ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି
ଜାପାନି ପ୍ରତିନିଧି ଦଳରେ ଉତ୍ପାଦନ, ବ୍ୟାଙ୍କିଙ୍ଗ, ଏୟାରଲାଇନ୍ସ, ଫାର୍ମା କ୍ଷେତ୍ର, ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରର କର୍ପୋରେଟ୍ ହାଉସର ପ୍ରତିନିଧିମାନେ ସାମିଲ ଅଛନ୍ତି
ପ୍ରଧାନମନ୍ତ୍ରୀ ମୋଦି 'ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ' ପ୍ରତି ଜାପାନର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି
प्रविष्टि तिथि:
05 MAR 2025 7:52PM by PIB Bhubaneshwar
ଜାପାନ-ଭାରତ ବ୍ୟବସାୟ ସହଯୋଗ (ଜିଆଇବିସିସି)ର ୧୭ ଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଏବଂ ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ତାତସୁଓ ୟାସୁନାଗାଙ୍କ ନେତୃତ୍ୱରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିନିଧି ଦଳରେ ଉତ୍ପାଦନ, ବ୍ୟାଙ୍କିଙ୍ଗ, ଏୟାରଲାଇନ୍ସ, ଫାର୍ମା କ୍ଷେତ୍ର, ପ୍ଲାଣ୍ଟ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରର ପ୍ରମୁଖ ଜାପାନୀ କର୍ପୋରେଟ୍ ହାଉସର ବରିଷ୍ଠ ନେତାମାନେ ସାମିଲ ଥିଲେ।
ୟାସୁନାଗା ପ୍ରଧାନମନ୍ତ୍ରୀଙ୍କୁ ଏହାର ଭାରତୀୟ ପ୍ରତିପକ୍ଷ, ଭାରତ-ଜାପାନ ବ୍ୟବସାୟ ସହଯୋଗ କମିଟି ସହିତ ୦୬ ମାର୍ଚ୍ଚ ୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ଜାପାନ-ଭାରତ ବ୍ୟବସାୟିକ ସହଯୋଗ କମିଟିର ଆଗାମୀ ୪୮ ତମ ମିଳିତ ବୈଠକ ବିଷୟରେ ସୂଚନା ଦେଇଥିଲେ। ଆଲୋଚନାରେ ଭାରତରେ ଉଚ୍ଚମାନର ଏବଂ କମ ମୂଲ୍ୟର ଉତ୍ପାଦନ, ଆଫ୍ରିକା ଉପରେ ବିଶେଷ ଧ୍ୟାନ ଦେବା ସହିତ ବିଶ୍ୱ ବଜାର ପାଇଁ ଉତ୍ପାଦନ ବିସ୍ତାର ,ମାନବ ସମ୍ବଳର ବିକାଶ ଏବଂ ଆଦାନପ୍ରଦାନ ବୃଦ୍ଧି ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ଭାରତରେ ଜାପାନୀ ବ୍ୟବସାୟଗୁଡ଼ିକର ସମ୍ପ୍ରସାରଣ ଯୋଜନା ଏବଂ 'ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ' ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ପ୍ରଶଂସା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶରେ ସହଯୋଗ ବୃଦ୍ଧିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ହୋଇ ରହିଛି।
***
SPD
(रिलीज़ आईडी: 2160018)
आगंतुक पटल : 8
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam