ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିସେମ୍ବର ୨୬ ରେ ନୂଆଦିଲ୍ଲୀରେ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
'ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
Posted On:
25 DEC 2024 1:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଡିସେମ୍ବର, ୨୦୨୪ରେ ଅପରାହ୍ନ ପ୍ରାୟ ୧୨ଟା ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ 'ବୀର ବାଲ ଦିବସ’ ସମାରୋହରେ ଅଂଶଗ୍ରହଣ କରିବେ, ଯେଉଁଥିରେ ପିଲାମାନଙ୍କୁ ଭାରତର ଭବିଷ୍ୟତର ମୂଳଦୁଆ ଭାବେ ସମ୍ମାନିତ କରାଯିବ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ 'ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ ର ଶୁଭାରମ୍ଭ କରିବେ। ପୁଷ୍ଟିସାଧନ ସମ୍ବନ୍ଧୀୟ ସେବାଗୁଡ଼ିକର କାର୍ଯ୍ୟକାରିତାକୁ ସୁଦୃଢ଼ କରି ଏବଂ ସକ୍ରିୟ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରି ପୁଷ୍ଟିକର ଫଳାଫଳ ଏବଂ କଲ୍ୟାଣରେ ଉନ୍ନତି ଆଣିବା ଏହାର ଉଦ୍ଦେଶ୍ୟ।
ଯୁବ ମସ୍ତିଷ୍କକୁ ନିୟୋଜିତ କରିବା, ଏହି ଦିବସର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରାଷ୍ଟ୍ର ପ୍ରତି ସାହସ ଏବଂ ଉତ୍ସର୍ଗୀକୃତ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ମଧ୍ୟ ପରିଚାଳିତ ହେବ। 'ମାଇଁ ଗଭ’ଏବଂ ‘ମାଇଁ ଭାରତ’ ପୋର୍ଟାଲ ଜରିଆରେ ଇଣ୍ଟରାକ୍ଟିଭ୍ କୁଇଜ୍ ସମେତ ଅନେକ ଅନଲାଇନ ପ୍ରତିଯୋଗିତା ଆୟୋଜନ କରାଯିବ। ବିଦ୍ୟାଳୟ, ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଅଙ୍ଗନବାଡି କେନ୍ଦ୍ରରେ କାହାଣୀ କହିବା, ସୃଜନଶୀଳ ଲେଖା, ପୋଷ୍ଟର ତିଆରି ଭଳି ଆକର୍ଷଣୀୟ କାର୍ଯ୍ୟକଳାପ କରାଯିବ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ର ପୁରସ୍କାର ବିଜେତାମାନେ ମଧ୍ୟ ଉପସ୍ଥିତ ରହିବେ।
HS
(Release ID: 2173115)
Visitor Counter : 10
Read this release in:
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam