନ୍ଧି ପାଇଁ ରାଜ୍ୟର ନୀତି, ଭାଗ୍ୟ ଏବଂ ନିଷ୍ପତ୍ତି ଗ୍ରହଣ ପାଇଁ ଏକ ପ୍ରମୁଖ କେନ୍ଦ୍ର ହେବ, ଏହା ମୋର ବିଶ୍ୱାସ । ଏଠାରେ ନିଆଯାଇଥିବା ନିଷ୍ପତ୍ତି ଛତିଶଗଡର ଭବିଷ୍ୟତକୁ ଗଢ଼ି ତୋଳିବ ।”
“ମୁଁ ଖୁସି ଯେ ଯେପରି ଆମର ନୂତନ ସଂସଦର ଗ୍ୟାଲେରୀଗୁଡିକ ଭାରତର ଗଣତନ୍ତ୍ରକୁ ପ୍ରାଚୀନତା ସହିତ ସଂଯୋଗ କରୁଛି, ସେହିପରି ଛତିଶଗଡ ବିଧାନସଭାର ନୂତନ ଭବନ ମଧ୍ୟ ଐତିହ୍ୟ ଏବଂ ବିକାଶର ଏକ ଅନନ୍ୟ ସଂଗମ ।”
“ ‘ନାଗରିକ ଦେବୋ ଭବଃ’, ହେଉଛି ସୁଶାସନ ପାଇଁ ଆମର ମନ୍ତ୍ର । ତେଣୁ, ଆମକୁ ସଂସ୍କାରକୁ ତ୍ୱରାନ୍ୱିତ କରୁଥିବା ଏବଂ ସାଧାରଣ ଲୋକଙ୍କ ଜୀବନକୁ ସହଜ କରୁଥିବା ଆଇନ ଉପରେ ଗୁରୁତ୍ୱ ଦେବାକୁ ପଡିବ ।”
“ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠା ସମୟରେ, ଆମେ ସମସ୍ତେ “ଦେଶ ପାଇଁ ଭଗବାନ” ଏବଂ “ରାଷ୍ଟ୍ର ପାଇଁ ରାମ” ର ଶପଥ ନେଇଥିଲୁ । ଆମକୁ ତାଙ୍କ ମାତୃଗୃହ ଛତିଶଗଡରେ ମଧ୍ୟ ତାଙ୍କ ଆଦର୍ଶକୁ ସାକାର କରିବାକୁ ପଡିବ ।”
SR
(रिलीज़ आईडी: 2185661)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam