ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଲାଣ୍ଡ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ପୋଷ୍ଟ କରାଯିବା ଦିନାଙ୍କ: 22 AUG 2024 8:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାର୍ସାର ବେଲୱେଡର ପ୍ୟାଲେସରେ ପୋଲାଣ୍ଡ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କ ସହ ସାକ୍ଷାତ କରିଛନ୍ତି

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେମାନେ ଭାରତ-ପୋଲାଣ୍ଡ ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ପର୍ଯ୍ୟନ୍ତ ଉନ୍ନୀତ କରିବା ପାଇଁ ସ୍ୱାଗତ କରିଥିଲେ। ସେମାନେ ୟୁକ୍ରେନ ଏବଂ ପଶ୍ଚିମ ଏସିଆର ଦ୍ୱନ୍ଦ୍ୱ ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

'ଅପରେସନ୍ ଗଙ୍ଗା' ସମୟରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବାରେ ସାହାଜ୍ୟ କରିବା ପାଇଁ ପୋଲାଣ୍ଡର ବହୁମୂଲ୍ୟ ସମୟ ଏବଂ ସମୟୋଚିତ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଡୁଡାଙ୍କୁ ଭାରତ ଗସ୍ତ ପାଇଁ ତାଙ୍କର ନିମନ୍ତ୍ରଣ ଦୋହରାଇଥିଲେ।

sws


(ରିଲିଜ ଆଡି: 2173049) ପରିଦର୍ଶକ କାଉଣ୍ଟର : 26