ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱତନ୍ତ୍ର ଅଭିଯାନ ୫.୦ ର ପ୍ରଗତି ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଡକ୍ଟର ଏଲ୍. ମୁରୁଗନ୍

Posted On: 31 OCT 2025 7:00PM by PIB Bhubaneshwar

୩୦ ଅକ୍ଟୋବର, ୨୦୨୫ ରେ ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ୍ ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଅବସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଏବଂ ବିଭିନ୍ନ ବକେୟା କାର୍ଯ୍ୟଗୁଡ଼ିକ ସମାପ୍ତି ଉପରେ ସ୍ୱତନ୍ତ୍ର ଅଭିଯାନ ୫.୦ ର କାର୍ଯ୍ୟଗୁଡ଼ିକର ଯାଞ୍ଚ ଏବଂ ସମୀକ୍ଷା କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଏବଂ ପ୍ରେସ୍ ଇନ୍‌ଫରମେସନ ବ୍ୟୁରୋର ପ୍ରିନ୍‌ସିପାଲ୍ ଡାଇରେକ୍ଟର ଜେନେରାଲ୍‌ ଶ୍ରୀ ଧୀରେନ୍ଦ୍ର ଓଝା ମଧ୍ୟ ଉପସ୍ଥିତ ଥିଲେ।  


ମାନ୍ୟବର ମନ୍ତ୍ରୀ ୩୦ ଅକ୍ଟୋବର, ୨୦୨୫ରେ ନୂଆଦିଲ୍ଲୀର ମଣ୍ଡି ହାଉସ୍ ସ୍ଥିତ ଦୂରଦର୍ଶନ ଭବନରେ ସ୍ୱଚ୍ଛତା ଏବଂ ବକେୟା ଥିବା କାର୍ଯ୍ୟ  ହ୍ରାସ ଉପରେ ସ୍ୱତନ୍ତ୍ର ଅଭିଯାନ ୫.୦ ର କାର୍ଯ୍ୟକଳାପ ଯାଞ୍ଚ ଏବଂ ସମୀକ୍ଷା କରିଥିଲେ। ଏହି ଅବସରରେ ପ୍ରସାର ଭାରତୀର ଅଧ୍ୟକ୍ଷ ଶ୍ରୀ ନବନୀତ କୁମାର ସେହଗଲ, ପ୍ରସାର ଭାରତୀର ସିଇଓ ଶ୍ରୀ ଗୌରବ ଦ୍ୱିବେଦୀ, ସୂଚନା ଏବଂ ପ୍ରସାର ମନ୍ତ୍ରଣାଳୟର ବରିଷ୍ଠ ଅର୍ଥନୈତିକ ପରାମର୍ଶଦାତା ଏବଂ ନୋଡାଲ୍ ଅଧିକାରୀ ଶ୍ରୀ ଆର.କେ. ଜେନା ଏବଂ ପ୍ରସାର ଭାରତୀର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
୩୧ ଅକ୍ଟୋବର, ୨୦୨୫ରେ, ମାନ୍ୟବର ମନ୍ତ୍ରୀ ନୂଆଦିଲ୍ଲୀର ଆକାଶବାଣୀ ଭବନରେ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ସ୍ୱତନ୍ତ୍ର ଅଭିଯାନ ୫.୦ ର କାର୍ଯ୍ୟଗୁଡ଼ିକର ଯାଞ୍ଚ ଏବଂ ସମୀକ୍ଷା କରିଥିଲେ। ସୂଚନା ଏବଂ ପ୍ରସାର ମନ୍ତ୍ରଣାଳୟର ବରିଷ୍ଠ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ଆର କେ ଜେନା ଏବଂ ମନ୍ତ୍ରଣାଳୟର ନୋଡାଲ୍ ଅଧିକାରୀ, ଅଲ୍ ଇଣ୍ଡିଆ ରେଡିଓର ମହାନିର୍ଦ୍ଦେଶକ ଶ୍ରୀ ରାଜୀବ ଜୈନ ଏବଂ ପ୍ରସାର ଭାରତୀର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

BS


(Release ID: 2184986) Visitor Counter : 8