ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶବାସୀଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 OCT 2025 10:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ନାଗରିକମାନଙ୍କୁ ଏହି ଉତ୍ସବ ଋତୁକୁ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରକୁ ଭାରତୀୟ ଉତ୍ପାଦ କିଣି ପାଳନ କରିବାକୁ ଆହ୍ୱାନ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆସନ୍ତୁ ଭାରତୀୟ ଉତ୍ପାଦ କିଣିବା ଏବଂ କହିବା – ଗର୍ବ ସେ କହୋ ୟେ ସ୍ୱଦେଶୀ ହେ! ଆପଣ ଯାହା କିଣିଛନ୍ତି ତାହା ସେ ସୋସିଆଲ ମିଡିଆରେ ଶେୟାର କରନ୍ତୁ । ଏହିପରି ଆପଣ ଅନ୍ୟମାନଙ୍କୁ ମଧ୍ୟ ସେପରି କରିବାକୁ ପ୍ରେରଣା ଦେବେ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆସନ୍ତୁ ଏହି ଉତ୍ସବ ଋତୁରେ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ ପାଳନ କରିବା ।
ଆସନ୍ତୁ ଭାରତୀୟ ଉତ୍ପାଦ କିଣିବା ଏବଂ କହିବା – ଗର୍ବ ସେ କହୋ ୟେ ସ୍ୱଦେଶୀ ହେ!
ଆପଣ ଯାହା କିଣିଛନ୍ତି ତାହା ସୋସିଆଲ ମିଡିଆରେ ଶେୟାର କରନ୍ତୁ । ଏହିପରି ଆପଣ ଅନ୍ୟମାନଙ୍କୁ ମଧ୍ୟ ସେପରି କରିବାକୁ ପ୍ରେରଣା ଦେବେ ।”

SR


(ରିଲିଜ ଆଡି: 2185107) ପରିଦର୍ଶକ କାଉଣ୍ଟର : 28