ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ରାଜସ୍ଥାନର କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର ବିକାଶକୁ କ୍ୟାବିନେଟ ମଞ୍ଜୁରି

Posted On: 19 AUG 2025 3:13PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରାଜସ୍ଥାନର କୋଟା-ବୁନ୍ଦି ଠାରେ ଏକ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦରର ବିକାଶ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ର ପ୍ରସ୍ତାବକୁ ଅନୁମୋଦନ କରିଛି।

ଚମ୍ବଲ ନଦୀ କୂଳରେ ଅବସ୍ଥିତ କୋଟା ରାଜସ୍ଥାନର ଶିଳ୍ପ ରାଜଧାନୀ ଭାବରେ ବେଶ୍‍ ଜଣାଶୁଣା ଏହାବ୍ୟତିତ, କୋଟା ଭାରତର କୋଚିଂ ହବ୍‍ ଭାବେ ମଧ୍ୟ ପ୍ରସିଦ୍ଧ।

ରାଜସ୍ଥାନ ସରକାର ଏକ ଗ୍ରୀନ୍‍ ଫିଲ୍ଡ ବିମାନ ବନ୍ଦର ପାଇଁ ଏଏଆଇକୁ ୪୪୦.୦୬ ହେକ୍ଟର ଜମି ହସ୍ତାନ୍ତର କରିଛନ୍ତି, ଯାହା ଏ-୩୨୧ ଶ୍ରେଣୀର ବିମାନ ଚଳାଚଳ ପାଇଁ ଉପଯୁକ୍ତ ହେବ ଏହି ପ୍ରକଳ୍ପରେ ବାର୍ଷିକ ୨ ନିଯ଼ୁତ ଯାତ୍ରୀ (ଏମ୍.ପି.ପି.ଏ.) କ୍ଷମତା ସହିତ ବ୍ୟସ୍ତବହୁଳ ସମୟରେ ୧୦୦୦ ଯାତ୍ରୀଙ୍କୁ ପରିଚାଳନା କରିବା, ୨୦,୦୦୦ ବର୍ଗ ମିଟର ଅଞ୍ଚଳରେ ଏକ ଟର୍ମିନାଲ୍ ସୌଧ ନିର୍ମାଣ, ୩୨୦୦ ମିଟର x ୪୫ ମିଟର ଆକାରର ରନଓ୍ବେ, ଏ-୩୨୧ ଶ୍ରେଣିର ବିମାନ ଚଳାଚଳ ପାଇଁ ୭ ପାର୍କିଂ ବେ ସହିତ ଆପ୍ରନ୍, ଦୁଇଟି ଲିଙ୍କ୍ ଟ୍ୟାକ୍ସିଓ୍ବେ, ଏଟିସି ବୈଷୟିକ ବ୍ଲକ୍, ଅଗ୍ନିଶମ କେନ୍ଦ୍ର, କାର୍ ପାର୍କିଂ ଏବଂ ଆନୁସଙ୍ଗିକ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିବ

ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ କୋଟାର ପ୍ରାଧାନ୍ୟ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପରେ ପରିଣତ କରିଛି, ଯାହାର ଉଦ୍ଦେଶ୍ୟ ଏହି ଅଞ୍ଚଳରେ ଆଶାନୁରୂପ ଭିଡ ବୃଦ୍ଧିକୁ ସମାଧାନ କରିବା।

ବର୍ତ୍ତମାନର କୋଟା ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ର ମାଲିକାନାରେ ଅଛି। ଏଥିରେ ୧୨୨୦ ମିଟର x ୩୮ ମିଟର ର ଏକ ରନୱେ (୦୮/୨୬), କୋଡ୍ 'ବି' ବିମାନ (ଯେପରିକି ଡିଓ-୨୨୮) ପାଇଁ ଉପଯୁକ୍ତ, ଏବଂ ଏହିପରି ଦୁଇଟି ବିମାନକୁ ସ୍ଥାନିତ କରିବାରେ ସକ୍ଷମ ଏକ ଆପ୍ରନ୍ ରହିଛି । ୪୦୦ ବର୍ଗ ମିଟର ଅଞ୍ଚଳରେ ଟର୍ମିନାଲ୍ ସୌଧ ଏବଂ ବ୍ୟସ୍ତବହୁଳ ସମୟରେ ୫୦ ଜଣ ଯାତ୍ରୀଙ୍କୁ ପରିଚାଳନା କରିବାରେ ସକ୍ଷମ ଆବଶ୍ୟକ ଜମି ଉପଲବ୍ଧତା ନହେବା ଏବଂ ବିମାନବନ୍ଦର ଚାରିପାଖରେ ସହରୀକରଣ ହେତୁ ବର୍ତ୍ତମାନର ବିମାନବନ୍ଦରକୁ ବ୍ୟବସାୟିକ କାର୍ଯ୍ୟ ପାଇଁ ବିକଶିତ କରାଯାଇପାରିବ ନାହିଁ।

HS


(Release ID: 2158175)