ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏକତା ଦିବସରେ ଏକତା ଶପଥ କରାଇଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ

Posted On: 31 OCT 2025 2:06PM by PIB Bhubaneshwar

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏକତାର ଶପଥ ନେଇ, ରାଷ୍ଟ୍ରର ଏକତା ତଥା ଅଖଣ୍ଡତା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ରାଷ୍ଟ୍ରମନ୍ତ୍ରୀ (ପିଏମଓ) ଡା. ଜିତେନ୍ଦ୍ର ସିଂହ ଶପଥ କରାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର, ପ୍ରଧାନମନ୍ତ୍ରୀଙ୍କ ବିଶେଷ ସଚିବ ଶ୍ରୀ ଅତିଶ ଚନ୍ଦ୍ରା ଏବଂ ଅନ୍ୟ ଅଧିକାରୀମାନେ ଏହି ସମାରୋହରେ ଭାଗ ନେଇଥିଲେ ।
ରାଷ୍ଟ୍ରୀୟ ଏକତା ଦିବସ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯାଉଛି । ଏହି ଅବସରରେ ଏକଜୁଟ ଏବଂ ମଜବୁତ ଭାରତର ଦୃଷ୍ଟିକୋଣର ଉତ୍ସବ ପାଳନ କରାଯାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି;
“କେନ୍ଦ୍ର ରାଜ୍ୟମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଏକତାର ଶପଥ କରାଇଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର, ପ୍ରଧାନମନ୍ତ୍ରୀଙ୍କ ବିଶେଷ ସଚିବ ଶ୍ରୀ ଅତିଶ ଚନ୍ଦ୍ରା ଏବଂ ଅନ୍ୟ ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ ।”

SR
  


(Release ID: 2185115) Visitor Counter : 3