ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତ୍ତି (ଫେବୃଆରୀ ୧୩-୧୪, ୨୦୨୪)
Posted On:
14 FEB 2024 10:25PM by PIB Bhubaneshwar
ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩, ୨୦୨୪ରେ ଆବୁଧାବିରେ ସାକ୍ଷାତ କରିଥିଲେ। ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁଏଇରେ ସ୍ୱାଗତ କରିଥିଲେ ଏବଂ ଫେବୃଆରୀ ୧୪, ୨୦୨୪ରେ ଦୁବାଇରେ ବିଶ୍ୱ ସରକାରୀ ସମ୍ମିଳନୀ ୨୦୨୪ରେ ଭାଷଣ ଦେବା ପାଇଁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ।
ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ସପ୍ତମ ୟୁଏଇ ଗସ୍ତ। ପ୍ରଧାନମନ୍ତ୍ରୀ ଶେଷ ଥର ପାଇଁ ଡିସେମ୍ବର ୧,୨୦୧୩ ରେ ଦୁବାଇରେ ଅନୁଷ୍ଠିତ UNFCCC COP28 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୟୁଏଇ ଗସ୍ତ କରିଥିଲେ, ଯେଉଁଠାରେ ସେ UAE ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ସାକ୍ଷାତ କରିଥିଲେ। ସେହି ଗସ୍ତ ସମୟରେ, ଭାରତ "COP for Action" କୁ ମାର୍ଗଦର୍ଶନ କରିବା ଏବଂ "The UAE consense" ରେ ପହଞ୍ଚିବା ପାଇଁ COP28 ପ୍ରେସିଡେନ୍ସିର ପ୍ରଶଂସା କରିଥିଲା। ପ୍ରଧାନମନ୍ତ୍ରୀ "ଜଳବାୟୁ ଅର୍ଥ ପରିବର୍ତ୍ତନ" ଉପରେ COP28 ପ୍ରେସିଡେନ୍ସିର ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ୟୁଏଇ ରାଷ୍ଟ୍ରପତିଙ୍କ ସହିତ ମିଳିତ ଭାବରେ ଶିଖର ସମ୍ମିଳନୀ ଅବସରରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଥିଲେ। ନେତାମାନେ ଗତ ଆଠ ବର୍ଷ ମଧ୍ୟରେ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନଙ୍କ ଚାରିଥର ଭାରତ ଗସ୍ତ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହାର ଶେଷ ଗସ୍ତ ଜାନୁଆରୀ ୯-୧୦ ,୨୦୨୪ ରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ୧୦ ମ ସଂସ୍କରଣରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଥିଲା ଏବଂ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନିବେଶ ସହଯୋଗ ଉପରେ ଅନେକ ବୁଝାମଣାପତ୍ର ଆଦାନ ପ୍ରଦାନର ସାକ୍ଷୀ ଥିଲେ।
ଦୁଇ ନେତା ଭାରତ-ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ, ଯାହାକୁ ୨୦୧୭ ସିହାରେ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ ସମୟରେ ଆନୁଷ୍ଠାନିକ ଭାବରେ ଏକ ବ୍ୟାପକ ରଣନୈତିକ ସହଭାଗୀତାକୁ ଉନ୍ନୀତ କରାଯାଇଥିଲା। ସେମାନେ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ପ୍ରକାଶ କରି ଉଲ୍ଲେଖ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଭାଗୀତା ବର୍ଷ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭାବରେ ବିସ୍ତାର ପାଇଛି।
ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଆଲ ନାହୟାନ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ଆଦାନପ୍ରଦାନର ସାକ୍ଷୀ ହୋଇଥିଲେ:
I. ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା
II. ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (IMEEC) ଉପରେ ଆନ୍ତଃ-ସରକାରୀ ଢାଞ୍ଚା ଚୁକ୍ତିନାମା
III. ଡିଜିଟାଲ ଭିତ୍ତିଭୂମି ପ୍ରକଳ୍ପରେ ସହଯୋଗ ପାଇଁ ବୁଝାମଣାପତ୍ର
IV. ବିଦ୍ୟୁତ୍ ଆନ୍ତଃସଂଯୋଗ ଏବଂ ବାଣିଜ୍ୟ କ୍ଷେତ୍ରରେ ବୁଝାମଣାପତ୍ର।
V. ଗୁଜୁରାଟର ଲୋଥାଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ସହିତ ସହଯୋଗ ପାଇଁ ବୁଝାମଣାପତ୍ର।
VI. ୟୁଏଇର ଜାତୀୟ ପାଠାଗାର ଏବଂ ଅଭିଲେଖାଗାର ଏବଂ ଭାରତର ଜାତୀୟ ଅଭିଲେଖାଗାର ମଧ୍ୟରେ ସହଯୋଗ ପ୍ରୋଟୋକଲ୍।
VII. ତୁରନ୍ତ ଦେୟ ପ୍ଲାଟଫର୍ମ - UPI (ଭାରତ) ଏବଂ AANI (ୟୁଏଇ) ମଧ୍ୟରେ ସଂଯୋଗୀକରଣ ଉପରେ ଚୁକ୍ତିନାମା।
VIII. ଘରୋଇ ଡେବିଟ୍/କ୍ରେଡିଟ୍ କାର୍ଡ - RuPay (ଭାରତ) କୁ JAYWAN (ୟୁଏଇ) ସହିତ ଆନ୍ତଃ-ଲିଙ୍କିଂ ଉପରେ ଚୁକ୍ତିନାମା।
ଗସ୍ତ ପୂର୍ବରୁ, ଆରଆଇଟିଇଏସ ଲିମିଟେଡ୍ ଆବୁଧାବି ପୋର୍ଟସ୍ କମ୍ପାନୀ ସହିତ ଏବଂ ଗୁଜରାଟ ମାରିଟାଇମ୍ ବୋର୍ଡ ଆବୁଧାବି ପୋର୍ଟସ୍ କମ୍ପାନୀ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହା ବନ୍ଦର ଭିତ୍ତିଭୂମି ନିର୍ମାଣ ଏବଂ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଆହୁରି ବୃଦ୍ଧି କରିବାରେ ସାହାଯ୍ୟ କରିବ।
*****
SPD
(Release ID: 2171035)
Visitor Counter : 14
Read this release in:
Tamil
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Kannada
,
Malayalam