ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 24 AUG 2025 7:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଏବଂ ରାଜସଦନ ଅଯୋଧ୍ୟାର ମୁଖ୍ୟ ଶ୍ରୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଧର୍ମୀୟ ଓ ସମାଜିକ ସେବା ଭାବନାରେ ଜୀବନକୁ ଉତ୍ସର୍ଗ କରିଥିଲେ ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଏବଂ ରାଜସଦନ ଅଯୋଧ୍ୟାର ମୁଖ୍ୟ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ଦେହାବସାନରେ ଅତ୍ୟନ୍ତ ଦୁଃଖିତ । ତାଙ୍କ ଜୀବନ ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ସମର୍ପିତ ଥିଲା । ତାଙ୍କୁ ଚରଣରେ ଆଶ୍ରୟ ଦେବାକୁ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି । ତାଙ୍କ ଶୋକାକୁଳ ପରିଜନ ଏବଂ ପ୍ରଶଂସକଙ୍କୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଓମ୍ ଶାନ୍ତି!” 

SR


(Release ID: 2160433)