ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ପରେ ଶ୍ରୀ ହାଗ୍ରାମା ମୋହିଲାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
05 OCT 2025 4:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲ୍ (ବି.ଟି.ସି.) ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସି.ଇ.ଏମ୍.) ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ହାଗ୍ରମା ମୋହିଲାରୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରଦ୍ଧେୟ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଦୂରଦୃଷ୍ଟି ପ୍ରତି ସହଭାଗୀ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ବି. ଟି. ସି. ପ୍ରଶାସନ ପ୍ରତି ଉଭୟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କ ଅତୁଟ ସମର୍ଥନକୁ ଦୋହରାଇଥିଲେ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
"ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲର ସିଇଏମ୍ ଭାବରେ ଶପଥ ଗ୍ରହଣ କରିଥିବାରୁ ମୁଁ ଶ୍ରୀ ହାଗ୍ରମା ମୋହିଲାରୀଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କ କାର୍ଯ୍ୟକାଳ ପାଇଁ ତାଙ୍କୁ ଏବଂ ତାଙ୍କ ଦଳକୁ ମୋର ଶୁଭେଚ୍ଛା। କେନ୍ଦ୍ର ସରକାର ଏବଂ ଆସାମ ସରକାର ବିଟିସି ସରକାରଙ୍କୁ ସମର୍ଥନ ଜାରି ରଖିବେ । କାରଣ ଆମେ ସମସ୍ତେ ମିଳିତ ଭାବେ ମହାନ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଦୂରଦୃଷ୍ଟିକୁ ପୂରଣ କରିବା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ।’’
@HagramaOnline”
HS
(ରିଲିଜ ଆଡି: 2175192)
ପରିଦର୍ଶକ କାଉଣ୍ଟର : 30
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam