ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଗପୁରର ସ୍ମୃତି ମନ୍ଦିର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
30 MAR 2025 11:48AM by PIB Bhubaneswar
30 MAR 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରର ସ୍ମୃତି ମନ୍ଦିର ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ, ସେ ଡକ୍ଟର କେ. ବି. ହେଡଗେୱାର ଏବଂ ଶ୍ରୀ ଏମ୍ ଏସ୍ ଗୋଲୱାଲକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
X ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ନାଗପୁରର ସ୍ମୃତି ମନ୍ଦିର ପରିଦର୍ଶନ କରିବା ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅଭିଜ୍ଞତା।
ଆଜିର ଗସ୍ତ ଆହୁରି ସ୍ୱତନ୍ତ୍ର ହେଉଛି , କାରଣ ଆଜି ବର୍ଷା ପ୍ରତିପଦା , ଯାହା ପରମ ପୂଜ୍ୟ ଡାକ୍ତର ସାହେବଙ୍କ ଜୟନ୍ତୀ ମଧ୍ୟ।
ମୋ ପରି ଅଗଣିତ ଲୋକ ପରମ ପୂଜ୍ୟ ଡାକ୍ତର ସାହେବ ଏବଂ ପୂଜ୍ୟ ଗୁରୁଜୀଙ୍କ ଚିନ୍ତାଧାରାରୁ ପ୍ରେରଣା ଏବଂ ଶକ୍ତି ପାଆନ୍ତି। ଏହି ଦୁଇ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏକ ସମ୍ମାନର କଥା, ଯେଉଁମାନେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସାଂସ୍କୃତିକ ଭାବରେ ଗର୍ବିତ ଭାରତ କଳ୍ପନା କରିଥିଲେ।”
***
SSP
(रिलीज़ आईडी: 2159270)
आगंतुक पटल : 16
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam