ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ବିହାରରେ ୨,୧୯୨ କୋଟି ଟଙ୍କା ବ୍ୟୟ ଅଟକଳରେ ବଖତିୟାରପୁର-ରାଜଗିର-ତିଲାୟା ଏକକ ରେଳଲାଇନ ସେକ୍ସନ(୧୦୪ କିମି)ର ଦୋହରୀକରଣକୁ କ୍ୟାବିନେଟ୍ ମଂଜୁରୀ

प्रविष्टि तिथि: 24 SEP 2025 3:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବିହାରରେ ୨,୧୯୨ କୋଟି ଟଙ୍କା(ଆନୁମାନିକ) ବ୍ୟୟ ଅଟକଳରେ ବଖତିୟାରପୁର-ରାଜଗିର-ତିଲାୟା ସିଙ୍ଗଲ ରେଳଲାଇନ ସେକ୍ସନ( ୧୦୪ କିମି)ର ଦୋହରୀକରଣକୁ ମଂଜୁରୀ ଦେଇଛନ୍ତି ।

ଏହି ପ୍ରକଳ୍ପ ବିହାର ରାଜ୍ୟର ଚାରୋଟି ଜିଲ୍ଲାକୁ କଭର କରିବ ଏବଂ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କରେ ପ୍ରାୟ ୧୦୪ କିଲୋମିଟର ଯୋଡିବ।

ଏହି ରେଳ ମାର୍ଗ ରାଜଗିର (ଶାନ୍ତି ସ୍ତୂପ), ନାଳନ୍ଦା, ପାୱାପୁରୀ ଭଳି ପ୍ରମୁଖ ଧାର୍ମିକ ଏବଂ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସଂଯୋଗ କରିବ, ଯାହା ସାରାଦେଶରୁ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ।

ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଦୁଇଟି ଆକାଂକ୍ଷୀ ଜିଲ୍ଲା (ଗୟା ଏବଂ ନୱାଡା) ସମେତ ପ୍ରାୟ ୧,୪୩୪ ଗ୍ରାମ ଏବଂ ପ୍ରାୟ ୧୩.୪୬ ଲକ୍ଷ ଜନସଂଖ୍ୟାକୁ ସଂଯୋଗୀକରଣ ବୃଦ୍ଧି କରିବ।

କୋଇଲା, ସିମେଣ୍ଟ, କ୍ଲିଙ୍କର୍, ଫ୍ଲାଏ ଆଶ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ଏହା ଏକ ଅତ୍ୟାବଶ୍ୟକ ପଥ । କ୍ଷମତା ବୃଦ୍ଧି ଦ୍ୱାରା ପ୍ରତିବର୍ଷ ୨୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ହେବ। ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ଭାବରେ, ରେଳବାଇ ଦେଶର ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ, ଏବଂ ତୈଳ ଆମଦାନୀ (୫୦ ନିୟୁତ ଲିଟର) ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୨୪୦ ନିୟୁତ କିଲୋଗ୍ରାମ) କମାଇବ, ଯାହାକି ୧୦ ନିୟୁତ ଗଛ ଲଗାଇବା ସହିତ ସମାନ।

 

ଏହି ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଉନ୍ନତ କରିବ ଏବଂ ଭାରତୀୟ ରେଳବାଇର ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତାକୁ ବୃଦ୍ଧି କରିବ। ଏହି ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ କାର୍ଯ୍ୟକଳାପକୁ ସୁଗମ କରିବ ଏବଂ ଭିଡ଼ ହ୍ରାସ କରିବ ତଥା ଭାରତୀୟ ରେଳବାଇର ବ୍ୟସ୍ତତମ ବିଭାଗଗୁଡ଼ିକରେ ଅତ୍ୟାବଶ୍ୟକ ଭିତ୍ତିଭୂମି ବିକାଶକୁ ସକ୍ଷମ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ନୂତନ ଭାରତ' ଦୃଷ୍ଟିକୋଣ ସହିତ ମେଳଖାଉଛି ଓ ଏହା ଏହି ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ ବିକାଶ ମାଧ୍ୟମରେ "ଆତ୍ମନିର୍ଭରଶୀଳ" କରିବ, ଯାହା ଦ୍ୱାରା ସେମାନଙ୍କର ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବ।

 

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ସମନ୍ୱିତ ଯୋଜନା ଏବଂ ଅଂଶୀଦାରଙ୍କ ପରାମର୍ଶ ମାଧ୍ୟମରେ ମଲ୍ଟି-ମୋଡାଲ୍ ସଂଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଉପରେ ଫୋକସ୍ କରେ। ଏହି ପ୍ରକଳ୍ପଗୁଡ଼ିକ ଯାତ୍ରୀ, ମାଲ୍ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗୀକରଣ ଯୋଗାଇବ।

TKM


(रिलीज़ आईडी: 2181564) आगंतुक पटल : 27
इस विज्ञप्ति को इन भाषाओं में पढ़ें: Malayalam , Assamese , English , Urdu , हिन्दी , Marathi , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada