ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମର କୃଷକ ଭାଇ ଭଉଣୀମାନଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ ମୋଦୀ

प्रविष्टि तिथि: 12 AUG 2024 12:31PM by PIB Bhubaneshwar

କୃଷକଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ସରକାର ବିହନ ଯୋଗାଣ ଠାରୁ ବଜାରରେ ବିକ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର କୃଷକଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ବିହନ ଯୋଗାଣ ଠାରୁ  ବଜାରରେ ବିକ୍ରି  ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି।

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଲିଖିତ ଏକ ଲେଖା ଉପରେ ମତାମତ ଦେଇ ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

"ଆମ ସରକାର ସାରା ଦେଶର ଆମର କୃଷକ ଭାଇ ଭଉଣୀମାନଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ପ୍ରତିବଦ୍ଧ। କୃଷି ମନ୍ତ୍ରୀ @ChouhanShivraj ଜୀଙ୍କ ଏହି ଲେଖା ଦର୍ଶାଉଛି ଯେ ଆମେ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରୟାସ କରୁଛୁ।"

Sws


(रिलीज़ आईडी: 2173043) आगंतुक पटल : 18
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam