ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିହାର ମୋତିହାରୀଠାରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUL 2025 9:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀଠାରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ମହାରାଜ ଜୀଙ୍କର ସହୃଦୟତା, ସ୍ନେହ ଏବଂ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଆଜି ମୋତିହାରୀରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କଠାରୁ ଆଶୀର୍ବାଦ ପାଇବାର ସୌଭାଗ୍ୟ ମୋତେ ମିଳିଛି। ତାଙ୍କର ବ୍ୟକ୍ତିତ୍ୱ ଉଜ୍ଜ୍ୱଳତା ଏବଂ ଊର୍ଜାରେ ପରିପୂର୍ଣ୍ଣ ଥିବା ବେଳେ, ତାଙ୍କର ବକ୍ତବ୍ୟ ମଧ୍ୟ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ମହାରାଜ ଜୀଙ୍କ ଘନିଷ୍ଠତା, ସ୍ନେହ ଏବଂ ମାର୍ଗଦର୍ଶନରେ ମୁଁ ଅଭିଭୂତ!"

***

 

PS


(रिलीज़ आईडी: 2158976) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam