ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ କାନାନାସ୍କିସ୍‌ରେ G-7 ଶିଖର ସମ୍ମିଳନୀ ପାଇଁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ ମିଳିଛି


ଉଭୟ ନେତା ଭାରତ ଏବଂ କାନାଡା ଲୋକଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ସ୍ୱୀକାର କରିଛନ୍ତି

प्रविष्टि तिथि: 06 JUN 2025 7:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ କାନାଡା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମାର୍କ କାର୍ନିଙ୍କ ଫୋନ୍ ଆସିଥିଲା।

 

ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ  ମୋଦୀ ସାମ୍ପ୍ରତିକ ନିର୍ବାଚନରେ ​​ବିଜୟ ପାଇଁ କାନାଡା ପ୍ରଧାନମନ୍ତ୍ରୀ  ମାର୍କ କାର୍ନିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ମାସ ଶେଷରେ କାନାନାସ୍କିସ୍‌ରେ ଅନୁଷ୍ଠିତ ହେବାକୁ ଥିବା G-7 ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିବାରୁ ତାଙ୍କୁ  ଧନ୍ୟବାଦ ଜଣାଇଥିଲେ।

 

ଦୁଇ ନେତା ଭାରତ ଏବଂ କାନାଡା ଲୋକଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ସ୍ୱୀକାର କରିଥିଲେ । ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ୱାର୍ଥ ଉପରେ ଆଧାରିତ ନୂତନ ଶକ୍ତି ସହିତ ଏକାଠି କାମ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ।

 

ପ୍ରଧାନମନ୍ତ୍ରୀ  ମୋଦୀ କହିଛନ୍ତି ଯେ ସେ ଶିଖର ସମ୍ମିଳନୀରେ ସେମାନଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି।

ଏକ X ପୋଷ୍ଟରେ, ପ୍ରଧାନମନ୍ତ୍ରୀ  ମୋଦୀ ଲେଖିଛନ୍ତି;

"କାନାଡା ପ୍ରଧାନମନ୍ତ୍ରୀ @MarkJCarneyଙ୍କ ସହ ଫୋନ୍‌ରେ କଥା ହୋଇ ଅତ୍ୟନ୍ତ  ଖୁସି ହେଲି। ସାମ୍ପ୍ରତିକ ନିର୍ବାଚନରେ ​​ତାଙ୍କ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଏହି ମାସ ଶେଷରେ କାନାନାସ୍କିସ୍‌ରେ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ମୋତେ ନିମନ୍ତ୍ରଣ କରିଥିବାରୁ ତାଙ୍କୁ ଅଶେଷ ଅଶେଷ  ଧନ୍ୟବାଦ ଜଣାଇଲି। ଉଭୟ ଦେଶର ଲୋକଙ୍କ ମଧ୍ୟରେ ନିବିଡ  ସମ୍ପର୍କ ଦ୍ୱାରା ଆବଦ୍ଧ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବରେ, ଭାରତ ଏବଂ କାନାଡା ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ୱାର୍ଥ ଉପରେ ଆଧାରିତ ନୂତନ ଉତ୍ସାହ ସହିତ ଏକତ୍ରିତ ହାଇ  କାମ କରିବେ। ଶିଖର ସମ୍ମିଳନୀରେ ଆମର ସାକ୍ଷାତ ପାଇଁ ଅପେକ୍ଷା କରିଛି।"

*****

SPD


(रिलीज़ आईडी: 2160015) आगंतुक पटल : 12
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam