ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୫-୨୬ରେ ଗୁଜରାଟ ଗସ୍ତରେ ଯିବେ
Posted On:
24 AUG 2025 1:08PM by PIB Bhubaneshwar
-ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ୫,୪୦୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଏବଂ ଲୋକାର୍ପଣ କରିବେ
-ପ୍ରକଳ୍ପ ଗୁଡ଼ିକ ସହରାଞ୍ଚଳ ବିକାଶ, ଶକ୍ତି, ସଡ଼କ ଏବଂ ରେଳବାଇର ଆବଶ୍ୟକତା ପୂରଣ କରିବ
-ମେକ୍ ଇନ ଇଣ୍ଡିଆ ସଫଳତାର ଏକ ପ୍ରମୁଖ ଉଦାହରଣ ଭାବେ ପ୍ରଧାନମନ୍ତ୍ରୀ ହଂସଲପୁରରେ ୧୦୦ରୁ ଅଧିକ ଦେଶକୁ ରପ୍ତାନି ଉପଲକ୍ଷେ ସୁଜୁକୀର ପ୍ରଥମ ବୈଶ୍ୱିକ ବ୍ୟାଟେରୀ ଇଲେକ୍ଟ୍ରିକ ଯାନ ‘ଇ-ଭିଟାରା’ର ଲୋକାର୍ପଣ କରିବେ
-ପ୍ରଧାନମନ୍ତ୍ରୀ ଟିଡିଏସ୍ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନର ଉଦଘାଟନ କରିବେ-ଏହା ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତର ଏକ ଐତିହାସିକ ପଦକ୍ଷେପ
୨୪ ଅଗଷ୍ଟ ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫-୨୬ରେ ଗୁଜରାଟ ଗସ୍ତ କରିବେ । ଅଗଷ୍ଟ ୨୫ ସନ୍ଧ୍ୟା ପ୍ରାୟ ୬ଟାରେ ଅହମ୍ମଦାବାଦର ଖୋଡଲଧାମ ମଇଦାନରେ ୫,୪୦୦ କୋଟି ଟଙ୍କାରେ ନିର୍ମିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ସମର୍ପଣ କରିବେ । ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।
ଅଗଷ୍ଟ ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରଠାରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନକୁ ଉଦଘାଟନ କରିବେ । ୧୦୦ ଦେଶକୁ ଇଲେକ୍ଟ୍ରିକ ଯାନ ରପ୍ତାନିର ଶୁଭାରମ୍ଭ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ସେ ସମ୍ବୋଧିତ ମଧ୍ୟ କରିବେ ।
ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ଏବଂ ଯୋଗାଯୋଗ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୧୪ ଶହ କୋଟି ଟଙ୍କାରୁ ଅଧିକ ଅର୍ଥର ଅନେକ ରେଳ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିବେ । ଏହା ମଧ୍ୟରେ ୫୩୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ୬୫ କିଲୋମିଟରର ମେହସଣା-ପାଲନପୁର ରେଳ ଲାଇନର ଦୋହରୀକରଣ, ୮୬୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ୩୭ କିଲୋମିଟରର କଲୋଳ-କଡି-କଟୋସନ ରେଳ ଲାଇନ ଏବଂ ୪୦ କିଲୋମିଟର ବେଚରାଜି-ରାନୁଜ ରେଳ ଲାଇନର ଗେଜ ପରିବର୍ତ୍ତନ ସାମିଲ ଅଛି । ଏହି ବ୍ରଡ ଗେଜ କ୍ଷମତା ବଢ଼ିବା ଦ୍ୱାରା ଏହି ପ୍ରକଳ୍ପ ଏହି ଅଞ୍ଚଳରେ ସୁଗମ, ସୁରକ୍ଷିତ ଏବଂ ନିର୍ବିଘ୍ନ ଯୋଗାଯୋଗକୁ ସୁନିଶ୍ଚିତ କରିବ । ଏହାଦ୍ୱାରା ଅଞ୍ଚଳରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଦୈନିକ ଯାତ୍ରୀ, ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଯାତ୍ରା ଅନେକାଂଶରେ ସହଜ ହୋଇପାରିବ । ଏଥିସହ କଟୋସନ ରୋଡ ଏବଂ ସାବରମତୀ ମଧ୍ୟରେ ଯାତ୍ରୀ ଟ୍ରେନର ଶୁଭାରମ୍ଭ ହେବା ଦ୍ୱାରା ଧାର୍ମିକ ସ୍ଥଳରେ ସହଜରେ ପହଞ୍ଚି ହେବ ଏବଂ ତୃଣମୂଳ ସ୍ତରରେ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ମିଳିପାରିବ । ବେଚରାଜିରୁ ମାଲବାହୀ ଟ୍ରେନ ସେବା ରାଜ୍ୟର ଇଣ୍ଡଷ୍ଟ୍ରିଆଲ ହବକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ମାଲ ପରିବହନ ନେଟୱର୍କ ବଢ଼ାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଯୋଗାଯୋଗ ବ୍ୟବସ୍ଥାରେ ସୁଧାର, ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଏବଂ କ୍ଷେତ୍ରୀୟ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ନିଜ ଦୃଷ୍ଟିକୋଣକୁ ଆଗକୁ ନେବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ବୀରମଗାମ-ଖୁଦାଦ-ରାମପୁରା ସଡ଼କ ପ୍ରଶସ୍ତୀକରଣର ଉଦଘାଟନ କରିବେ । ସେ ଅହମ୍ମଦାବାଦ-ମେହସଣା-ପାଲନପୁର ମାର୍ଗରେ ଛଅ ଲେନ ବିଶିଷ୍ଟ ଅଣ୍ଡରପାସ୍ ଏବଂ ଅହମ୍ମଦାବାଦ-ବୀରମଗାମ ମାର୍ଗରେ ରେଳବାଇ ଓଭରବ୍ରିଜ ନିର୍ମାଣର ଶିଳାନ୍ୟାସ କରିବେ । ଏହାଦ୍ୱାରା ଏହି ଅଞ୍ଚଳରେ ଔଦ୍ୟୋଗିକ ବିକାଶ ବୃଦ୍ଧି ପାଇବ, ପରିବହନ ଦକ୍ଷତାରେ ସୁଧାର ହେବ ଏବଂ ଆର୍ଥିକ ସ୍ଥିତି ବଦଳିବ ।
ରାଜ୍ୟରେ ବିଦୁ୍ୟତ କ୍ଷେତ୍ରକୁ ପ୍ରୋତ୍ସାହନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଉତ୍ତର ଗୁଜରାଟ ବିଜ କମ୍ପାନି ଲିମିଟେଡ (ୟୁବିଜିସିଏଲ) ଅନ୍ତର୍ଗତ ଅହମ୍ମଦାବାଦ, ମେହସଣା ଏବଂ ଗାନ୍ଧୀନଗରରେ ବିଦୁ୍ୟତ ବିତରଣ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପର ଉଦେ୍ଦଶ୍ୟ ପୁନର୍ଗଠିତ ବିତରଣ କ୍ଷେତ୍ର ଯୋଜନା ଅନୁସାରେ କ୍ଷତି ହ୍ରାସ କରିବା, ନେଟୱର୍କର ଆଧୁନିକୀକରଣ କରିବା ଏବଂ ମୌଳିକ ଢାଞ୍ଚାକୁ ମଜବୁତ କରିବା । ୧ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ନିବେଶରେ ହୋଇଥିବା ଏହି ପ୍ରକଳ୍ପ ପ୍ରତିକୂଳ ପାଗ ସମୟରେ ବିଜୁଳି କାଟ ହ୍ରାସ ସହ ବିଜୁଳି ଯୋଗାଣରେ ବାଧା ଦୂର କରିବ । ଜନସୁରକ୍ଷା, ଟ୍ରାନ୍ସଫର୍ମରର ସୁରକ୍ଷା ଏବଂ ବିଜୁଳି ଯୋଗାଣ ନେଟୱର୍କର ବିଶ୍ୱସନୀୟତାରେ ସୁଧାର ଆଣିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ର ସିତୁ ସ୍ଲମ ରିହାବିଲିଟେସନ କମ୍ପୋନେଣ୍ଟ ଅଧୀନରେ ରାମପିର ନୋ ଟେକ୍ରୋ ସେକ୍ଟର-୩ରେ ବସ୍ତି ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଆଖପାଖ ସର୍ଦ୍ଦାର ପଟେଲ ରିଙ୍ଗ ରୋଡରେ ଯାତାୟାତ ସୁଗମ କରିବା ପାଇଁ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରମୁଖ ସଡ଼କ ପ୍ରଶସ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ଜଳ ଏବଂ ସ୍ୱିରେଜ ପ୍ରବନ୍ଧନ ପ୍ରଣାଳୀକୁ ସୁଦୃଢ଼ କରିବାକୁ ପ୍ରମୁଖ ସହରୀ ଅବସଂରଚନା ପରିଯୋଜନାର ଶିଳାନ୍ୟାସ ମଧ୍ୟ କରିବେ ।
ପ୍ରଶାସନିକ ଦକ୍ଷତା ଏବଂ ସାର୍ବଜନୀକ ସେବା ବିତରଣକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର ପ୍ରମୁଖ ମୌଳିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ମଧ୍ୟରେ ଅହମ୍ମଦାବାଦ ପଶ୍ଚିମରେ ଏକ ନୂତନ ଷ୍ଟାମ୍ପ ପଂଜିକରଣ ଭବନର ନିର୍ମାଣ ସାମିଲ ରହିଛି । ଏହାର ଉଦେ୍ଦଶ୍ୟ ନାଗରିକ କୈନ୍ଦ୍ରିକ ସେବାରେ ସୁଧାର ଆଣିବା । ଏହା ବ୍ୟତୀତ ଗାନ୍ଧୀନଗରରେ ଏକ ରାଜ୍ୟସ୍ତରୀୟ ଡାଟା ସଂଗ୍ରହ କେନ୍ଦ୍ର ସ୍ଥାପନ ବି ସାମିଲ ରହିଛି । ଏହାର ଉଦେ୍ଦଶ୍ୟ ଗୁଜରାଟରେ ସୁରକ୍ଷିତ ଡାଟା ପ୍ରବନ୍ଧନ ଓ ଡିଜିଟାଲ ଶାସନ କ୍ଷମତା ବଢ଼ାଇବା ।
ଅଗଷ୍ଟ ୨୬ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରସ୍ଥିତ ସୁଜୁକୀ ମୋଟର ପ୍ଲାଣ୍ଟରେ ଦୁଇଟି ଐତିହାସିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହି ଐତିହାସିକ ପଦକ୍ଷେପ ସବୁଜ ପରିବହନର ବୈଶ୍ୱିକ କେନ୍ଦ୍ର ରୂପରେ ଭାରତର ଅଭୁ୍ୟଦୟକୁ ଦର୍ଶାଉଛି । ଏଥିସହ ମେକ୍ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଆଗକୁ ବଢ଼ାଉଛି ।
ମେକ୍ ଇନ ଇଣ୍ଡିଆର ସଫଳତାର ଏକ ପ୍ରମୁଖ ଉଦାହରଣ ଭାବେ ପ୍ରଧାନମନ୍ତ୍ରୀ ସୁଜୁକୀର ପ୍ରଥମ ବୈଶ୍ୱିକ ରଣନୀତିକ ବ୍ୟାଟେରୀ ଇଲେକ୍ଟ୍ରିକ ବାହନ (ବିଇବି) ‘ଇ-ଭିଟାରା’ ର ଉଦଘାଟନ ଏବଂ ଶୁଭାରମ୍ଭ କରିବେ । ଭାରତରେ ନିର୍ମିତ ଏହି ବିଇବିର ରପ୍ତାନି ୟୁରୋପ ଏବଂ ଜାପାନ ଭଳି ଉନ୍ନତ ବଜାର ସହିତ ଶହେରୁ ଅଧିକ ଦେଶକୁ କରାଯିବ । ଏହି ଉପଲବ୍ଧô ସହିତ ଭାରତ ଏବେ ସୁଜୁକୀର ଇଲେକ୍ଟ୍ରିକ ବାହନର ବୈଶ୍ୱିକ ବିନିର୍ମାଣ କେନ୍ଦ୍ରରେ ପରିଣତ ହେବ ।
ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଟିଡିଏସ୍ ଲିଥିୟମ-ଆୟନ ବ୍ୟାଟେରୀ ସଂଯନ୍ତ୍ର ରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନର ଶୁଭାରମ୍ଭ କରିବା ସହ ଭାରତରେ ବ୍ୟାଟେରୀ ଇକୋସିଷ୍ଟମର ପରବର୍ତ୍ତୀ ପର୍ଯ୍ୟାୟର ମଧ୍ୟ ଉଦଘାଟନ କରିବେ । ତୋସିବା, ଡେନସୋ ଏବଂ ସୁଜୁକୀର ସଂଯୁକ୍ତ ଉଦ୍ୟମରେ ଏହି କାରଖାନା ଘରୋଇ ବିନିର୍ମାଣ ଓ ସ୍ୱଚ୍ଛ ଶକ୍ତି ନବାଚାରକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏବେ ୮୦ ପ୍ରତିଶତରୁ ଅଧିକ ବ୍ୟାଟେରୀ ଭାରତରେ ଉତ୍ପାଦନ କରାଯିବ ।
SR
(Release ID: 2160436)
Visitor Counter : 4
Read this release in:
Bengali
,
Assamese
,
Bengali-TR
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam