ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥିରୁ କୁମାରୀ ଅନନ୍ତନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 APR 2025 2:05PM by PIB Bhubaneswar

09.04.2025 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବୀଣ ନେତା ଥିରୁ କୁମାରୀ ଅନନ୍ତନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ତିରୁ କୁମାରୀ ଅନନ୍ତନ ଜୀ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ସେବା ଏବଂ ତାମିଲନାଡୁର ପ୍ରଗତି ପ୍ରତି ଆଗ୍ରହ ପାଇଁ ମନେ ରଖାଯିବେ। ସେ ତାମିଲ ଭାଷା ଏବଂ ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ମଧ୍ୟ ଅନେକ ପ୍ରୟାସ କରିଥିଲେ। ତାଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ସମବେଦନା। ଓମ୍ ଶାନ୍ତି।"

***


(ରିଲିଜ ଆଡି: 2158761) ପରିଦର୍ଶକ କାଉଣ୍ଟର : 20