ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୁମ୍ବାଇ ମାରିଟାଇମ ଲିଡର୍ସ କନକ୍ଲେଭ୍ରେ ନିଜ ଅଭିଭାଷଣର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
29 OCT 2025 10:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଅନୁଷ୍ଠିତ ମାରିଟାଇମ ଲିଡର୍ସ କନକ୍ଲେଭ୍ରେ ତାଙ୍କ ଅଭିଭାଷଣର କିଛି ଝଲକ ଶେୟାର କରିଛନ୍ତି ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଭାରତର ସାମୁଦ୍ରିକ କ୍ଷେତ୍ର କିପରି ଦ୍ରୁତ ଗତିରେ ଅଗ୍ରଗତି କରିଚାଲିଛି, ସେ ସମ୍ପର୍କରେ ମୁମ୍ବାଇର ମାରିଟାଇମ ଲିଡର୍ସ କନକ୍ଲେଭରେ ଜାଣିବାର ସୁଯୋଗ ମିଳିଲା ।”
“୨୦୨୫ ଦେଶର ସାମୁଦ୍ରିକ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ଏହି ବର୍ଷ ଆମ ସଫଳତାର ଅନେକ ଉଲ୍ଲେଖନୀୟ ଉଦାହରଣ ଦେଖିବାକୁ ମିଳିଛି...”
“ଏହି ବର୍ଷ, ଭାରତର ସାମୁଦ୍ରିକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ମୁଁ ନିଶ୍ଚିତ ଯେ, ଏହା ଆମର ନିବେଶକଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବ ।”
“ଗତ ୧୧ ବର୍ଷ ମଧ୍ୟରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଦେଖାଯାଇଛି । ଆମେ ଗର୍ବିତ ଯେ, ଆଜି ଆମର ବନ୍ଦରଗୁଡିକୁ ବିକାଶଶୀଳ ବିଶ୍ୱର ସବୁଠାରୁ ଦକ୍ଷ ବନ୍ଦର ମଧ୍ୟରେ ସ୍ଥାନ ଦିଆଯାଇଛି ।”
“ଛତ୍ରପତି ଶିବାଜୀ ମହାରାଜଙ୍କ ଦୃଷ୍ଟିକୋଣ ଆମକୁ ଶିଖାଇଛି ଯେ, ସମୁଦ୍ର କେବଳ ସୀମା ନୁହେଁ, ବରଂ ସୁଯୋଗର ପ୍ରବେଶ ଦ୍ୱାର । ଆଜି, ଭାରତ ସେହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି ।”
“ଆଜି ଭାରତର ଧ୍ୟାନ ଅନ୍ତର୍ଭୁକ୍ତ ସାମୁଦ୍ରିକ ବିକାଶ ଉପରେ ମଧ୍ୟ ରହିଛି । ଆମକୁ ଏକତ୍ର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ ଅଗ୍ରସର ହେବାକୁ ପଡିବ ଏବଂ
ଏକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବାକୁ ପଡିବ ।”
SR
(रिलीज़ आईडी: 2185114)
आगंतुक पटल : 14
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam