ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରୀ କାର୍ଯ୍ୟକ୍ରମରୁ ମିଳିଥିବା ଉପହାରଗୁଡିକର ଅନଲାଇନ ନିଲାମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

Posted On: 24 SEP 2025 1:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ଆୟୋଜନ ସମୟରେ ପ୍ରାପ୍ତ ଉପହାର ସଂଗ୍ରହକୁ ନେଇ ଏକ ଅନଲାଇନ ନିଲାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଶ୍ରୀ ମୋଦୀ ନାଗରିକମାନଙ୍କୁ ନିଲାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏଥିରୁ ପ୍ରାପ୍ତ ଅର୍ଥ ଗଙ୍ଗା ନଦୀର ସଂସ୍କରଣ ଏବଂ ପୁନରୁଦ୍ଧାର ପାଇଁ ଭାରତର ପ୍ରମୁଖ କାର୍ଯ୍ୟକ୍ରମ ନମାମି ଗଙ୍ଗେ ପ୍ରୟାସରେ ଯୋଗଦାନ ଦିଆଯିବ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଗତ କିଛି ଦିନ ଧରି ମୋର ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ମୋତେ ମିଳିଥିବା ବିଭିନ୍ନ ଉପହାରର ଅନଲାଇନ ନିଲାମ ଚାଲିଛି । ନିଲାମରେ ଭାରତର ସଂସ୍କୃତି ଏବଂ ସୃଜନଶୀଳତାକୁ ପ୍ରତିଫଳିତ କରୁଥିବା ବହୁତ ଆକର୍ଷଣୀୟ କଳାକୃତି ରହିଛି । ନିଲାମରୁ ପ୍ରାପ୍ତ ଆୟ ନମାମି ଗଙ୍ଗେ ପାଇଁ ଉପଲବ୍ଧ ଯିବ । ନିଲାମରେ ଅଂଶଗ୍ରହଣ କରନ୍ତୁ ।
pmmementos.gov.in”

SR


(Release ID: 2185124) Visitor Counter : 7