ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେନାର ବରିଷ୍ଠ ହାବିଲଦାର ବଳଦେବ ସିଂହ (ଅବସରପ୍ରାପ୍ତ)ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Posted On:
08 JAN 2025 10:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନାର ପୂର୍ବତନ ବରିଷ୍ଠ ହାବିଲଦାର ବଳଦେବ ସିଂହ (ଅବସରପ୍ରାପ୍ତ)ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଭାରତ ପ୍ରତି ତାଙ୍କର ସ୍ୱତନ୍ତ୍ର ସେବା ଆଗାମୀ ବର୍ଷ ବର୍ଷ ଧରି ସ୍ମରଣ କରାଯିବ ବୋଲି ସେ କହିଛନ୍ତି । ସେ ସାହସ ଏବଂ ଦୃଢ଼ ସଂକଳ୍ପର ଏକ ପ୍ରକୃତ ପ୍ରତୀକ । ଦେଶ ପ୍ରତି ତାଙ୍କର ଅଟଳ ସମର୍ପଣ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଅବସରପ୍ରାପ୍ତ ବରିଷ୍ଠ ହାବିଲଦାର ବଳଦେବ ସିଂହଙ୍କ ବିୟୋଗରେ ମୁଁ ଦୁଃଖିତ । ଭାରତ ପ୍ରତି ତାଙ୍କର ସ୍ମାରକୀ ସେବା ଆଗାମୀ ଅନେକ ବର୍ଷ ଧରି ସ୍ମରଣ କରାଯିବ । ସାହସ ଏବଂ ଦୃଢ଼ ସଂକଳ୍ପର ଏକ ପ୍ରକୃତ ପ୍ରତୀକ, ଦେଶ ପ୍ରତି ତାଙ୍କର ଅଟଳ ସମର୍ପଣ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ । କିଛି ବର୍ଷ ପୂର୍ବେ ନୌଶେରାରେ ତାଙ୍କ ସହିତ ହୋଇଥିôବା ସାକ୍ଷାତକୁ ମୁଁ ସ୍ମରଣ କରୁଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”
SR
(Release ID: 2158835)
Visitor Counter : 3
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam