ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2025 9:17PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ଏବଂ ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କଥାବାର୍ତ୍ତା ଅବସରରେ ଦୁଇ ନେତା, ଚାଲିଥିବା ବାଣିଜ୍ୟ ଆଲୋଚନାରେ ହୋଇଥିବା ଉତ୍ତମ ଅଗ୍ରଗତିର ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଆସନ୍ତା ଦିନରେ ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କଲି ଏବଂ ଐତିହାସିକ ଗାଜା ଶାନ୍ତି ଯୋଜନାରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଲି । ବାଣିଜ୍ୟ ଆଲୋଚନାରେ ମଧ୍ୟ ହୋଇଥିବା ଉତ୍ତମ ଅଗ୍ରଗତିର ସମୀକ୍ଷା କରିଥିଲୁ । ଆଗାମୀ ଦିନରେ ନିୟମିତ ସମ୍ପର୍କରେ ରହିବାକୁ ସହମତ ହୋଇଥିଲୁ ।

@POTUS

@realDonaldTrump”

 

SR


(ରିଲିଜ ଆଡି: 2177198) ପରିଦର୍ଶକ କାଉଣ୍ଟର : 41