ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜା ଚାର୍ଲ୍ସ ତୃତୀୟ ଉପହାର ଦେଇଥିବା କଦମ୍ବ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ
Posted On:
19 SEP 2025 5:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ଏକ କଦମ୍ବ ଚାରା ରୋପଣ କରିଛନ୍ତି, ଯାହା ତାଙ୍କୁ ରାଜ ଚାର୍ଲ୍ସ ତୃତୀୟ ଉପହାର ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେ ପରିବେଶ ଏବଂ ସ୍ଥିରତା ପ୍ରତି ବହୁତ ଆଗ୍ରହୀ, ଯାହା ଆମର ଆଲୋଚନାରେ ମଧ୍ୟ ସ୍ଥାନ ପାଇଛି ।”
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଜି ସକାଳେ ୭, ଲୋକ କଲ୍ୟାଣ ମାର୍ଗରେ ରାଜା ଚାର୍ଲ୍ସ ତୃତୀୟ ଉପହାର ଦେଇଥିବା କଦମ୍ବର ଚାରା ରୋପଣ କରିଛି । ସେ ପରିବେଶ ଏବଂ ସ୍ଥିରତା ପ୍ରତି ବହୁତ ଆଗ୍ରହୀ, ଯାହା ଆମର ଆଲୋଚନାରେ ମଧ୍ୟ ସ୍ଥାନ ପାଇଛି ।”
@RoyalFamily
SR
(Release ID: 2168824)
Read this release in:
Malayalam
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada