ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀର ଆନ୍ତର୍ଜାତିକ ଆର୍ଯ୍ୟ ମହାସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 31 OCT 2025 10:32PM by PIB Bhubaneshwar

ନୂଆଦିଲ୍ଲୀର ଆନ୍ତର୍ଜାତିକ ଆର୍ଯ୍ୟ ମହାସମ୍ମେଳନରେ ନିଜ ସମ୍ବୋଧନର କିଛି ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଏକ୍ସର ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ନୂଆଦିଲ୍ଲୀରେ ଆନ୍ତର୍ଜାତିକ ଆର୍ଯ୍ୟ ମହାସେମ୍ମଳନରେ ଆର୍ଯ୍ୟ ସମାଜର ଦିବ୍ୟ ଭବ୍ୟ ପରମ୍ପରା ଓ ଐତିହ୍ୟର ସାକ୍ଷୀ ହୋଇ ଏକ ନୂଆ ଶକ୍ତି ଏବଂ ପ୍ରେରଣାରେ ପୂର୍ଣ୍ଣ ହୋଇଗଲି ।”
“ଆର୍ଯ୍ୟ ମହାସମ୍ମେଳନରେ ଆମ କନ୍ୟାମାନଙ୍କର ସଂସ୍କୃତରେ ଆଧ୍ୟାତ୍ମିକ ମନ୍ତ୍ରପାଠ ପ୍ରତ୍ୟେକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା ।”
“ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ୨୦୦ତମ ଜୟନ୍ତୀର ସ୍ମୃତିରେ ୨୦୦ ଟଙ୍କାର ବିଶେଷ ମୁଦ୍ରା ଆର୍ଯ୍ୟ ସମାଜର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ ମୁଦ୍ରା ଜାରି କରି ଗୌରବାନ୍ୱିତ ହେଲି ।”
“ଆର୍ଯ୍ୟ ସମାଜ ସ୍ଥାପନାର ୧୫୦ତମ ବର୍ଷ ପୂର୍ତ୍ତି ହେବାର ଦିବ୍ୟ ଅବସର କେବଳ ସମାଜର ଗୋଟିଏ ବର୍ଗ କିମ୍ବା ସମ୍ପ୍ରଦାୟ ସହ ଯୋଡ଼ି ହୋଇ ରହିନାହିଁ, ବରଂ ଏହା ସେହି ମହାନ ଐତିହ୍ୟର ପ୍ରତୀକ, ଯାହାକି ସମାଜ ସୁଧାରର ଗୌରବଶାଳୀ ପରମ୍ପରାକୁ ନିରନ୍ତର ଆଗକୁ ବଢ଼ାଉଛି ।”
“ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀ ଏପରି ଏକ ମହାନ ବିଭୂତି ଥିଲେ, ଯିଏକି ଦାସତ୍ୱର କାଳଖଣ୍ଡରେ ରାଷ୍ଟ୍ରୀୟ ଚେତନାକୁ ପୁନର୍ବାର ଜାଗୃତ କରିଥିଲେ । ସେ ଭଲଭାବେ ଜାଣିଥିଲେ ଯେ ଭାରତକୁ ଆଗକୁ ବଢ଼ାଇବାକୁ ହେଲେ ଛୁଆଁଛୁଇଁ, ଭେଦଭାବ ଏବଂ ଅଶିକ୍ଷା ଭଳି ବନ୍ଧନକୁ ହଟାଇବା ଜରୁରୀ ।”
“ଆମର ନାରୀଶକ୍ତି ଆଜି ଯେଉଁଭଳି ଅନେକ କ୍ଷେତ୍ରରେ ନେତୃତ୍ୱର ଭୂମିକା ନେଉଛି, ଏହା ଦେଶରେ ବଡ଼ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରମାଣ । ଏଥିରୁ ଜଣାପଡ଼ୁଛି, ଭାରତ ଠିକ୍ ରାସ୍ତାରେ ଆଗକୁ ବଢ଼ିବା ସହ ସ୍ୱାମୀ ଦୟାନନ୍ଦନ ଜୀଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରୁଛି ।”
“ଆଜି ଯେତେବେଳେ ଦେଶ ପୁନର୍ବାର ‘ସ୍ୱଦେଶୀ’ର ଦାୟିତ୍ୱ ଉଠାଇଛି, ଏଭଳି ସମୟରେ ଆର୍ଯ୍ୟ ସମାଜକୁ ମୋର କିଛି ବିଶେଷ ଆଗ୍ରହ....”   
SR


(Release ID: 2185117) Visitor Counter : 2