ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବନ ମହୋତ୍ସବ ସମାରୋହରେ ମାନ୍ୟବର ବିଚାରପତିମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
19 JUL 2025 7:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ ମହୋତ୍ସବ ସମାରୋହରେ ମାନ୍ୟବର ବିଚାରପତିମାନଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ଉଚ୍ଚପ୍ରଶଂସା କରିଛନ୍ତି। ଏଥିସହିତ ପରିବେଶ ଉତ୍ତରଦାୟିତ୍ୱ ଦିଗରେ ନାଗରିକଙ୍କୁ ପ୍ରେରଣା ଯୋଗାଇବାରେ ସେମାନଙ୍କର ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଛନ୍ତି, ବିଚାରପତିମାନଙ୍କର ଅଂଶଗ୍ରହଣ ଦେଶବ୍ୟାପୀ ମା’ଙ୍କ ନାମରେ ଗଛଟିଏ’ ଅଭିଯାନକୁ ନୂଆ ଗତି ମିଳିବ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ମା’ଙ୍କ ପ୍ରତି ସମ୍ମାନ ଜଣାଇ ବୃକ୍ଷରୋପଣ କରିବା ଲାଗି ନାଗରିକମାନଙ୍କୁ ଅନୁପ୍ରାଣିତ କରିବା।
ଦିଲ୍ଲୀ ସରକାରରେ ମନ୍ତ୍ରୀ ମନଜିନ୍ଦର ସିଂ ସିର୍ସାଙ୍କ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ ଲେଖିଛନ୍ତି:
‘‘ବନ ମହୋତ୍ସବରେ ମାନ୍ୟବର ବିଚାରପତିଙ୍କ ଭାଗିଦାରୀ ସମସ୍ତଙ୍କୁ ଅନୁପ୍ରାଣିତ କରିବ। ଏହାଦ୍ୱାରା ‘ମା’ଙ୍କ ନାମରେ ଗଛଟିଏ ଅଭିଯାନ’କୁ ଏକ ନୂଆ ଗତି ମିଳିବ ବୋଲି ମୋର ବିଶ୍ୱାସ ରହିଛି।
#EkPedMaaKeNaam”
***
PS
(Release ID: 2158984)
Visitor Counter : 5
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam